ମାଡ଼ିଆସୁଛି ବିପଦ। ଓଡିଶାକୁ ଛୁଇଁପାରେ ଝଡ଼। ଗୁଜୁରାଟ ପରି ଓଡିଶାକୁ ବି ପଂହଚାଇବ କ୍ଷତି।

ବାତ୍ୟା ସୋମବାରକୁ ଆରବ ମହାସାଗରରେ ଘନୀଭୂତ ହୋଇଥିବା ବାତ୍ୟା ଗୁଜୁରାଟରେ ଲ୍ୟାଣ୍ଡଫଲ କରିଥିଲା। ଏବେ ବଙ୍ଗୋପସାଗରରେ ଆଉଏକ ବାତ୍ୟା ସୃଷ୍ଟି ନେଇ ସଂକେତ ମିଳୁଛି। ପୂର୍ଵ ବଙ୍ଗୋପସାଗରରେ ଏହି ବାତ୍ୟା ସୃଷ୍ଟି ହେବାକୁଯାଉଛି। ଆସନ୍ତା ୨୩ ତାରିଫ ବେଳକୁ ଏହା ସୃଷ୍ଟି ହେବାକୁ ଯାଉଛି। ମୌସୁମି ପୂର୍ବରୁ ଲଘୁଚାପ ସୃଷ୍ଟି ହେବା ଏକ ସାଧାରଣ କଥା କିନ୍ତୁ ଏହି ଲଘୁଚାପ ସାଧାରଣ ନହୋଇପାରେ। କାରଣ ଏହି ଲଘୁଚାପ ଘନୀଭୂତ ହେବା ପାଇଁ ପୂର୍ଵ ବଙ୍ଗୋପସାଗରରେ ସବୁ ପ୍ରକାର ଅନୁକୂଳ ପରିସ୍ଥିତି ରହିଛି।

Google

ପାଣିପାଗ ବିଶେଷଜ୍ଞ କହିଛନ୍ତି ଏହା ଘନୀଭୂତ ହେବାର ସମ୍ଭାବନା ଅଛି ଓ ସିବିୟର ସାଇକ୍ଲୋନ ଷ୍ଟମ୍ପ ରୂପନେବାର ସମ୍ଭାବନା ରହୁଛି। ଏବେ ପର୍ଯ୍ୟନ୍ତ ଠିକ ଭାବେ କିଛି କହିବା ସମ୍ଭବ ନୁହେଁ କିନ୍ତୁ ଯଦି ଏହା ଠିକ ହୁଏ ତେବେ ଏହା ଓଡିଶା କିମ୍ବା ବାଙ୍ଗଲାଦେଶ ଆଡ଼କୁ ଯିବ। ଏହା ବାତ୍ୟାର ରୁପ ନେବାପରେ ଉତ୍ତର ପଶ୍ଚିମ ଦିଗରେ ଯାଇପରେ। ଉତ୍ତର ପଶ୍ଚିମ ମୁହାଁହେବାପରେ ଏହା କୁଆଡ଼କୁ ଯିବା ଏହା ଉପରେ ଓଡିଶା , ପଶ୍ଚିମବଙ୍ଗ ଓ ବାଙ୍ଗଲାଦେଶର ଭାଗ୍ୟ ନିର୍ଭର କରୁଛି।

ଏହାର ଆଉଏକ ରୂପ ହେଉଛି ଯଦି ଏହା ଅତି ଭୟାନକ ରୂପ ନନିଏ ତେବେ ଏହା ସ୍ଥଳଭାଗ ଛୁଇଁବା ଦ୍ଵାରା ମୌସୁମୀ ବର୍ଷା ପାଇଁ ଭଲ ପ୍ରଭାବ ଆଣିପାରେ। ମୌସୁମୀ ପୂର୍ବରୁ ଲଘୁଚାପ ସୃଷ୍ଟି ହୋଇଥାଏ ଓ ଅନୁକୂଳ ପରିବେଶ ପାଇବା ଦ୍ଵାରା ଏହା ବାତ୍ୟାର ରୂପ ନେଇଥାଏ। ଯାହା ଜଣାପଡୁଛି ଏହା ୨୩ ତାରିଖ ବେଳକୁ ଲଘୁଚାପ ସୃଷ୍ଟି ହେବ ଓ ୨୫ ବେଳକୁ ଏହା ବାତ୍ୟାର ରୁପ ନେଇପାରେ। ବଡ଼ କଥା ଏହାକି ଏହା କେଉଁଦିଗକୁ ଯିବ ଓ ଓଡିଶା ଉପରେ ଏହାର ପ୍ରଭାବ କଣ ରହିବ। ଏହାର ପ୍ରଭାବ କଣ ରହିବ ଏବେତ କହିହବନି କିନ୍ତୁ କାଲି ଯେଉଁ ଆରବସାଗରରେ ସୃଷ୍ଟି ବାତ୍ୟା ଲ୍ୟାଣ୍ଡଫଲ କରିଥିଲା ତାହା ବହୁତ କ୍ଷତି କରିଥିଲା।

Google

୨୩ ତାରିଖରେ ଜଣାପଡିବକି ଏହାର ଗତି କଣ ରହିବ।ଆସନ୍ତୁ ଜାଣିବା ଏହା ବିଷୟରେ କଣ କହୁଛନ୍ତି ପାଣିପାଗ ବିଶେଷଜ୍ଞ ଶରତ ସାହୁ,”ଏହାର ପ୍ରଭାବ କଣ ରହିବ ଏହା ଏବେ କହିବା ସମ୍ଭବ ହେବନି। ଏହା ୨୩ ତାରିଖରେ ଲଘୁଚାପ ସୃଷ୍ଟି ହେବ ଏହା ପରେ ଯାଇ ଏହାର ଦିଗ କୁଆଡେ ରହିବ ତାହା ଜଣାପଡିବ। ଆଶା ଅଛି କି ଏହା ଅତି ଭୟାନକ ହେବ ନାହିଁ”।

ହେଲେ ଆପଣ ସତର୍କତା ଅବଲମ୍ବନ କରନ୍ତୁ। ଘରେ ହିଁ ରୁହନ୍ତୁ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *