ବ୍ୟୁରୋ ରିପୋର୍ଟ: ରୁଷ ଜାମ୍ମୁ କାଶ୍ମୀର, ଅରୁଣାଞ୍ଚଳ ପ୍ରଦେଶ ଏବଂ ଲଦାଖକୁ ଭାରତର ଅଭିନ୍ନ ଅଂଶ ବୋଲି ମାନିଛି। ଋଷିୟ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ଏସସିଓ ସଦସ୍ୟ ଦେଶର ନକ୍ସା ଦ୍ୱାରା ଏହା ସ୍ପଷ୍ଟ ଜଣା ପଡୁଛି। ଋଷ ସମାଚାର ସ୍ପୁତନିକ ଅନୁସାରେ, ଜାରି କରାଯାଇଥିବା ନକ୍ସାରେ ପାକିସ୍ତାନ ଅଧିକୃତ POK ଏବଂ ଚୀନ ଅଧିକୃତ କିଛି ଅଞ୍ଚଳ ସହିତ ସମ୍ପୂର୍ଣ୍ଣ ଅରୁଣାଞ୍ଚଳ ପ୍ରଦେଶକୁ ଭାରତ ଅଧୀନରେ ଦେଖା ଯାଇଛି। ଭାରତ ଏବଂ ଚୀନ ଏସସିଓ ସଦସ୍ୟ ହୋଇ ମଧ୍ୟ ମସ୍କୋ ଏହି କାର୍ଯ୍ୟ କରିଛନ୍ତି।
ଏହି ମାନଚିତ୍ର ଅନ୍ତରାଷ୍ଟ୍ରୀୟ ସ୍ତରରେ ଏବଂ ଏସସିଓ ଭିତରେ କାଶ୍ମୀର ବିଷୟ ଉପରେ ଭାରତ ପକ୍ଷକୁ ଆହୁରି ଦୃଢ କରିଛି। କିଛି ଦିନ ତଳେ ଆମେରିକାରର ଦୂତ ପାକିସ୍ତାନ ଗସ୍ତରେ ଯାଇଥିଲେ। ସେ ଏହି ସ୍ଥାନକୁ ‘ଆଜାଦ କାଶ୍ମୀର’ ବୋଲି କହିଥିଲେ। ଜର୍ମାନ ବିଦେଶ ମନ୍ତ୍ରୀ ମଧ୍ୟ ପାକିସ୍ତାନ ଭାରତ ମଧ୍ୟରେ ଥିବା ବିବାଦକୁ ସଂଯୁକ୍ତ ରାଷ୍ଟ୍ରର ଭୂମିକା ରଖିବାକୁ ପରାମର୍ଶ ଦେଇଛନ୍ତି।
ଚୀନ ନିକଟରେ କିଛି ଦିନ ତଳେ ଏସସିଓ ଦ୍ୱାର ଜାରି କରାଯାଇଥିବା ମ୍ୟାପରର ଭାରତର କିଛି ଅଞ୍ଚଳ ଚୀନ ନିଜେ ନିଜ ଅଧିନରେ ଦେଖାଇଥିଲ। ଏକ ସରକାରୀ ସୂତ୍ରରୁ ପ୍ରକାଶ ଯେ, ଏସସିଓ ସଂସ୍ଥାପକଙ୍କ ମଧ୍ୟରୁ ଜଣେ କେହି ଋଷ ଦ୍ୱାରା ଜାରି କରାଯାଇଥିବା ମ୍ୟାପର ସଠିକ ଚିତ୍ରଣ ଦ୍ୱାରା ରେକର୍ଡ ସୃଷ୍ଟି କରିଛନ୍ତି।
ସୋଭିଏତ ସଂଘ ଏବଂ ଋଷ ୧୯୪୭ ମସିହାରୁ କାଶ୍ମୀର ଉପରେ ଭାରତର ସମର୍ଥନ କରିଛି ଏବଂ ଭାରତ ବିରୋଧରେ ଲଗାଯାଉଥିବା ପ୍ରସ୍ତାବକୁ ଅବରୋଧ କରିବା ପାଇଁ ଭିଟୋ କ୍ଷମତା ପ୍ରୟୋଗ କରିଛି। ମସ୍କୋ ବାରମ୍ବାର କହିଛନ୍ତି ଯେ, ଉଭୟଙ୍କ ମଧ୍ୟରେ ଥିବା କାଶ୍ମୀର ସମସ୍ୟା ଏକ ଦ୍ୱିପାକ୍ଷିକ ସମସ୍ୟା ଅଟେ। ଏହା ଦ୍ଵାରା କୌଣସି ବି ଅନ୍ତରାଷ୍ଟ୍ରୀକରଣକୁ ରୋକା ଯାଇ ପାରିବ।