ରାଜ୍ୟରେ ପୁଣି ଆଜି ୦୫ ଜଣଙ୍କର ମୁଣ୍ଡ ନେଲା କରୋନା ଓ ଆଜି ୫୭୦ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ । ରାଜ୍ୟରେ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି । ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ୧୨,୦୦୦ ଟପିଲା । ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୬୧ କୁ ବୃଦ୍ଧି ।
ଗଞ୍ଜାମ ଜିଲ୍ଲାରୁ ଆଜି ସର୍ବାଧିକ ୦୨ ଜଣଙ୍କର ମୃତ୍ୟୁ ହୋଈଥିବେଳେ ପୁରୀ, କଟକ ଓ ଭୁବନେଶ୍ୱର ଜଣେ ଲେଖାଏଁ ମୃତ । ଏବେ ସୁଦ୍ଧା ଗଞ୍ଜାମ ଜିଲ୍ଲାରେ କରୋନା ମୃତ୍ୟୁ ସଂଖ୍ୟା ୩୬ କୁ ବୃଦ୍ଧି ହୋଇସାରିଲାଣି । ଗଞ୍ଜାମ ଜିଲ୍ଲାର ୦୨ ମୃତକ ୫୫ ଓ ୭୨ ବର୍ଷୀୟ ପୁରୁଷ । ପୁରୀର ୭୦ ବର୍ଷୀୟ ବୃଦ୍ଧ, କଟକ ୪୬ ବର୍ଷୀୟ ବ୍ୟକ୍ତି ଓ ଭୁବନେଶ୍ୱରର ୫୭ ବର୍ଷୀୟ ମହିଳାଙ୍କର ମୃତ୍ୟୁ ହୋଇଛି ।
ଆଜି ୧୯ ଟି ଜିଲ୍ଲାରୁ ୫୭୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ନୂଆ ୫୭୦ କରୋନା ପଜିଟିଭ ମଧ୍ୟରୁ ୩୮୪ କ୍ଵାରେଣ୍ଟାଇନ୍ ସେଣ୍ଟରରୁ ଓ ୧୮୬ ଜଣ ଲୋକାଲ ଚିହ୍ନଟ ହୋଇଥିବା ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି । ରାଜ୍ୟରେ ଏବେ ଲୋକାଲ କେସ୍ ଚିହ୍ନଟ ବଢିବା ଅଧିକ ଚିନ୍ତାର କାରଣ ହୋଇଛି ।
7. Ganjam: 218
8. Jagatsinghpur: 16
9. Jajpur: 40
10. Jharsuguda : 31
11. Kendrapada: 6
12. Keonjhar: 14
13. Khorda: 37
14. Koraput: 11
15. Mayurbhanj: 10
16. Nayagarh: 37
17. Puri: 15
18. Sambalpur: 1
19. Sundargarh: 44— I & PR Department, Odisha (@IPR_Odisha) July 11, 2020
ଆଜିର ନୂଆ ୫୭୦ କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୫୨୬ କୁ ବୃଦ୍ଧି ହୋଇଛି । ରାଜ୍ୟରେ ମୋଟ ଆକ୍ଟିଭ କେସ ୪,୪୭୫, ସୁସ୍ଥ ହୋଇଛନ୍ତି ୭,୯୭୨ ଓ ମୃତ ସଂଖ୍ୟା ୬୧ କୁ ପହଁଚିଛି । କାଲି ରାଜ୍ୟରେ ୫୬୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିଲେ ।
କେଉଁ ଜିଲାରୁ କେତେ ଚିହ୍ନଟ:
ଆଜି ୫୭୦ ନୂଆ କରୋନା ଆକ୍ରାନ୍ତ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । କଟକ ଜିଲ୍ଲାରୁ ୪୬, ସୁନ୍ଦରଗଡରୁ ୪୪ ଓ ଯାଜପୁରରୁ ୪୦ ଜଣ କରୋନା ପଜିଟିଭ ଚିହ୍ନଟ । ଖୋର୍ଦ୍ଧା ଓ ନୟାଗଡ ଜିଲ୍ଲାରୁ ୩୭ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଝାରସୁଗୁଡା ଜିଲ୍ଲାରୁ ୩୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ।
ଗଜପତି ଜିଲ୍ଲାରୁ ୨୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ଜଗତସିଂହପୁର ଜିଲ୍ଲାରୁ ୧୬ ଜଣ, ପୁରୀ ଜିଲ୍ଲାରୁ ୧୫ ଜଣ ଓ କେନ୍ଦୁଝରରୁ ୧୪ ଜଣ କରୋନା ପଜିଟିଭ ଚିହ୍ନଟ । ଅନୁଗୁଳ ଓ କୋରାପୁଟ ଜିଲ୍ଲାରୁ ୧୧ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ । ମୟୁରଭଞ୍ଜରୁ ୧୦ ଓ କେନ୍ଦ୍ରାପଡାରୁ ୦୬ ଜଣ କରୋନା ପଜିଟିଭ ଚିହ୍ନଟ ।
ବାଲେଶ୍ୱର ଓ ବୌଦ୍ଧ ଜିଲ୍ଲାରୁ ୦୩ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ । ଭଦ୍ରକ ଜିଲ୍ଲାରୁ ୦୨ ଜଣ ଓ ସମ୍ବଲପୁର ଜିଲ୍ଲାରୁ ଜଣେ କରୋନା ପଜିଟିଭ ଚିହ୍ନଟ ।
ଦେଶର କରୋନା ଖବର:
ଦେଶରେ ୨୪ ଘଣ୍ଟା ମଧ୍ୟରେ ୨୩,୭୧୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୪୮୮ ଜଣଙ୍କର ମୃତ୍ୟୁ ହୋଇଛି । ଭାରତରେ ମୋଟ୍ କରୋନା ଅଙ୍କ୍ରାନ୍ତଙ୍କ ସଂଖ୍ୟା ୮,୨୧,୮୭୦ କୁ ବୃଦ୍ଧି ହେଇଛି । ଦେଶରେ ମୋଟ ଆକ୍ଟିଭ କେସ ୨,୮୩,୧୦୮, ସୁସ୍ଥ ହୋଇଛନ୍ତି ୫,୧୬,୨୪୦ ଓ ୨୨,୧୪୪ ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ କରୋନା ମୃତ୍ୟୁ ହାର ୦.୨୮ ପ୍ରତିଶତ କୁ ବୃଦ୍ଧି ହୋଇଛି । ଏବେ ଦେଶରେ କରୋନା ମୃତ୍ୟୁ ହାର ପୂର୍ବ ଅପେକ୍ଷା ବୃଦ୍ଧି ହୋଇଛି ।
ବନ୍ଧୁଗଣ ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପାଇବା ପାଇଁ ଆମର ଏହି ପୋର୍ଟାଲ କୁ ଫୋଲୋ କରନ୍ତୁ । ଯଦି ଏହି ଖବର ଟି ଆପଣଙ୍କ ମନକୁ ପସନ୍ଦ ଆସିଲା ତେବେ ଏହାକୁ ଲାଇକ କରନ୍ତୁ ଓ ସାଙ୍ଗ ମାନଙ୍କୁ ଶେୟର କରନ୍ତୁ ।