ରାଜ୍ୟରେ ଆଉ ୧୦ ଜଣ କରୋନା ପଜିଟିଭ ଚିହ୍ନଟ ।
ନୂଆ ୧୦ ଆକ୍ରନ୍ତ ମଧ୍ୟ୍ୟରୁ ଭଦ୍ରକ ଜିଲ୍ଲାରୁ ୬ ଜଣ ଓ ଯାଜପୁର ଜିଲ୍ଲାରୁ ୪ ଜଣ ବୋଲି ଜଣାପଡିଛି ।
ଯାଜପୁର ଜିଲ୍ଲାରେ ଆକ୍ରନ୍ତଙ୍କ ସଂଖ୍ୟା ୫୯ ଓ ଭଦ୍ରକ ଜିଲ୍ଲାରେ ୩୧ ରେ ପହଁଚିଲା ।
ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୬୨ କୁ ପହଁଚିଲା ।
ଯାଜପୁର ଜିଲ୍ଲାରେ ଆକ୍ରନ୍ତଙ୍କ ସଂଖ୍ୟା ୫୯ ରେ ପହଁଚି ଥିବାବେଳେ ଭଦ୍ରକ ଜିଲ୍ଲାରେ ୩୧ ରେ ପହଁଲାଣି ଆକ୍ରାନ୍ତଙ୍କ ସଂଖ୍ୟା ।
ନୂଆ ୧୦ କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୬୨ କୁ ପହଁଚିଲା । ରାଜ୍ୟରେ ଗୋଟିଏ ଦିନରେ ସର୍ବାଧିକ କରୋନା ପଜିଟିଭ ଚିହ୍ନଟ । ରାଜ୍ୟ ରେ ହୁ ହୁ ହୋଇ ବଢୁଛି କରୋନା ଆକ୍ରାନ୍ତ । ଆଜି ୬୮ ଜଣ ହୋଇସାରିଲେ କରୋନା ପଜିଟିଭ ।

ଆଜି ସକାଳେ ଗଞ୍ଜାମ ଜିଲ୍ଲାରୁ ୨୯, ଅନୁଗୁଳ ଜିଲ୍ଲାରୁ ୧୩ଜଣ, ବାଲେଶ୍ୱର ୧୫ ଜଣ ଓ ମୟୁରଭଞ୍ଜ ଜିଲ୍ଲାରୁ ଚିହ୍ନଟ ହୋଇଥିଲେ । ଅନୁଗୁଳୁ ଜିଲ୍ଲାକୁ ଆଜି ଛୁଇଁଲା କରୋନା । ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୦୦ ଟପିଲା । ଗଞ୍ଜାମ ଜିଲ୍ଲାର ଆକ୍ରନ୍ତଙ୍କ ସଂଖ୍ୟା ୧୧୮ କୁ ପହଁଚିଛି ।
ଆଗରୁ ନିଜାମୁଦିନ ତା’ପରେ ପଶ୍ଚିମବଙ୍ଗ ଏବେ ସୁରତ ଫେରନ୍ତା ରାଜ୍ୟ କୁ ଚିନ୍ତା ରେ ପକାଇଛି । ଏବେ ପୁଣି ନୂଆ ୩ ଟି ଟ୍ରେନ୍ ସୁରତରୁ ଓଡିଶା ଆସୁଥିବା ବେଳେ ଆଗକୁ କଣ ହେବ କହିବା ମୁସ୍କିଲ । ଆହୁରି ବହୁତ ପ୍ରବାସୀ ଓଡ଼ିଆ ଆସିବା ପାଇଁ ରେଜିଷ୍ଟ୍ରସନ କରିଛନ୍ତି ।
ସୁରତ ଫେରନ୍ତା ଲୋକେ ମାନୁ ନାଁହାନ୍ତି କୌଣସି ନିୟମକୁ, ଘରଲୋକ ଆସି ଭେଟୁଛନ୍ତି ଆଉ ଦେଉଛନ୍ତି ପାନ, ଗୁଟୁକା ଓ ଖାଇବା ଏଣିକି ଦେଉଛନ୍ତି । ବାହାରୁ ଯିଏ ଆସି ଏମାନଙ୍କୁ ଭେଟିଲେ ଯଦି କିଏ ସଂକ୍ରମ ଥିବା ତାହାଲେ ବାହାର ଲୋକଙ୍କୁ ସଂକ୍ରମ ହେବ । ଏକଥା ସେମାନଙ୍କୁ ବୁଝିବା ଦରକାର । ଯଦି କିଏ ପୁଣି ବାହାର ଲୋକକୁ ଆକ୍ରାନ୍ତ ହୋଇଯାଏ ତାହାଲେ ବହୁତ ଭୟଙ୍କର ହୋଇପାରେ ।
ଓଡିଶାର କରୋନା ଖବର:
ରାଜ୍ୟରେ ମୋଟ୍ କରୋନା ଅଙ୍କ୍ରାନ୍ତଙ୍କ ସଂଖ୍ୟା ୩୬୨ ରେ ପହଁଚିଛି । ୨୯୧ ଜଣ ଚିକିତ୍ସାଧୀନରେ ଅଛନ୍ତି ଏବଂ ୬୮ ଜଣ ଭଲ ହୋଇ ଘରକୁ ଫେରିଛନ୍ତି ଆଉ ୩ ଜଣଙ୍କର ମୃତ୍ୟୁ ହୋଇଛି ।