କଥା ଯଦି ହକର ଉଠେ ତ ସେଥିପାଇଁ ନିଜକୁ ହିଁ ସ୍ୱର ଉଠାଇବାକୁ ପଡିଥାଏ । ଏପରି ଏକ ମାମଲା ଓଡ଼ିଶାରୁ ଆସିଛି ଯେଉଁଠି ଏକ ଛୋଟ ଝିଅ ନିଜର ଅଧିକାର ଓ ହକ ପାଇଁ ବାପାଙ୍କ ବିରୁଦ୍ଧରେ ଯାଇ ଠିଆ ହୋଇଛନ୍ତି । ବାପାଙ୍କ ନାମରେ ଅଭିଯୋଗ ନେଇ ଝିଅଟି ୧୦ କିଲୋମିଟର ପାଦରେ ଚାଲିଚାଲି କଲେକ୍ଟର ଅଫିସରେ ପହଁଚିଲା ଓ ନିଜ ସହ ହେଉଥିବା ଅନ୍ୟାୟର ନ୍ୟାୟ ମାଗିଲା ।

ଝିଅଟିର ଅଭିଯୋଗ- ବାପା ଦେଇଥାନ୍ତି ଖରାପ ବାସୀ ଖାଇବା:
ଓଡ଼ିଶାର କେନ୍ଦ୍ରାପଡ଼ାର ଝିଅଟି କୌଣସି କଥା ନଭାବି ବାପାଙ୍କ ବିରୁଦ୍ଧରେ ଯାଇ ଠିଆ ହୋଇଗଲା । ବାପାଙ୍କ ଅଭିଯୋଗ କରିଥିବା ଝିଅଟି ୧୦ କିଲୋମିଟର ପାଦରେ ଚାଲି ଚାଲି ଆସିଥିଲା । ରାସ୍ତାରେ ଅନେକ ଅଶୁବିଧା ଆସିଥିଲା କିନ୍ତୁ ସବୁ ବାଧାକୁ ପାର କରି ପାହାଡ଼ି ଅଞ୍ଚଳ ଦେଇ ଝିଅଟି ଜିଲ୍ଲା କାର୍ଯ୍ୟଳୟ ଅଫିସରେ ଆସି ପହଁଚିଛି । ଏହାର ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଝିଅଟିର ଅଭିଯୋଗ କି ତାର ବାପା ତାକୁ ଖରାପ ଖାଦ୍ୟ ଦେଉଛନ୍ତି । ଝିଅଟି କହିଛି ସରକାରଙ୍କ ଠୁ ମିଳୁଥିବା ଅର୍ଥ ଓ ଚାଉଳ ତାର ବାପା ରଖିଦେଉଛନ୍ତି ।
ଡିଏମ ଦେଲେ ନିର୍ଦେଶ:
ପିଲାଟିର ଅଭିଯୋଗ ପରେ କେନ୍ଦ୍ରାପଡା ଡ଼ିଏମ ସାମର୍ଥ ବର୍ମା କର୍ମଚାରୀ ମାନଙ୍କୁ ନିର୍ଦେଶ ଦେଇଛନ୍ତିକି ରାଜ୍ୟରୁ ମିଳୁଥିବା ଲାଭ ସିଧା ଝିଅଟିର ଖାତାକୁ ପଠାଯାଉ । ଏହା ସହ ଡ଼ିଏମ କହିଛନ୍ତି ଏବେ ପର୍ଯ୍ୟନ୍ତ ଯାହାବି ପଇସା ଓ ଚାଉଳ ବାପାକୁ ଦିଆଯାଇଛି ତାଠୁ ଆଣି ଝିଅଟିକୁ ଦିଆଯାଉ ।
ଲକଡାଉନ କାରଣରୁ ମିଡ ଡେ ମିଲ ମିଳିବା ହେଲା ବନ୍ଦ:
ଖବର ଅନୁସାରେ ଝିଅଟି ସରକାରୀ ସ୍କୁଲରେ ପଢୁଛି। କରୋନା ଭାଇରସ କାରଣରୁ ପିଲାଟିକୁ ମିଳୁଥିବା ମିଡ ଡେ ମିଲ ବନ୍ଦ ହୋଇଗଲା ଯାହା ପରେ ରାଜ୍ୟ ସରକାର ପିଲାଙ୍କ ନାମରେ ପ୍ରତିଦିନ ୮ ଟଙ୍କା ହିସାବରେ ବାପା ମାଙ୍କ ଖାତାକୁ କି ପଠାଉଥିଲେ। ଏହାର କାରଣ ଥିଲା କିଛି ପିଲାଙ୍କ ଖାତା ନଥିବା । ସେହିପରି ପ୍ରତି ପିଲା ପାଇଁ ପ୍ରତିଦିନ ୧୫୦ ଗ୍ରାମ ଚାଉଳ ଦେବାର ମଧ୍ୟ ବ୍ୟବସ୍ଥା ହୋଇଥିଲା ।

ଦୁଇ ବର୍ଷ ପୂର୍ବେ ମରିଯାଇଛନ୍ତି ମା:
ପିଲାଟି ଅନୁସାରେ ପାଖାପାଖି ଦୁଇ ବର୍ଷ ପୂର୍ବେ ତାର ମା ମରିଯାଇଥିଲେ ଯାହା ପରେ ତାର ବାପା ଦ୍ୱିତୀୟ ବିବାହ କରିଥିଲା ଓ ସେ ଏବେ ନିଜ ମାମୁଁଙ୍କ ପାଖରେ ରହୁଛି।ପିଲାଟି କହିଛି ତାର ବ୍ୟାଙ୍କ ଆକାଉଣ୍ଟ ଅଛି ଏହା ପରେ ମଧ୍ୟ ତାକୁ ମିଳୁଥିବା ଲାଭ ତାର ବାପାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯାଉଛି । ସରକାରଙ୍କ ଠୁ ମିଳୁଥିବା ଚାଉଳ ମଧ୍ୟ ତାର ବାପା ସ୍କୁଲରୁ ନେଇଯାଇଥାନ୍ତି । ଏବେ ପ୍ରଶ୍ନ ଏହା ଉଠୁଛି କି ଯଦି ନିଜର ବାପା ମା ଏପରି କରିବେ ତେବେ ଅନ୍ୟମାନଙ୍କ ଠୁ କଣ ଆଶା କରାଯିବ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।