ରାଜ୍ୟରେ ଆଜି ନୂଆ ୧୧୨ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ । ରାଜ୍ୟରେ ଆଉ ଜଣଙ୍କର ମୁଣ୍ଡ ନେଲା କରୋନା ।

ରାଜ୍ୟରେ ଆଜି ନୂଆ ୧୧୨ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ । ରାଜ୍ୟରେ ଆଉ ଜଣଙ୍କର ମୁଣ୍ଡ ନେଲା କରୋନା ।, 112 corona recovered, Nitidina, Odisha, News, Real Story, Health Tips, Life style, Daily Living, Tips, Job Updates, Yoga, Meditation, Stay Healthy, Save Tree, Save Life, Extended Lockdown

ରାଜ୍ୟରେ ଆଜି ନୂଆ ୧୧୨ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ । ରାଜ୍ୟରେ ଆଉ ଜଣଙ୍କର ମୁଣ୍ଡ ନେଲା କରୋନା । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି । ମୃତକ ଗଞ୍ଜାମ ଜିଲ୍ଲାର ୫୫ ବର୍ଷୀୟ ବ୍ୟକ୍ତି । ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୦ କୁ ବୃଦ୍ଧି ହେଲା ।

୧୧୨ କରୋନା ପଜିଟିଭ ମଧ୍ୟରୁ ୧୦୭ କ୍ଵାରେଣ୍ଟାଇନ୍‌ ସେଣ୍ଟରରୁ ଓ ୦୫ ଜଣ ଲୋକାଲ ଚିହ୍ନଟ ହୋଇଥିବା ସୂଚନା ମିଳିଛି ।  ଆଜି ନୂଆ ୧୧୨ କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୪୯୮ କୁ ବୃଦ୍ଧି ହୋଇଛି । ରାଜ୍ୟରେ ମୋଟ ଆକ୍ଟିଭ କେସ ୧୧୩୧, ସୁସ୍ଥ ହୋଇଛନ୍ତି ୨୩୫୪ ଓ ମୃତ ସଂଖ୍ୟା ୦୯ ।

ଆଜି ୧୧୨ ନୂଆ କରନା ଚିହ୍ନଟ ମଧ୍ୟରୁ ODRAF/NDRF/FIRE ର ଆଉ ୨୧ ଯବାନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅମ୍ପନ ପୁନରୁଦ୍ଧାର ପାଇଁ ବେଙ୍ଗଲ ଯାଇ ଫେରିଥିବା ଯବାନ ଆକ୍ରାନ୍ତ । ରାଜ୍ୟ ସୂଚନା ଏବଂ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି ।

କେଉଁ ଜିଲାରୁ କେତେ ଚିହ୍ନଟ:

ପୁରୀ ଜିଲ୍ଲାରୁ ସର୍ବାଧିକ ୧୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ଖୋର୍ଦ୍ଧା ଜିଲ୍ଲାରୁ ୦୮ ଜଣ ଓ ମୟୁରଭଞ୍ଜ ଜିଲ୍ଲାରୁ ୦୭ ଜଣ କରୋନା ପଜିଟିଭ ଚିହ୍ନଟ । ଗଞ୍ଜାମ ଓ ଅନୁଗୁଳ ଜିଲ୍ଲାରୁ ୦୬ ଜଣ ଲେଖାଏଁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । କେନ୍ଦୁଝର, ଗଜପତି, ସମ୍ବଲପୁର, ବଲାଙ୍ଗୀର ଓ ବାଲେଶ୍ୱର ଜିଲ୍ଲାରୁ ୦୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ।

ସୁନ୍ଦରଗଡ ଓ ନୟାଗଡ ଜିଲ୍ଲାରୁ ୦୪ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ । ମାଲକାନଗିରି, କଟକ, ବୌଦ୍ଧ ଓ ଯାଜପୁର ଜିଲ୍ଲାରୁ ୦୩ ଲେଖାଏଁ ପଜିଟିଭ ଚିହ୍ନଟ ହୋଇଛନ୍ତି । ଝାରସୁଗୁଡା ଓ ଦେବଗଡ ଜିଲ୍ଲାରୁ ୦୨ ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ୧୨ ଟି ଜିଲାରେ ୧୦୦ ରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଣେ ରାଜ୍ୟରେ ଏବେ ସବୁଦିନ ୧୦୦ ରୁ ଅଧିକ କରୋନା ପଜିଟିଭ ଚିହ୍ନଟ ହେଉଛନ୍ତି । ଆଜି ସେଞ୍ଚୁରୀ ତାଲିକା ରେ ସାମିଲ ହୋଇଛି ନୟାଗଡ ଜିଲ୍ଲା ।

ଦେଶର କରୋନା ଖବର:

ଭାରତରେ ମୋଟ୍ କରୋନା ଅଙ୍କ୍ରାନ୍ତଙ୍କ ସଂଖ୍ୟା ୨,୯୮,୩୧୬ କୁ ବୃଦ୍ଧି ହେଇଛି । ୧,୪୨,୮୨୬ ଜଣ ଚିକିତ୍ସାଧୀନରେ ଅଛନ୍ତି ଏବଂ ୧,୪୬,୯୭୩ ଜଣ ଭଲ ହୋଇ ଘରକୁ ଫେରିଥିବା ବେଳେ ୮,୫୦୨ ଜଣଙ୍କର ମୃତ୍ୟୁ ହୋଇଛି । ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପଢିବା ପାଇଁ ତଳେ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ, ଏହି ପୋଷ୍ଟକୁ ଅଧିକ ଅଧିକ ସେୟାର କରନ୍ତୁ ।

About admin

Blog sharing Information & Tips about Travelling Tips, Health Tips, Daily Living Life, Life Style, Trends and more to help people to Enjoy the beautiful Life.

View all posts by admin →

Leave a Reply

Your email address will not be published. Required fields are marked *