ରାଜ୍ୟରେ ଆଜି ୧୨୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସୁସ୍ଥ ହେବେ ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।
ରାଜ୍ୟରେ ସୁସ୍ଥ ହୋଇଥିବା ୧୨୦ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୩୦ ଜଣ ସୁସ୍ଥ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ୧୯ ଜଣ ଓ ବାଲେଶ୍ୱର ରୁ ୧୪ ଜଣ ସୁସ୍ଥ ହୋଇଛନ୍ତି । ବଲାଙ୍ଗିର ଜିଲ୍ଲାରୁ ୧୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।
ଢେଙ୍କାନାଳ ଜିଲ୍ଲାରୁ ୦୯ ଜଣ ସୁସ୍ଥ ହୋଇଥିବା ବେଳେ ନୟାଗଡ ଓ ସୁନ୍ଦରଗଡ ଜିଲ୍ଲାରୁ ୦୭ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି । ଅନୁଗୁଳ ରୁ ୦୬ ଜଣ, କେନ୍ଦୁଝର ରୁ ୦୫ ଜଣ ଓ ଜଗତସିଂହପୁର ଆଉ ପୁରୀ ଜିଲ୍ଲାରୁ ୦୪ ଜଣ ସୁସ୍ଥ ହେଲେ । ଦେବଗଡ, କେନ୍ଦ୍ରାପଡା ଓ ଝାରସୁଗୁଡା ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ରାଜ୍ୟରେ ମୋଟ୍ କରୋନା ଆରୋଗ୍ୟଙ୍କ ସଂଖ୍ୟା ୨,୪୭୪ କୁ ବୃଦ୍ଧି ହୋଇଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛନ୍ତି । ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୪୯୮ କୁ ବୃଦ୍ଧି ହୋଇଛି, ଆକ୍ଟିଭ କେସ ୧୦୧୧, ସୁସ୍ଥ ହୋଇଛନ୍ତି ୨,୪୭୪ ଓ ମୃତ ସଂଖ୍ୟା ୧୦ ।
ଦେଶର କରୋନା ଖବର:
ଭାରତରେ ମୋଟ୍ କରୋନା ଅଙ୍କ୍ରାନ୍ତଙ୍କ ସଂଖ୍ୟା ୨,୯୮,୪୪୫ କୁ ବୃଦ୍ଧି ହୋଇଛି । ୧,୪୭,୧୯୫ ଜଣ ଭଲ ହୋଇ ଘରକୁ ଫେରିଥିବା ବେଳେ ୮,୪୯୮ ଜଣଙ୍କର ମୃତ୍ୟୁ ହୋଇଛି । ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପଢିବା ପାଇଁ ତଳେ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ, ଏହି ପୋଷ୍ଟକୁ ଅଧିକ ଅଧିକ ସେୟାର କରନ୍ତୁ । ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପଢିବା ପାଇଁ ତଳେ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ, ଏହି ପୋଷ୍ଟକୁ ଅଧିକ ଅଧିକ ସେୟାର କରନ୍ତୁ ।