ରାଜ୍ୟରେ ଆଜି ୧୩୮ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ।

ରାଜ୍ୟରେ ଆଜି ୧୩୮ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ।, 138 corona case recovered in odisha, Nitidina, Odisha, News, Real Story, Health Tips, Life style, Daily Living, Tips, Job Updates, Yoga, Meditation, Stay Healthy, Save Tree, Save Life, Extended Lockdown

ରାଜ୍ୟରେ ଆଜି ୧୩୮ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛନ୍ତି । ୧୩୮ କରୋନା ପଜିଟିଭ ମଧ୍ୟରୁ ୧୨୫ କ୍ଵାରେଣ୍ଟାଇନ୍‌ ସେଣ୍ଟରରୁ ଓ ୧୩ ଜଣ ଲୋକାଲ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛନ୍ତି । ଆଜି ୧୮ ଜିଲ୍ଲାରୁ ୧୩୮ ଜଣ କରୋନା ପଜିଟିଭ ଚିହ୍ନଟ ।

ନୂଆ ୧୩୮ କରୋନା ଆକ୍ରାନ୍ତ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୩୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । କଟକ ଜିଲ୍ଲାରୁ ୧୫ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୧୩ ଜଣ ଓ ସୁନ୍ଦରଗଡ ଜିଲ୍ଲାରୁ ୧୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଭଦ୍ରକ ଜିଲ୍ଲାରୁ ୧୧ ଜଣ ହୋଇଥିବା ବେଳେ କେନ୍ଦୁଝର ଓ କନ୍ଦମାଳା ଜିଲ୍ଲାରୁ ୧୦ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ।

ପୁରୀ ଜିଲ୍ଲାରୁ ୦୭ ଜଣ, ମୟୁରଭଞ୍ଜ ଓ ଯାଜପୁର ୦୬ ଜଣ ଲେଖାଏଁ କରୋନା ପଜିଟିଭ ଚିହ୍ନଟ । ନୟାଗଡ ଓ ଢେଙ୍କାନାଳ ଜିଲ୍ଲାରୁ ୦୩ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଳାହାଣ୍ଡି ଜିଲ୍ଲାରୁ ୦୨ ଜଣ ଆକ୍ରାନ୍ତ ଚିହ୍ନଟ । ରାୟଗଡା, ସମ୍ବଲପୁର, ବଲାଙ୍ଗିର ଓ କେନ୍ଦ୍ରାପଡ଼ାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ।

ଆଜି ନୂଆ ୧୩୮ କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨,୯୯୪ କୁ ବୃଦ୍ଧି ହୋଇଛି । ରାଜ୍ୟରେ ମୋଟ ଆକ୍ଟିଭ କେସ ୧,୦୮୯, ସୁସ୍ଥ ହୋଇଛନ୍ତି ୧,୮୯୪ ଓ ମୃତ ସଂଖ୍ୟା ୦୯ ।

ଦେଶର କରୋନା ଖବର:

ଭାରତରେ ମୋଟ୍ କରୋନା ଅଙ୍କ୍ରାନ୍ତଙ୍କ ସଂଖ୍ୟା ୨,୫୮,୦୮୨ କୁ ବୃଦ୍ଧି ହେଇଛି । ୧,୨୭,୦୧୦ ଜଣ ଚିକିତ୍ସାଧୀନରେ ଅଛନ୍ତି ଏବଂ ୧,୨୩,୮୫୨ ଜଣ ଭଲ ହୋଇ ଘରକୁ ଫେରିଥିବା ବେଳେ ୭,୨୦୭ ଜଣଙ୍କର ମୃତ୍ୟୁ ହୋଇଛି । ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପଢିବା ପାଇଁ ତଳେ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ, ଏହି ପୋଷ୍ଟକୁ ଅଧିକ ଅଧିକ ସେୟାର କରନ୍ତୁ । ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପଢିବା ପାଇଁ ତଳେ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ, ଏହି ପୋଷ୍ଟକୁ ଅଧିକ ଅଧିକ ସେୟାର କରନ୍ତୁ ।

About admin

Blog sharing Information & Tips about Travelling Tips, Health Tips, Daily Living Life, Life Style, Trends and more to help people to Enjoy the beautiful Life.

View all posts by admin →

Leave a Reply

Your email address will not be published.