ରାଜ୍ୟରେ ଆଉ ୧୪ ଜଣ କରୋନା ପଜିଟିଭ ଚିହ୍ନଟ ।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା । ରାଜ୍ୟରେ ପୁଣି ୧୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।
ନୂଆ ୧୪ ଆକ୍ରନ୍ତ ମଧ୍ୟ୍ୟରୁ ଗଂଜାମ ଜିଲ୍ଲାରୁ ୧୨ ଜଣ, କେନ୍ଦ୍ରାପଡା ଜିଲ୍ଲା ଓ ସୁନ୍ଦରଗଡ଼ ଜିଲ୍ଲା ରାଉଲକେଲାରୁ ଜଣେ ଜଣେ ଚିହ୍ନଟ ବୋଲି ଜଣାପଡିଛି ।
ଗଂଜାମ ଜିଲ୍ଲାରେ ଆକ୍ରନ୍ତଙ୍କ ସଂଖ୍ୟା ୧୩୭ ରେ ପହଁଚିଲା । ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୪ ରେ ପହଁଚିଲା ଏବଂ କେନ୍ଦ୍ରାପଡା ରେ ୯ ରେ ପହଁଚିଲା ।
ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୯୧ କୁ ପହଁଚିଲା ।
1st Health Update, 11th May
One positive case in Rourkela
Contact of previous caseOne positive case in Kendrapara
12 positive cases in Ganjam.
All Surat returnees.
All the cases are detected from quarantine centres.Total Positive Case: 391
— I & PR Department, Odisha (@IPR_Odisha) May 11, 2020
ଏବେ ୩ଟି ଟ୍ରେନ୍ ସୁରତରୁ ଓଡିଶାକୁ ଆସିଛନ୍ତି ଆଗକୁ କଣ ହେବ କହିବା ମୁସ୍କିଲ । ଆହୁରି ଟ୍ରେନ୍ ମଧ୍ୟ୍ୟ ଓଡିଶାକୁ ଆସୁଛନ୍ତି । ଆହୁରି ବହୁତ ପ୍ରବାସୀ ଓଡ଼ିଆ ଆସିବା ପାଇଁ ରେଜିଷ୍ଟ୍ରସନ କରିଛନ୍ତି । ଆଉ ୬ ଟି ଟ୍ରେନରେ ଆସୁଛନ୍ତି ୭୦୦୦ ରୁ ଅଧିକ ଓଡ଼ିଆ ପ୍ରବାସୀ ।
ଓଡିଶାର କରୋନା ଖବର:

ରାଜ୍ୟ ରେ ହୁ ହୁ ହୋଇ ବଢୁଛି କରୋନା ଆକ୍ରାନ୍ତ । ଆଜି ଆଉ ୧୪ ଜଣ ହୋଇସାରିଲେ କରୋନା ପଜିଟିଭ । କଲି ଗୋଟିଏ ଦିନରେ ନୂଆ ୨ଟି ଜିଲ୍ଲାକୁ କରୋନା ନୂଆ କରି ଛୁଇଁଲା ଅନୁଗୁଳୁ ଜିଲ୍ଲା ଏବଂ ବୌଦ୍ଧ ଜିଲ୍ଲାକୁ ।
ରାଜ୍ୟରେ ସବୁଠୁ ଅଧିକ ଗଂଜାମ ଜିଲ୍ଲାରେ କରୋନା ଆକ୍ରାନ୍ତ ଚିହ୍ନଟ । ସୁରତ ଫେରନ୍ତା ଏବେ ରାଜ୍ୟର ଚିନ୍ତା ବଢେଇ ଦେଇଛନ୍ତି । ଆହୁରି ବହୁତ ପ୍ରବାସୀ ଓଡ଼ିଆ ଓଡିଶା ଆସୁଥିବା ବେଳେ ଆଗକୁ ଆକ୍ରାନ୍ତଙ୍କ ସଂଖ୍ୟା ଆହୁରି ବଢିବା ବୋଲି ଆଶା କରାଯାଉଛି ।
ରାଜ୍ୟରେ ମୋଟ୍ କରୋନା ଅଙ୍କ୍ରାନ୍ତଙ୍କ ସଂଖ୍ୟା ୩୭୭ ରେ ପହଁଚିଛି । ୩୦୬ ଜଣ ଚିକିତ୍ସାଧୀନରେ ଅଛନ୍ତି ଏବଂ ୬୮ ଜଣ ଭଲ ହୋଇ ଘରକୁ ଫେରିଛନ୍ତି ଆଉ ୩ ଜଣଙ୍କର ମୃତ୍ୟୁ ହୋଇଛି ।
ଭାରତରେ ମୋଟ୍ କରୋନା ଅଙ୍କ୍ରାନ୍ତଙ୍କ ସଂଖ୍ୟା ୬୭,୧୫୨ ରେ ପହଁଚିଛି । ୨୦,୯୧୭ ଜଣ ଭଲ ହୋଇ ଘରକୁ ଫେରିଛନ୍ତି ଆଉ ୨,୨୦୬ ଜଣଙ୍କର ମୃତ୍ୟୁ ହୋଇଛି ।