ରାଜ୍ୟରେ ଆଉ ୧୪୩ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି । ଆଜି ରାଜ୍ୟରେ ୫୦୦୦ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ।
ଦେଶରେ ୨୪ ଘଣ୍ଟାରେ ୧୪,୮୨୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୪୫ ଜଣଙ୍କର ମୃତ୍ୟୁ ହୋଇଛି ।
୧୪୩ ନୂଆ କରୋନା ପଜିଟିଭ ମଧ୍ୟରୁ ୧୩୭ କ୍ଵାରେଣ୍ଟାଇନ୍ ସେଣ୍ଟରରୁ ଓ ୦୬ ଜଣ ଲୋକାଲ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି । ଆଜି ନୂଆ ୧୪୩ କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫,୩୦୩ କୁ ବୃଦ୍ଧି ହୋଇଛି । ରାଜ୍ୟରେ ମୋଟ ଆକ୍ଟିଭ କେସ ୧,୫୬୨, ସୁସ୍ଥ ହୋଇଛନ୍ତି ୩,୭୨୦ ଓ ମୃତ ସଂଖ୍ୟା ୧୪ ।
6. Angul: 1
7. Dhenkanal: 3
8. Bhadrak: 4
9. Kalahandi: 6
10. Keonjhar: 2
11. Ganjam: 32
12. Sundargarh: 12
13. Kendrapada: 10
14. Jharsuguda: 1
15. Bargarh: 1
16. Bolangir: 1
17. Sambalpur: 5
18.NDRF Personnel: 2
(Returned from Amphan duty WB)— I & PR Department, Odisha (@IPR_Odisha) June 22, 2020
ଆଜି ୦୨ ଜଣ ନୂଆ NDRF ଯବାନ କରୋନା ଚିହ୍ନଟ ହୋଇଛନ୍ତି । ପଶ୍ଚିମବଙ୍ଗ ଅମ୍ପନ ମୁକାବିଲା କରି ଫେରିଥିବା ୦୨ NDRF ଓ ଅଗ୍ନିଶମ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି ।
କେଉଁ ଜିଲାରୁ କେତେ ଚିହ୍ନଟ:
ଆଜି ୧୪୩ ନୂଆ କରୋନା ଆକ୍ରାନ୍ତ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୩୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । କଟକ ଜିଲ୍ଲାରୁ ୨୦ ଓ ଖୋର୍ଦ୍ଧା ଜିଲ୍ଲାରୁ ୧୬ ଜଣ କରୋନା ପଜିଟିଭ ଚିହ୍ନଟ । ନୟାଗଡ ଓ ବାଲେଶ୍ୱର ଜିଲ୍ଲାରୁ ୧୩ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ ଜିଲ୍ଲାରୁ ୧୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ।
କେନ୍ଦ୍ରାପଡା ଜିଲ୍ଲାରୁ ୧୦ ଓ କଳାହାଣ୍ଡି ଜିଲ୍ଲାରୁ ୦୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ସମ୍ବଲପୁରରୁ ୦୫ ଜଣ, ଭଦ୍ରକରୁ ୦୪ ଜଣ, ଢେଙ୍କାନାଳରୁ ୦୩ ଜଣ ଓ କେନ୍ଦୁଝରରୁ ୦୨ ଜଣ କରୋନା ପଜିଟିଭ ଚିହ୍ନଟ । ଜଗତସିଂହପୁର, ଅନୁଗୁଳ, ଝାରସୁଗୁଡା, ବରଗଡ଼ ଓ ବଲାଙ୍ଗିରରୁ ଜଣେ ଲେଖାଏଁ କରୋନା ପଜିଟିଭ ଚିହ୍ନଟ ।
New recoveries: 186
Cumulative tested: 227860
Positive: 5303
Recovered: 3720
Active Cases: 1562— I & PR Department, Odisha (@IPR_Odisha) June 22, 2020
ଦେଶର କରୋନା ଖବର:
ଭାରତରେ ମୋଟ୍ କରୋନା ଅଙ୍କ୍ରାନ୍ତଙ୍କ ସଂଖ୍ୟା ୪,୨୬,୯୧୧ କୁ ବୃଦ୍ଧି ହେଇଛି । ରାଜ୍ୟରେ ମୋଟ ଆକ୍ଟିଭ କେସ ୧,୭୫,୯୦୫, ସୁସ୍ଥ ହୋଇଛନ୍ତି ୨,୩୭,୨୫୨ ଓ ୧୩,୭୦୩ ଜଣଙ୍କର ମୃତ୍ୟୁ ହୋଇଛି ।
ବନ୍ଧୁଗଣ ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପାଇବା ପାଇଁ ଆମର ଏହି ପୋର୍ଟାଲ କୁ ଫୋଲୋ କରନ୍ତୁ । ଯଦି ଏହି ଖବର ଟି ଆପଣଙ୍କ ମନକୁ ପସନ୍ଦ ଆସିଲା ତେବେ ଏହାକୁ ଲାଇକ କରନ୍ତୁ ଓ ସାଙ୍ଗ ମାନଙ୍କୁ ଶେୟର କରନ୍ତୁ ।