ରାଜ୍ୟରେ ଆଜି ୧୪୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଆଜି ଆସିଲେ ଯେତେ ଗଲେ ସେତେ । ଆସିଲେ ନୂଆ ୧୪୬ ଏବଂ ଭଲ ହୋଇ ଗଲେ ୧୪୬ । ସୁସ୍ଥ ହେବେ ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।
ରାଜ୍ୟରେ ସୁସ୍ଥ ହୋଇଥିବା ୧୪୬ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ କଟକ ଜିଲ୍ଲାରୁ ୨୬ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୨୩ ଜଣ ଓ ଗଞ୍ଜାମ ଜିଲ୍ଲାରୁ ୧୮ ଜଣ ସୁସ୍ଥ ହୋଇଛନ୍ତି । ମୟୁରଭଞ୍ଜରୁ ୧୩ ଜଣ, ଗଜପତିରୁ ୧୨ ଜଣ ଓ ଭଦ୍ରକ ଜିଲ୍ଲାରୁ ୧୧ ଜଣ ସୁସ୍ଥ ହୋଇଛନ୍ତି । ବଲାଙ୍ଗିର ଜିଲ୍ଲାରୁ ମଧ୍ୟ ୧୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।
କୋରାପୁଟ, କନ୍ଧମାଳ ଓ ରାୟଗଡା ଜିଲ୍ଲାରୁ ୦୫ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି । କଳାହାଣ୍ଡି ଜିଲ୍ଲାରୁ ୦୪ ଜଣ ସୁସ୍ଥ ହୋଇଥିବା ବେଳେ ଯାଜପୁର ଓ ନୟାଗଡ ଜିଲ୍ଲାରୁ ୦୩ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି । ଢେଙ୍କାନାଳ, ପୁରୀ ଓ ନୂଆପଡା ଜିଲ୍ଲାରୁ ୦୨ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି । ଜଗତସିଂହପୁର ଜଣେ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।
ରାଜ୍ୟରେ ମୋଟ୍ କରୋନା ସଂକ୍ରମଣରୁ ସୁସ୍ଥ ହେଇଥିବା ସଂଖ୍ୟା ୨,୮୫୪ କୁ ବୃଦ୍ଧି ହୋଇଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛନ୍ତି । ଆଜି ସକାଳେ ରାଜ୍ୟରେ ୧୪୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪,୦୫୫ କୁ ବୃଦ୍ଧି ହୋଇଛି । ୧,୧୮୭ ଜଣ ଚିକିତ୍ସା ହେଉଥିବା ବେଳେ, ୨,୮୫୪ ଭଲ ହୋଇ ଘରକୁ ଫେରିଥିବା ବେଳେ ୧୧ ଜଣଙ୍କର ମୃତ୍ୟୁ ହୋଇଛି ।
ଦେଶର କରୋନା ଖବର:
ଭାରତରେ ମୋଟ୍ କରୋନା ଅଙ୍କ୍ରାନ୍ତଙ୍କ ସଂଖ୍ୟା ୩,୩୨,୫୫୯ କୁ ବୃଦ୍ଧି ହୋଇଛି । ୧,୫୩,୩୧୬ ଜଣ ଚିକିତ୍ସା ହେଉଛନ୍ତି, ୧,୬୯,୬୮୩ ଭଲ ହୋଇ ଘରକୁ ଫେରିଥିବା ବେଳେ ୯,୫୨୧ ଜଣଙ୍କର ମୃତ୍ୟୁ ହୋଇଛି । ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପଢିବା ପାଇଁ ତଳେ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ, ଏହି ପୋଷ୍ଟକୁ ଅଧିକ ଅଧିକ ସେୟାର କରନ୍ତୁ ।