ଆଲର୍ଟ ଜାରି: ରାଜ୍ୟରେ ବନ୍ଦ ହୋଇଯିବ ୧୮-୪୪ ବର୍ଗଙ୍କ ଟୀକାକରଣ! ଜାଣନ୍ତୁ କଣ ଅଟେ ଏହା ପଛର କାରଣ।

ବର୍ତ୍ତମାନ ଦେଶରେ କରୋନାର ଦ୍ୱିତୀୟ ଲହରୀ ଚାଲିଛି ଯାହା ଅଧିକ ଭୟାନକ ରୂପ ଧାରଣ କରିଛି। ଏହାକୁ ଅଟକାଇବା ପାଇଁ ଟୀକା କରଣକୁ ପ୍ରାଧାନ୍ୟ ଦିଆଯାଇଛି। ପ୍ରଥମେ କୋଭିଡ ଯୋଦ୍ଧାଙ୍କୁ ଟୀକା କରଣ ଆରମ୍ଭ ହୋଇଥିଲା। ଏହା ପରେ ୬୦ ବର୍ଷରୁ ଉର୍ଦ୍ଧ ଲୋକଙ୍କୁ ଟୀକା କରଣ ଆରମ୍ଭ କରାଯାଇଥିଲା। ଏହା ପରେ ୪୫ ବର୍ଷରୁ ଉର୍ଦ୍ଧ ବ୍ୟକ୍ତିଙ୍କ ଟୀକା କରଣ କରାଯାଇଥିଲା। ଶେଷରେ ଏବେ ୧୮ ବର୍ଷରୁ ୪୪ ବର୍ଷ ବୟସର ବ୍ୟକ୍ତିଙ୍କ ଟୀକାକରଣ ଆରମ୍ଭ ହୋଇଥିଲା।

Google

ଆପଣଙ୍କୁ କହିରଖିବୁ ବର୍ତ୍ତମାନ ରାଜ୍ୟରେ ଟୀକାର ଅଭାବ ଦେଖାଯାଇଛି। ଭାକ୍ସିନ କମ୍ପାନୀମାନେ ଠିକ ସମୟରେ ଟୀକା ପହଁଞ୍ଚାଇ ନାହାନ୍ତି। ଏବେ ରାଜ୍ୟ ପାଖରେ ବହୁତ କମ ଟୀକା ରହିଛି। ଯଦି ଆସନ୍ତା ୨ ଦିନ ମଧ୍ୟରେ ରାଜ୍ୟରେ ଟୀକା ନପହଞ୍ଚେ ତେବେ ୧୮-୪୪ ବର୍ଷ ବୟସର ବ୍ୟକ୍ତିଙ୍କ ଟୀକାକରଣ କିଛିଦିନ ପାଇଁ ବନ୍ଦ ରହିବ।

ଆପଣଙ୍କୁ କହିରଖିବୁ ରାଜ୍ୟରେ ୧୮-୪୪ ବର୍ଗଙ୍କ ଟୀକା କରଣ ମାତ୍ର ୬ ଟି ଜିଲ୍ଲା ଓ ୫ ଟି ମ୍ୟୁନିସପାଲଟି ଅଞ୍ଚଳରେ କରାଯାଉଅଛି। ଭୁବନେଶ୍ୱର ଭାକ୍ସିନ ନଥିବାରୁ ଏହାକୁ ବନ୍ଦ କରାଯାଇସାରିଲାଣି ବୋଲି ଜଣା ଯାଉଛି। ରାଜ୍ୟରେ ବର୍ତ୍ତମାନ ଆଉ ମାତ୍ର ୧୦,୩୯୦ ଭାକ୍ସିନ ଅଛି। ଯାହା ଖୁବ ଶୀଘ୍ର ସରିଯିବ ଯାହା ଦ୍ୱାରା ବାଧ୍ୟ ହୋଇ ୧୮-୪୪ ବର୍ଗଙ୍କ ଟୀକାକରଣକୁ କିଛି ଦିନ ପାଇଁ ବନ୍ଦ କରିବାକୁ ପଡିବ ବୋଲି ଜଣା ଯାଉଛି।

Google

ରାଜ୍ୟରେ ଆଉ ଅଧିକ ଭାକ୍ସିନ ଅଭେଲେବଲର ମାତ୍ରା ନଥିବାରୁ ଆଗରୁ ଯେଉଁଠି୧୮-୪୪ବର୍ଗଙ୍କୁ ଦୈନିକ ୧୫-୨୦ ହଜାର ଟୀକା ଦିଆଯାଉଥିଲା ଏବେ ତାହା ମାତ୍ର ୬୬୨୯ କରିଦିଆଯାଇଛି। ମାତ୍ର ୩୬୫ ଜଣ ହିଁ ଦ୍ୱିତୀୟ ଡୋଜ ଟୀକା ନେଇଛନ୍ତି। ପୂର୍ଵ ୨୪ ଘଣ୍ଟା କଥା କହିବା ତ ରାଜ୍ୟରେ ୪୫ ବର୍ଷରୁ ଉର୍ଦ୍ଧ ପ୍ରଥମ ଡୋଜ ନେଇଛନ୍ତି ୬୧,୫୮୧, ଜଣ ଓ ଦ୍ୱିତୀୟ ଡୋଜ ନେଇଛନ୍ତି ୨୩୪୫ ଜଣ। ଅର୍ଥାତ ପୂର୍ଵ ୨୪ ଘଣ୍ଟାରେ ରାଜ୍ୟରେ ମୋଟ ୭୨,୫୨୪ ଜଣ ଟୀକା ଗ୍ରହଣ କରିଛନ୍ତି ବୋଲି ଜଣା ଯାଇଛି। ଏହା ସହ ରାଜ୍ୟରେ ଆଜି ପର୍ଯ୍ୟନ୍ତ ମୋଟ ଟୀକା କଥା କହିବା ତ ଏ ପର୍ଯ୍ୟନ୍ତ ମୋଟ ୭୯,୩୫,୧୨୧ ଜଣ ଟୀକା ଗ୍ରହଣ କରିସାରିଲେଣି।

ମିଳିଥିବା ସୂଚନା ଅନୁଯାୟୀ ଯଦି ୪୫ ବର୍ଷରୁ ଅଧିକ ବ୍ୟକ୍ତିଙ୍କ ଟୀକା ୧୮-୪୩ ବର୍ଗଙ୍କୁ ଦେବାକୁ ଅନୁମତି ମିଳେ ତେବେ ୧୮-୪୪ ବର୍ଗଙ୍କ ଟୀକାକରଣ ଜାରି ରହିବ ନଚେତ କିଛି ଦିନ ପାଇଁ ବନ୍ଦ ରହିବ। ରାଜ୍ୟରେ ବର୍ତ୍ତମାନ ୧୮-୪୪ ବର୍ଗଙ୍କ ଟୀକା ବହୁତ କମ ମାତ୍ରରେ ଅଛି ବୋଲି ରାଜ୍ୟ ଟୀକାକରଣ ନୋଡାଲ ଅଫିସର ଡା ବିଜୟ ପାଣିଗ୍ରାହୀ କହିଛନ୍ତି। ତାଙ୍କ କହିବା ଅନୁଯାୟୀ ୭ ତାରିଖ ଭିତରେ ଟୀକା ଆସିଯିବ ବୋଲି କୁହାଯାଇଛି ଯଦି ଏହି ସମୟ ମଧ୍ୟରେ ଟୀକା ନଆସେ ତେବେ ବାଧ୍ୟ ହୋଇ ୧୮-୪୪ ବର୍ଗଙ୍କ ଟୀକାକରଣ କିଛି ଦିନ ପାଇଁ ବନ୍ଦ ରହିବ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *