ରାଜ୍ୟରେ ଆଉ ୨୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।
ନୂଆ ୨୦ ଆକ୍ରନ୍ତ ମଧ୍ୟ୍ୟରୁ ଗଂଜାମ ଜିଲ୍ଲା ରୁ ୧୭ ଜଣ, ସୁନ୍ଦରଗଡରୁ ୨ ଜଣ ଓ ବୌଦ୍ଧ ଜିଲ୍ଲାରୁ ଜଣେ ବୋଲି ଜଣାପଡିଛି ।
ଗଂଜାମ ଜିଲ୍ଲାରେ ହୁ ହୁ ହୋଇ ବଢିଚାଲିଛି କରୋନା । ନୂଆ ୧୭ ଆକ୍ରନ୍ତଙ୍କୁ ମିଶାଇ ଗଂଜାମ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା 154 ରେ ପହଁଚିଛି । ଗଂଜାମ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦେଢଶ ପରା କଲା ।
ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୧୪ କୁ ପହଁଚିଲା ।
ନୂଆ ୧୭ କୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ୪୦୦ କୁ ପରା ହେଲା । ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୧୪ କୁ ପହଁଚିଲା । ରାଜ୍ୟରେ ଏବେ ହୁ ହୁ ହୋଇ କରୋନା ପଜିଟିଭ ସଂଖ୍ୟା ବଢିଚାଲିଛି । ଏବେ ବାହାର ରାଜ୍ୟରୁ ହଜାର ହଜାର ପ୍ରବାସୀ ଓଡ଼ିଆ ଆସୁଛନ୍ତି ସେଥି ପାଇଁ ରାଜ୍ୟରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ରାଜ୍ୟରେ ସୁରତ ଫେରନ୍ତାଙ୍କ ଠାରୁ ଅଧିକ କରୋନା ସଂକ୍ରମ ଚିହ୍ନଟ ବାହାରୁଛନ୍ତି ।
ଏବେ ନୂଆ ଟ୍ରେନ୍ ସୁରତରୁ ଓଡିଶାକୁ ଆସିଛନ୍ତି ଆଗକୁ କଣ ହେବ କହିବା ମୁସ୍କିଲ । ଆହୁରି ଟ୍ରେନ୍ ମଧ୍ୟ୍ୟ ଓଡିଶାକୁ ଆସୁଛନ୍ତି । ଆହୁରି ବହୁତ ପ୍ରବାସୀ ଓଡ଼ିଆ ଆସିବା ପାଇଁ ରେଜିଷ୍ଟ୍ରସନ କରିଛନ୍ତି । ପୁଣି କଲିଠୁ ପୁଣି ଟ୍ରେନ୍ ଚାଲିବ ଆରମ୍ଭ ହେବ, ତେଣୁ କଣ ହବ ଆଗକୁ କିଛି କହିପାରିବନି ।

ଓଡିଶାର କରୋନା ଖବର:
ରାଜ୍ୟରେ ସବୁଠୁ ଅଧିକ ଗଂଜାମ ଜିଲ୍ଲାରେ କରୋନା ଆକ୍ରାନ୍ତ ଚିହ୍ନଟ । ସୁରତ ଫେରନ୍ତା ଏବେ ରାଜ୍ୟର ଚିନ୍ତା ବଢେଇ ଥିବାବେଳେ ପୁଣି ଅନ୍ୟ ରାଜ୍ୟରୁ ଆସୁଛନ୍ତି ପ୍ରବାସୀ ଓଡ଼ିଆ । ଆହୁରି ବହୁତ ପ୍ରବାସୀ ଓଡ଼ିଆ ଓଡିଶାକୁ ଆସୁଛନ୍ତି ସେଥିପାଇଁ ଆଗକୁ ଆକ୍ରାନ୍ତଙ୍କ ସଂଖ୍ୟା ଆହୁରି ବଢିବା ବୋଲି ଆଶା କରାଯାଉଛି ।
ରାଜ୍ୟରେ ମୋଟ୍ କରୋନା ଅଙ୍କ୍ରାନ୍ତଙ୍କ ସଂଖ୍ୟା ୪୧୪ ରେ ପହଁଚିଛି । ୩୨୬ ଜଣ ଚିକିତ୍ସାଧୀନରେ ଅଛନ୍ତି ଏବଂ ୮୫ ଜଣ ଭଲ ହୋଇ ଘରକୁ ଫେରିଛନ୍ତି ଆଉ ୩ ଜଣଙ୍କର ମୃତ୍ୟୁ ହୋଇଛି ।