ରାଜ୍ୟରେ ଆଉ ୨୦ ଜଣ କରୋନା ପଜିଟିଭ ଚିହ୍ନଟ ୧୭ ଜଣ ଗଞ୍ଜାମ ଓ ୩ ଜଣ ମୟୁରଭଞ୍ଜ ଜିଲ୍ଲାରୁ ।
୨୦ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟ୍ୟରୁ ୧୭ ଜଣ ଗଞ୍ଜାମ ଜିଲ୍ଲା ରୁ ଏବଂ ୩ ଜଣ ମୟୁରଭଞ୍ଜ ଜିଲ୍ଲାରୁ ବୋଲି ଜଣାପଡିଚଛି ।
ମୟୁରଭଞ୍ଜ ଜିଲ୍ଲାକୁ ପ୍ରଥମ କରି ଛୁଇଁଲା କରୋନା ଭାଇରସ୍ । ଗଞ୍ଜାମ ଜିଲ୍ଲାରେ ବଢିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ଆଉ ୧୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସମସ୍ତେ ସୁରତ ଫେରନ୍ତା ବୋଲି ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ । ଗଞ୍ଜାମ ଜିଲ୍ଲା ରେ କରୋନା ଅଙ୍କ୍ରାନ୍ତଙ୍କ ସଂଖ୍ୟା ୨୧ ରେ ପହଁଚିଛି । ସେପଟେ ମୟୁରଭଞ୍ଜ ଜିଲ୍ଲା ରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ରେ ପହଁଚିଲା ।
ଗଞ୍ଜାମ ଜିଲ୍ଲାର ଆକ୍ରାନ୍ତ ମଧ୍ୟ୍ୟରୁ ୧୬ ଜଣ ପୁରୁଷ ଏବଂ ଜଣେ ମହିଳା ଅଛନ୍ତି । ମୟୁରଭଞ୍ଜ ଜିଲ୍ଲାର ୩ ଜଣ ଯାକ ପୁରୁଷ ।
First Health Update, 7th May
17 New positives in Ganjam
All male, Age: 27, 27, 20, 38, 23, 29, 50, 30, 29, 21, 43, 43, 39, 46, 18, 24 & One Female, 20 yrs
3 Positive cases in Mayurbhanj
All Male, Age: 21, 36 & 44(Surat returnees. In quarantine)
Total Positive Case: 205
— I & PR Department, Odisha (@IPR_Odisha) May 7, 2020
ରାଜ୍ୟରେ ଆଜି ପର୍ଯ୍ୟନ୍ତ ଗୋଟିଏ ଦିନରେ ସର୍ବାଧିକ କରୋନା ଅଙ୍କ୍ରାନ୍ତ ଚିହ୍ନଟ । ନୂଆ ୨୦ କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଅଙ୍କ୍ରାନ୍ତଙ୍କ ସଂଖ୍ୟା ୨୦୫ ରେ ପହଁଚିଛି । ବର୍ତମାନ ରାଜ୍ୟରେ ସୁରତ ଫେରନ୍ତାଙ୍କ ପାଇଁ କରୋନା ଅଙ୍କ୍ରାନ୍ତ ସଂଖ୍ୟା ଦ୍ରୁତଗତିରେ ବଢ଼ିବାରେ ଲାଗିଛି । ରାଜ୍ୟ ସରକାରଙ୍କର ଚିନ୍ତାକୁ ବାଢ଼ିଦେଇଛନ୍ତି ସୁରତ ଫେରନ୍ତା । କେତେବେଳେ ଖାଇବା ଫୋପଡୁଛନ୍ତି ତ କେତେବେଳେ କ୍ଵାରେଣ୍ଟାଇନ୍ ରୁ ପଳାଉଛନ୍ତି ତ କେତେବେଳେ ବସ୍ ରୁ ଅଧା ରାସ୍ତା ରୁ ପଳାଉଛନ୍ତି ଆଉ ଏବେ କରୋନା ଅଙ୍କ୍ରାନ୍ତ ।
ଆଗରୁ ଗଞ୍ଜାମ ଜିଲ୍ଲା ରେ ସ୍ତିତି ବହୁତ ଭଲ ଥିଲା ହେଲେ ଏବେ ସୁରତ ଫେରନ୍ତାଙ୍କ ପାଇଁ ସ୍ତିତି ବହୁତ ଖରାପ ହେବାକୁ ଗଲାଣି । ବର୍ତମାନ ହଜାର ହଜାର ଓଡ଼ିଆ ପ୍ରବାସୀ ସୁରତରୁ ଓଡିଶା ଆସୁଛନ୍ତି ଆଉ ସେଥିରୁ କରୋନା ପଜିଟିଭ ବାହାରୁଛି । ଆସିଲାପରେ ସରକାର ତାଙ୍କୁ କୁଆଁରାଣ୍ଟିନ୍ ରେ ରଖୁଛନ୍ତି ହେଲେ ସେମାନେ ସରକାରର ନିଅମକୁ ପାଳନ କରୁ ନାଁହାନ୍ତି । ସଙ୍ଗ ରୋଧ କୋଠରୀ ରେ କେତେବେଳେ ଟିକ୍ ଟକ୍ ବନାଉଛନ୍ତି ତ କେତେଳେବେ ଲୋକଙ୍କ ସହିତ ଲଢେଇ କରୁଛନ୍ତି । ସେମାନେ ସେଠି ସାମାଜିକ ଦୂରତାକୁ ପାଳନ କରୁ ନାଁହାନ୍ତି, ସେଥି ପାଇଁ ଏବେ କରୋନା ପଜିଟିଭ ସଂଖ୍ୟା ବଢିଚାଲିଛି ।

ରାଜ୍ୟରେ ଏବେ ମୋଟ୍ କରୋନା ଅଙ୍କ୍ରାନ୍ତଙ୍କ ସଂଖ୍ୟା ୨୦୫ ଥିବାବେଳେ ୧୪୨ ଜଣ ଚିକିତ୍ସାଧୀନ ରେ ଅଛନ୍ତି । ୬୧ ଜଣ ଭଲ ହୋଇ ଘରକୁ ଫେରିଛନ୍ତି ଏବଂ ୨ ଜଣଙ୍କର ମୃତ୍ୟୁ ହୋଇଛି ।
ସାରା ଦେଶର କରୋନା ଖବର
କରୋନାରେ ଦେଶରେ ମୋଟ୍ ମୃତ୍ୟୁ ସଂଖ୍ୟା ୧୭୮୩ କୁ ବୃଦ୍ଧି ହୋଇଛି । ଦେଶର ମୋଟ୍ କରୋନା ଆକ୍ରାନ୍ତ ସଂଖ୍ୟା ୫୨,୯୫୦ ରେ ପହଞ୍ଚିସାରିଲାଣି ଏବଂ ସୁସ୍ଥ ହୋଇସାରିଲେଣି ୧୫,୨୬୭ । ସାରା ପୃଥିବୀରେ ମୋଟ୍ କରୋନା ଆକ୍ରାନ୍ତ ସଂଖ୍ୟା ୩୭,୫୩,୭୮୨ ରେ ପହଞ୍ଚିସାରିଲାଣି । ସୁସ୍ଥ ହୋଇସାରିଲେଣି ୧୨,୪୨,୦୨୯ ଏବଂ ମୃତ ସଂଖ୍ୟା ୨,୬୨,୭୮୫ ରେ ପହଞ୍ଚିସାରିଲାଣି ।
କରୋନା ସୁରକ୍ଷା ପାଇଁ ଓଡିଶାରେ ସବୁ ଜିଲ୍ଲା ରେ ସକାଳ ୭ ରୁ ସଂଧ୍ୟା ୭ ଟା ପର୍ଯ୍ୟନ୍ତ ବାହାରିବା ମନା । ଲକ୍ଡାଉନ୍ ନିୟମ ଅନୁସାରେ କରି ମନା କରିଛନ୍ତି ଓଡିଶା ପୋଲିସ କମିଶନର । ଏହି କଟକଣା କଡାକଡି ଭାବେ ଲାଗୁହେବ ବୋଲି ପୋଲିସ କମିଶନର କହିଛନ୍ତି ।
ସମସ୍ତ ଜୋନ୍ ରେ ସଂଧ୍ୟା ୭ ରୁ ସକାଳ ୭ ଟା ଯାଏ କଟକଣା ଲାଗୁହେବ । ଏହି ସମୟରେ ଘରେ ରହିବାକୁ ନିବେଦନ କରିଛନ୍ତି ପୋଲିସ କମିଶନର । କଟକଣା କୁ ନମାନିଲେ ଅପରାଧୀକୁ ଦଣ୍ଡ ମିଳିବ ।