୨୧ ଦିନ ପାଇଁ ‘ଲକ୍‌ଡାଉନ୍‌’ ଦେଶରେ କ’ଣ ବନ୍ଦ ରହିବ, କ’ଣ ଖୋଲା ରହିବ?

୨୧ ଦିନ ପାଇଁ ‘ଲକ୍‌ଡାଉନ୍‌’ ଦେଶରେ କ’ଣ ବନ୍ଦ ରହିବ, କ’ଣ ଖୋଲା ରହିବ?, କୋରାନା ଭାଇରସ, ସାରା ଦେଶ ‘ଲକ୍‌ଡାଉନ୍‌’ – ୨୧ ଦିନ ଯାଏଁ ତାଲା

୨୧ ଦିନ ପାଇଁ ‘ଲକ୍‌ଡାଉନ୍‌’ ଦେଶରେ କ’ଣ ବନ୍ଦ ରହିବ, କ’ଣ ଖୋଲା ରହିବ?

ଜରୁରୀ ସେବା ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବ। ଜରୁରୀ ଜିନିଷ ପାଇଁ କୌଣସି ଚିନ୍ତା କରିବାକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ।

କରୋନା ଭାଇରସ୍‌ କୁ କଣ୍ଟ୍ରୋଲ ପାଇଁ ଆମ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଉ ଦୁଇ ପାଦ ଆଗକୁ ବଢ଼ିଛନ୍ତି। ସାରା ଦେଶରେ ୨୧ ଦିନିଆ ‘ଲକ୍‌ଡାଉନ୍‌’ ଘୋଷଣା କରିଛନ୍ତି। ଏହି ‘ଲକ୍‌ଡାଉନ୍‌’ ବେଳେ କେହି ବାହାରକୁ ନବାହାରିବାକୁ ମୋଦୀ ପରାମର୍ଶ ଦେଇଛନ୍ତି। ତେବେ ଏହି ‘ଲକ୍‌ଡାଉନ୍‌’ ବେଳେ କ’ଣ କ’ଣ ବନ୍ଦ ଏବଂ କ’ଣ କ’ଣ ଖୋଲା ରହିବ ରହିବ ଆସନ୍ତୁ ଜାଣିବା:

୨୧ ଦିନ ପାଇଁ ‘ଲକ୍‌ଡାଉନ୍‌’ ଦେଶରେ କ’ଣ କ’ଣ ଖୋଲା ରହିବ?

ଗ୍ରୋସରୀ ଦୋକାନ, ପରିବା ଓ ଫଳ ଦୋକାନ ଏବଂ କ୍ଷୀର ଦୋକାନ ମଧ୍ୟ ଖୋଲା ରହିବ। ଇଣ୍ଟରନେଟ୍ ସେବା ମଧ୍ୟ ଜାରି ରହିବ। ବ୍ୟାଙ୍କ, ଏଟିଏମ୍‌ ଓ ବୀମା ସେବା ବି ଖୋଲା ରହିବ। ଇ-କମର୍ସ ବ୍ୟବସାୟ ଉପରେ ମଧ୍ୟ କୌଣସି ପ୍ରତିବନ୍ଧକ ନାହିଁ।

୨୧ ଦିନ ପାଇଁ ‘ଲକ୍‌ଡାଉନ୍‌’ ଦେଶରେ କ’ଣ ବନ୍ଦ ରହିବ, କ’ଣ ଖୋଲା ରହିବ?, କୋରାନା ଭାଇରସ, ସାରା ଦେଶ ‘ଲକ୍‌ଡାଉନ୍‌’ – ୨୧ ଦିନ ଯାଏଁ ତାଲା

ପୋଲିସ, ହୋମଗାର୍ଡ, ପରିମଳ କାର୍ଯ୍ୟାଳୟ, ଜଳ ଯୋଗାଣ, ଅଗ୍ନିଶମ ସେବା, ଜେଲ୍‌, ଜିଲ୍ଲା ପ୍ରଶାସନ ଏବଂ ଟ୍ରେଜେରୀ ଖୋଲା ରହିବ। ଏହା ପୌର ପରିଷଦର ଜରୁରୀ ସେବାରେ ନିୟୋଜିତ କର୍ମଚାରୀ ଆସିପାରିବେ।

ପ୍ରତିରକ୍ଷା, କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ, ବିପର୍ଯ୍ୟୟ ପରିଚାଳନା, ଟ୍ରେଜେରୀ, ପେଟ୍ରୋଲ ଟାଙ୍କି, ଗ୍ୟାସ୍‌ ଗୋଦାମ, ବିଦ୍ୟୁତ ଶକ୍ତି କାର୍ଯ୍ୟାଳୟ, ପୋଷ୍ଟ ଅଫିସ୍‌ ଆଦି ଖୋଲା ରହିବ।

ଉଭୟ ସରକାରୀ ଏବଂ ଘରୋଇ ହସ୍ପିଟାଲ, ଲବାରୋଟେରୀ, ଔଷଧ ଦୋକାନ ଆଦି ଖୋଲା ରହିବ। ଡାକ୍ତର, ନର୍ସ ଏବଂ ସ୍ୱାସ୍ଥ୍ୟ କର୍ମୀମାନଙ୍କ ଉପରେ କୌଣସି କଟକଣା ନାହିଁ।

ସେହିପରି ବିଭିନ୍ନ ଗଣମାଧ୍ୟମ ସଂସ୍ଥା ମଧ୍ୟ ଖୋଲା ରହିବ। ଏହା ଉପରେ କୌଣସି କଟକଣା ଲଗାଯାଇନାହିଁ। ଦେଶବାସୀଙ୍କୁ ସମ୍ବୋଧିତ କରିବା ବେଳେ ପ୍ରଧାନମନ୍ତ୍ରୀ ଗଣମାଧ୍ୟମ ପ୍ରତିନିଧିଙ୍କ କାର୍ଯ୍ୟକୁ ପ୍ରଶଂସା କରିଥିଲେ।

୨୧ ଦିନ ପାଇଁ ‘ଲକ୍‌ଡାଉନ୍‌’ ଦେଶରେ କ’ଣ ବନ୍ଦ ରହିବ, କ’ଣ ଖୋଲା ରହିବ?, କୋରାନା ଭାଇରସ, ସାରା ଦେଶ ‘ଲକ୍‌ଡାଉନ୍‌’ – ୨୧ ଦିନ ଯାଏଁ ତାଲା

୨୧ ଦିନ ପାଇଁ ‘ଲକ୍‌ଡାଉନ୍‌’ ଦେଶରେ କ’ଣ ବନ୍ଦ ରହିବ?

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଧୀନରେ ଥିବା ବିଭିନ୍ନ ଅଫିସ ବନ୍ଦ ରହିବ। ଯେଉଁମାନେ ଜରୁରୀ ସେବା ସହ ଜଡ଼ିତ ସେମାନେ କେବଳ ଆସିପାରିବେ। ଏହାସହ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହ ଅନୁବନ୍ଧିତ ସଂସ୍ଥା ମଧ୍ୟ ବନ୍ଦ ରହିବ। ବିଭିନ୍ନ ବାଣିଜ୍ୟିକ ଏବଂ ଘରୋଇ ପ୍ରତିଷ୍ଠାନ ମଧ୍ୟ ବନ୍ଦ ରହିବ। ବିଭିନ୍ନ ଶିଳ୍ପ ସଂସ୍ଥା ବନ୍ଦ ରହିବା ସହ ପରିବହନ ସେବା ବନ୍ଦ ରହିବ। କେବଳ ଅତ୍ୟାବଶ୍ୟକ ସାମଗ୍ରୀ ନେବା ଆଣିବାରେ ନିୟୋଜିତ ଗାଡ଼ି ଉପରେ କୌଣସି କଟକଣା ନାହିଁ।

ବିଭିନ୍ନ ହୋଟେଲ, ଯାତ୍ରୀନିବାସ, ଏବଂ ପର୍ଯ୍ୟଟନ ଶିଳ୍ପ ସହ ଯେଉଁ ସଂସ୍ଥା ଜଡ଼ିତ ସେସବୁ ବନ୍ଦ ରହିବ। ବିଭିନ୍ନ ଶିକ୍ଷାନୁଷ୍ଠାନ ମଧ୍ୟ ବନ୍ଦ ରହିବ। ବିଭିନ୍ନ ଧାର୍ମିକସ୍ଥଳ ବନ୍ଦ ରହିବ।

ସାମାଜିକ, ରାଜନୀତିକ ସଭା ସମିତି ବାତଲ କରାଯାଇଥିବା ବେଳେ ସାଂସ୍କୃତି କାର୍ଯ୍ୟକ୍ରମକୁ ବାରଣ କରାଯାଇଛି। ବିଭିନ୍ନ କ୍ରୀଡ଼ା ଆୟୋଜନକୁ କେନ୍ଦ୍ର ସରକାର ନା କହିଛନ୍ତି।

About admin

Blog sharing Information & Tips about Travelling Tips, Health Tips, Daily Living Life, Life Style, Trends and more to help people to Enjoy the beautiful Life.

View all posts by admin →

Leave a Reply

Your email address will not be published. Required fields are marked *