ରାଜ୍ୟରେ ଆଜି ପୁଣି ଆଉ ୦୨ ଜଣଙ୍କର ମୁଣ୍ଡ ନେଲା କରୋନା ଏବଂ ପୁଣି ୨୦୦ ରୁ ଅଧିକା କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଆଜି ୨୪୫ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି । ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୨୩ କୁ ବୃଦ୍ଧି ହୋଇଛି । ୧୯ ଟି ଜିଲ୍ଲାରୁ ଆଜି ୨୪୫ ଜଣ କରୋନା ପଜିଟିଭ ଚିହ୍ନଟ ।
6. Gajapati: 7
7. Ganjam: 96
8. Jagatsinghpur: 9
9. Jajpur: 40
10. Jharsuguda: 1
11. Kendrapada: 8
12. Keonjhar: 7
13. Khordha: 28
14. Mayurbhanj: 5
15. Nawarangpur: 7
16. Nayagarh: 3
17. Rayagada: 1
18. Sonepur: 1
19. Sundaragarh: 6— I & PR Department, Odisha (@IPR_Odisha) June 29, 2020
୨୪୫ ନୂଆ କରୋନା ପଜିଟିଭ ମଧ୍ୟରୁ ୨୧୪ କ୍ଵାରେଣ୍ଟାଇନ୍ ସେଣ୍ଟରରୁ ଓ ୩୧ ଜଣ ଲୋକାଲ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି । ଆଜିର ନୂଆ ୨୪୫ କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬,୮୫୯ କୁ ବୃଦ୍ଧି ହୋଇଛି । ରାଜ୍ୟରେ ମୋଟ ଆକ୍ଟିଭ କେସ ୨,୦୮୬, ସୁସ୍ଥ ହୋଇଛନ୍ତି ୪,୭୪୩ ଓ ମୃତ ସଂଖ୍ୟା ୨୩ କୁ ବୃଦ୍ଧି ହୋଇଛି ।
ଆଜି ୦୨ ନୂଆ NDRF/ODRAF କର୍ମଚାରୀ କରୋନା ଚିହ୍ନଟ ହୋଇଛନ୍ତି । ପଶ୍ଚିମବଙ୍ଗ ଅମ୍ପନ ମୁକାବିଲା କରି ଫେରିଥିବା NDRF/ODRAF କର୍ମଚାରୀ କରୋନା ପଜିଟିଭ ଚିହ୍ନଟ । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି ।
20. NDRF/ ODRAF: 02
(returned from Amphan duty, WB)New recoveries: 137
Cumulative tested: 260428
Positive: 6859
Recovered: 4743
Active Cases: 2086— I & PR Department, Odisha (@IPR_Odisha) June 29, 2020
କେଉଁ ଜିଲାରୁ କେତେ ଚିହ୍ନଟ:
ଆଜି ୨୪୫ ନୂଆ କରୋନା ଆକ୍ରାନ୍ତ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୯୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ଏବେ ଗଂଜାମ ଜିଲ୍ଲାରେ ହୁ ହୁ ହୋଇ ବଢିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ପୁଣି ଆଜି ଯାଜପୁର ଜିଲ୍ଲାରୁ ୪୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ଖୋର୍ଦ୍ଧା ଜିଲ୍ଲାରୁ ୨୮ ଜଣ କରୋନା ପଜିଟିଭ ଚିହ୍ନଟ । ବରଗଡ଼ ଜିଲ୍ଲାରୁ ୧୦ ଜଣ କରୋନା ପଜିଟିଭ ଚିହ୍ନଟ । ଜଗତସିଂହପୁର ଜିଲ୍ଲାରୁ ୦୯ ଜଣ ଓ କେନ୍ଦ୍ରାପଡା ରୁ ୦୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକ, ଗଜପତି, କେନ୍ଦୁଝର ଓ ନବରଙ୍ଗପୁର ଜିଲ୍ଲାରୁ ୦୭ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ।
ସୁନ୍ଦରଗଡ ଜିଲ୍ଲାରୁ ୦୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ମୟୁରଭଞ୍ଜ ଜିଲ୍ଲାରୁ ୦୫ ଜଣ କରୋନା ପଜିଟିଭ ଚିହ୍ନଟ । ନୟାଗଡ ଓ ଢେଙ୍କାନାଳ ଜିଲ୍ଲାରୁ ୦୩ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ । ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରୁ ୦୨ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ । ଝାରସୁଗୁଡା, ରାୟଗଡା ଓ ସୋନପୁର ଜିଲ୍ଲାରୁ ଜଣେ ଲେଖାଏଁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।
ଦେଶର କରୋନା ଖବର:
ଭାରତରେ ମୋଟ୍ କରୋନା ଅଙ୍କ୍ରାନ୍ତଙ୍କ ସଂଖ୍ୟା ୫,୪୯,୧୯୭ କୁ ବୃଦ୍ଧି ହେଇଛି । ଦେଶରେ ମୋଟ ଆକ୍ଟିଭ କେସ ୨,୧୦,୮୮୦, ସୁସ୍ଥ ହୋଇଛନ୍ତି ୩,୨୧,୭୭୪ ଓ ୧୬,୪୮୭ ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ ଏବେ ଆକ୍ଟିଭ କେସ ଅପେକ୍ଷା ଆରୋଗ୍ୟ ସଂଖ୍ୟା ଅଧିକ । ଗୋଟିଏ ପଟେ କରୋନା ଆକ୍ରାନ୍ତ ସଂଖ୍ୟା ବଢୁଥିବା ବେଳେ ଅନ୍ୟ ପଟେ ଆରୋଗ୍ୟ ହାର ମଧ୍ୟ୍ୟ ବଢିଛି । ଦେଶରେ ଆରୋଗ୍ୟ ହାର ୧.୪୭% ରେ ରହିଛି ଓ ମୃତ୍ୟୁ ହାର ୦.୧୪% ରେ ଅଛି ।
ବନ୍ଧୁଗଣ ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପାଇବା ପାଇଁ ଆମର ଏହି ପୋର୍ଟାଲ କୁ ଫୋଲୋ କରନ୍ତୁ । ଯଦି ଏହି ଖବର ଟି ଆପଣଙ୍କ ମନକୁ ପସନ୍ଦ ଆସିଲା ତେବେ ଏହାକୁ ଲାଇକ କରନ୍ତୁ ଓ ସାଙ୍ଗ ମାନଙ୍କୁ ଶେୟର କରନ୍ତୁ ।