ନେପାଳର କ୍ରିକେଟର କୁନ୍ଦନ ସିଂହଙ୍କର ରବିବାରକୁ ମୃତ୍ୟୁ ହୋଇଗଲା,ସେ କିଛି ମାସରୁ ମେଡିକାଲରେ ଭର୍ତ୍ତି ଥିଲେ, ତାଙ୍କର ଦୁଇଟି ଯାକ କିଡନୀ ଖରାପ ଥିଲା।

ସବୁ ଖେଳାଳି ମଇଦାନ ଉପରେ ଝାଳ ବୁହାଇ ଏହି ସ୍ୱପ୍ନ ଦେଖନ୍ତି କି ଗୋଟେ ଦିନ ସେ ନିଜ ଦେଶ ପାଇଁ କ୍ରିକେଟ ଖେଳିବେ,କିନ୍ତୁ କଡା ସତ ଏହା ଅଟେ କି ସମସ୍ତଙ୍କର ସ୍ୱପ୍ନ ପୂରା ହୁଏ ନାହିଁ। ଏପରି ହିଁ ଏକ କାହାଣୀ ଅଟେ ନେପାଳର କ୍ରିକେଟର କୁନ୍ଦନ ସିଂହଙ୍କର ଯିଏ ନିଜ ଦେଶ ପାଇଁ ଅନ୍ତଃରାଷ୍ଟ୍ରୀୟ କ୍ରିକେଟ ଖେଳିବାର ସ୍ୱପ୍ନ ଦେଖିଥିଲେ କିନ୍ତୁ ସେ ଏବେ ଜୀବନ ଠାରୁ ହିଁ ହାରିଯାଇଛନ୍ତି। ରବିବାର ସକାଳକୁ ନେପାଳର କ୍ରିକେଟର କୁନ୍ଦନ ସିଂହଙ୍କର ମୃତ୍ୟୁ ହୋଇଯାଇଛି, ସେ ପ୍ରାୟ ୨୫ ବର୍ଷର ଥିଲେ। ନେପାଳର ଏହି କ୍ରିକେଟର ଗତ କିଛି ସମୟରୁ ଡ଼ାକ୍ତରଖାନାରେ ଭର୍ତ୍ତି ଥିଲେ। କୁନ୍ଦନ ସିଂହଙ୍କର ଦୁଇଟି ଯାକ କିଡନୀ ଖରାପ ଥିଲା।
କୁନ୍ଦନ ସିଂହଙ୍କର ଚିକିତ୍ସା ନେପାଳର ଜନକପୂର ଡାକ୍ତରଖାନାରେ ହେଉଥିଲା, କିନ୍ତୁ ଡାକ୍ତର ତାଙ୍କୁ ବଞ୍ଚେଇ ପାରିଲେ ନାହିଁ। ଅଗଷ୍ଟରେ କୁନ୍ଦନ ସିଂହଙ୍କର କୋରନା ପଜେଟିଭି ବାହାରି ଥିଲା ଯାହାପରେ ତାଙ୍କୁ ବିପି କେଏରାଲା ଇନଷ୍ଟିଚ୍ୟୁଟରେ ଟ୍ରିଟମେଣ୍ଟ ପାଇଁ ପୁରାଯାଇଥିଲା। କହିଦେଉଛୁ କି କୁନ୍ଦନ ନେପାଳର ପ୍ରୋବିସ୍ ନଂ ୨ର ତରଫରୁ ତିନୋଟି ପ୍ରଫେସନାଲ ମ୍ୟାଚ ଖେଳିଛନ୍ତି। ବର୍ଷ ୨୦୧୮ରେ ପଦାର୍ପଣ କରିଥିବା ଏହି କ୍ରିକେଟର ତିନୋଟି ମ୍ୟାଚରେ ୨୬ରନ ହିଁ କରିପାରିଛନ୍ତି କିନ୍ତୁ ଏହାପରେ ତାଙ୍କର ସ୍ୱାସ୍ଥ୍ୟ ଖରାପ ହୋଇଗଲା। ଦୁଃଖଦ କଥା ଏହା କି ଯେ କୁନ୍ଦନ ବହୁତ କମ ବୟସରୁ ନିଜ ମାତା ପିତାଙ୍କୁ ମଧ୍ୟ ହରାଇ ଦେଇଥିଲେ,ସେ ନିଜ ବନ୍ଧୁବାନ୍ଧବଙ୍କ ସହ ରହୁଥିଲେ। ଏହାପରେ କୁନ୍ଦନ ସିଂହଙ୍କର ଦୁଇଟି କିଡନୀ ଖରାପ ହୋଇଯାଇଥିଲା।
Shocked to hear about untimely demise of Kundan Singh. Gone too soon. May his departed soul rest in peace. May God give strength to his family.?
— Sandeep Lamichhane (@Sandeep25) January 10, 2021
କୁନ୍ଦନଙ୍କର ଚିକିତ୍ସା ପାଇଁ ନେପାଳ କ୍ରିକେଟ ପ୍ରଶଂସକମାନେ ଟଙ୍କା ମଧ୍ୟ ଜମା କରିଥିଲେ କିନ୍ତୁ ରବିବାରକୁ କୁନ୍ଦନ ଜୀବନର ଯୁଦ୍ଧ ହାରିଗଲେ। କୁନ୍ଦନଙ୍କର ମୃତ୍ୟୁରେ ନେପାଳ କ୍ରିକେଟ ଆସୋସିଏସନ ମଧ୍ୟ ଶୋକ ଜାହିର କରିଛନ୍ତି।ନେପାଳ କ୍ରିକେଟ ଆସୋସିଏସନ ଲେଖିଛନ୍ତି,’କୁନ୍ଦନ ସିଂହଙ୍କର ମୃତ୍ୟୁରେ ଆମେ ଦୁଃଖ ପ୍ରକାଶ କରୁଛୁ,ଭଗବାନ ତାଙ୍କ ପରିବାରକୁ ଏହି ଦୁଃଖ ସହିବା ପାଇଁ ଶକ୍ତି ପ୍ରଦାନ କରନ୍ତୁ। ‘ନେପାଳର ସ୍ପିନର ସନ୍ଦୀପ ଲାମିଛାନେ ମଧ୍ୟ କୁନ୍ଦନ ସିଂହଙ୍କର ମୃତ୍ୟୁରେ ଦୁଃଖ ବ୍ୟକ୍ତ କରିଛନ୍ତି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।