ରାଜ୍ୟରେ ଆଜି ୨୬୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସୁସ୍ଥ ହେବେ ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।
ରାଜ୍ୟରେ ସୁସ୍ଥ ହୋଇଥିବା ୨୬୨ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୭୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଗଜପତିରୁ ୪୯ ଜଣ ଓ ଜଗତସିଂହପୁର ଜିଲ୍ଲାରୁ ୨୫ ଜଣ ସୁସ୍ଥ ହୋଇଛନ୍ତି । ରାୟଗଡାରୁ ୧୬ ଜଣ ଓ କଟକ ଜିଲ୍ଲାରୁ ୧୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ବରଗଡରୁ ୧୪, ଖୋର୍ଦ୍ଧାରୁ ୧୩ ଓ ଭଦ୍ରକ ଜିଲ୍ଲାରୁ ୧୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।
ପୁରୀ ଜିଲ୍ଲାରୁ ୧୨ ଓ କେନ୍ଦ୍ରାପଡାରୁ ୦୮ ଜଣ ସୁସ୍ଥ ହୋଇଛନ୍ତି । ଯାଜପୁର ଓ ସୁନ୍ଦରଗଡ ଜିଲ୍ଲାରୁ ୦୪ ଜଣ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଅନୁଗୁଳ, ବାଲେଶ୍ୱର, ନୟାଗଡ ଓ ନବରଙ୍ଗପୁର ଜିଲ୍ଲାରୁ ୦୩ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି । ବୌଦ୍ଧ, ଝାରସୁଗୁଡା, କଳାହାଣ୍ଡି, କୋରାପୁଟ ଓ ମୟୁରଭଞ୍ଜରୁ ଜଣେ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।
ରାଜ୍ୟରେ ମୋଟ୍ କରୋନା ସଂକ୍ରମଣରୁ ସୁସ୍ଥ ହେଇଥିବା ସଂଖ୍ୟା ୬୪୮୬ କୁ ବୃଦ୍ଧି ହୋଇଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛନ୍ତି । ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯,୫୨୬ କୁ ବୃଦ୍ଧି ହୋଇଛି । ୨,୯୯୨ ଜଣ ଚିକିତ୍ସା ହେଉଥିବା ବେଳେ ୬,୪୮୬ ଭଲ ହୋଇ ଘରକୁ ଫେରିଥିବା ବେଳେ ୩୮ ଜଣଙ୍କର ମୃତ୍ୟୁ ହୋଇଛି ।
ଦେଶର କରୋନା ଖବର:
ଭାରତରେ ମୋଟ୍ କରୋନା ଅଙ୍କ୍ରାନ୍ତଙ୍କ ସଂଖ୍ୟା ୬,୯୯,୪୦୧ କୁ ବୃଦ୍ଧି ହୋଇଛି । ୨,୫୪,୫୪୧ ଜଣ ଚିକିତ୍ସା ହେଉଛନ୍ତି, ୪,୨୫,୦୭୦ ଭଲ ହୋଇ ଘରକୁ ଫେରିଥିବା ବେଳେ ୧୯,୭୦୭ ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ କରୋନା ସଂକ୍ରମଣ ହାର ୧.୩୬% ଥିଲା ବେଳେ ଆରୋଗ୍ୟ ହାର ୧.୫୩% ରେ ପହଁଚିଛି ଓ କରୋନା ମୃତ୍ୟୁ ହାର ୦.୧୯% ରେ ପହଁଚିଛି ।
ବନ୍ଧୁଗଣ ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପାଇବା ପାଇଁ ଆମର ଏହି ପୋର୍ଟାଲ କୁ ଫୋଲୋ କରନ୍ତୁ । ଯଦି ଏହି ଖବର ଟି ଆପଣଙ୍କ ମନକୁ ପସନ୍ଦ ଆସିଲା ତେବେ ଏହାକୁ ଲାଇକ କରନ୍ତୁ ଓ ସାଙ୍ଗ ମାନଙ୍କୁ ଶେୟର କରନ୍ତୁ ।