ରାଜ୍ୟରେ ଆଜି ୨୯୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସୁସ୍ଥ ହେବେ ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।
ରାଜ୍ୟରେ ସୁସ୍ଥ ହୋଇଥିବା ୨୯୦ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ କଟକ ଜିଲ୍ଲାରୁ ସର୍ବାଧିକ ୯୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଗଜପତିରୁ ୫୬ ଜଣ ଓ ଝାରସୁଗୁଡା ଜିଲ୍ଲାରୁ ୩୩ ଜଣ ସୁସ୍ଥ ହୋଇଛନ୍ତି । କଟକ ଓ ନବରଙ୍ଗପୁର ଜିଲ୍ଲାରୁ ୧୬ ଜଣ ସୁସ୍ଥ ହୋଇଛନ୍ତି । ବାଲେଶ୍ୱରରୁ ୧୫, ସମ୍ବଲପୁରରୁ ୧୧ ଓ ଖୋର୍ଦ୍ଧା ଜିଲ୍ଲାରୁ ୧୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।
ମୟୁରଭଞ୍ଜରୁ ୦୮, କେନ୍ଦୁଝର ଓ ପୁରୀ ଜିଲ୍ଲାରୁ ୦୬ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି । ଜଗତସିଂହପୁର ଜିଲ୍ଲାରୁ ୦୫ ଜଣ ଓ ନୟାଗଡରୁ ୦୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ବରଗଡ ଓ କୋରାପୁଟ ଜିଲ୍ଲାରୁ ୦୨ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି । ଯାଜପୁର ଓ ସୁନ୍ଦରଗଡରୁ ଜଣେ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।
ରାଜ୍ୟରେ ମୋଟ୍ କରୋନା ସଂକ୍ରମଣରୁ ସୁସ୍ଥ ହେଇଥିବା ସଂଖ୍ୟା ୬୨୨୪ କୁ ବୃଦ୍ଧି ହୋଇଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛନ୍ତି । ରାଜ୍ୟରେ ଆଜି ୨୦ ଟି ଜିଲ୍ଲାରୁ ୪୬୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯,୦୭୦ କୁ ବୃଦ୍ଧି ହୋଇଛି । ୨,୮୦୦ ଜଣ ଚିକିତ୍ସା ହେଉଥିବା ବେଳେ ୬,୨୨୪ ଭଲ ହୋଇ ଘରକୁ ଫେରିଥିବା ବେଳେ ୩୬ ଜଣଙ୍କର ମୃତ୍ୟୁ ହୋଇଛି ।
ଦେଶର କରୋନା ଖବର:
ଭାରତରେ ମୋଟ୍ କରୋନା ଅଙ୍କ୍ରାନ୍ତଙ୍କ ସଂଖ୍ୟା ୬,୭୫,୮୯୮ କୁ ବୃଦ୍ଧି ହୋଇଛି । ୨,୪୬,୧୩୮ ଜଣ ଚିକିତ୍ସା ହେଉଛନ୍ତି, ୪,୧୦,୩୮୭ ଭଲ ହୋଇ ଘରକୁ ଫେରିଥିବା ବେଳେ ୧୯,୩୦୫ ଜଣଙ୍କର ମୃତ୍ୟୁ ହୋଇଛି । ବନ୍ଧୁଗଣ ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପାଇବା ପାଇଁ ଆମର ଏହି ପୋର୍ଟାଲ କୁ ଫୋଲୋ କରନ୍ତୁ । ଯଦି ଏହି ଖବର ଟି ଆପଣଙ୍କ ମନକୁ ପସନ୍ଦ ଆସିଲା ତେବେ ଏହାକୁ ଲାଇକ କରନ୍ତୁ ଓ ସାଙ୍ଗ ମାନଙ୍କୁ ଶେୟର କରନ୍ତୁ ।