IND vs AUS: ନାଗପୁରରେ ନାହିଁ ଭାରତର ସେମିତି କିଛି ଖାସ ରେକର୍ଡ! ଜାରି ହେଲା ରିପୋର୍ଟ, ଜାଣନ୍ତୁ ସମ୍ପୂର୍ଣ୍ଣ

ବ୍ୟୁରୋ ରିପୋର୍ଟ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ତିନୋଟି ମ୍ୟାଚର ଟି-୨୦ ସିରିଜ ଖେଳାଯିବାର ଅଛି। ଏହାର ପ୍ରଥମ ଥର ମ୍ୟାଚ ୨୦ ସେପ୍ଟେମ୍ବରକୁ ମୋହାଲିରେ ଖେଳାଯାଇଥିଲା ଯେଉଁ ମ୍ୟାଚକୁ ଅଷ୍ଟ୍ରେଲିଆ ଶେଷ ଓଭରରେ ୪ ୱିକେଟରେ ଜିତିଥିଲା। ଏବେ ଏହି ସିରିଜର ଦ୍ୱିତୀୟ ମ୍ୟାଚ ୨୩ ସେପ୍ଟେମ୍ବରକୁ ନାଗପୁରରେ ଖେଳାଯିବାର ଅଛି କିନ୍ତୁ ଭାରତୀୟ ଟିମ ଏହି ମ୍ୟାଚ ଜିତିବାର କୌଣସି ଗ୍ୟାରେଣ୍ଟି ନାହିଁ।

କହିରଖିବୁ ନାଗପୁରରେ ଭାରତୀୟ ଟିମ ୪ ଟି ମ୍ୟାଚ ଏବେ ପର୍ଯ୍ୟନ୍ତ ଖେଳିଛି ଓ ବିଜୟ ପ୍ରତିଶତ ସେମିତି ଅଛି। ଏଠାରେ ଭାରତୀୟ ଟିମ ନିଜର ପ୍ରଥମ ମ୍ୟାଚ ୨୦୦୬ରେ ଶ୍ରୀଲଙ୍କା ବିରୁଦ୍ଧରେ ଖେଳିଥିଲା ଓ ଏହି ମ୍ୟାଚକୁ ୨୯ ରନରେ ଜିତିଥିଲା। ଏହା ପରେ ଭାରତୀୟ ଟିମ ଏଠି ୨୦୧୬ରେ ନ୍ୟୁଜିଲାଣ୍ଡ ସହ ମ୍ୟାଚ ଖେଳିଥିଲା ଓ ୪୭ ରନରେ ମ୍ୟାଚ ହାରିଯାଇଥିଲା।

ନାଗପୁରରେ ତୃତୀୟ ମ୍ୟାଚ ଭାରତୀୟ ଟିମ ଇଂଲଣ୍ଡ ବିରୁଦ୍ଧରେ ଖେଳିଥିଲା ଓ ସେହି ମ୍ୟାଚ ଜିତିଥିଲା। ଏହା ପରେ ଚତ୍ରୁର୍ଥ ମ୍ୟାଚ ଭାରତୀୟ ଟିମ ୨୦୧୯ରେ ବଙ୍ଗଳାଦେଶ ବିରୁଦ୍ଧରେ ଖେଳିଥିଲା ଓ ୩୦ ରନରେ ବିଜୟ ହାସଲ କରିଥିଲା।

ତେଣୁ ଏହି ରେକର୍ଡକୁ ଦେଖି ଆମେ କହିପାରିବା ନାଗପୁରରେ ଭାରତୀୟ ଟିମର ରେକର୍ଡ ବହୁତ ଭଲ ନୁହେଁ କି ବହୁତ ଖରାପ ନୁହେଁ। ଏଠାରେ ଏବେ ପର୍ଯ୍ୟନ୍ତ ୧୨ ଟି-୨୦ ଇଣ୍ଟରନେସନାଲ ମ୍ୟାଚ ଖେଳାଯାଇଥିଲା। ଟି-୨୦ ବିଶ୍ୱକପ ୨୦୧୬ର ଅନେକ ମ୍ୟାଚ ଏଠାରେ ଆୟୋଜନ କରାଯାଇଥିଲା। ତେବେ ଟି-୨୦ ସିରିଜରେ ଅଷ୍ଟ୍ରେଲିଆ ୧-୦ ରେ ଅଛି ଆଗୁଆ।

Leave a Reply

Your email address will not be published.