IND vs AUS: ରୋମାଞ୍ଚକ ହେବ ଆଜିର ମ୍ୟାଚ? ମ୍ୟାଚ ପୂର୍ବରୁ ଏହି ଏହି ମହାନ ଖେଳାଳିଙ୍କ ବଡ଼ ବୟାନ, ଜାଣନ୍ତୁ ସମ୍ପୂର୍ଣ୍ଣ

ପ୍ରଥମ ଟି-୨୦ ରେ ଟିମ ଇଣ୍ଡିଆ ହାରିଯାଇଥିଲା।ଆଜି ଦ୍ୱିତୀୟ ଟି-୨୦ ହେବାର ଅଛି। ଆଶିଷ ନେହେରାଙ୍କ ମତରେ ରିସବ ପନ୍ତ ଦିନେଶଙ୍କ ଆଗରୁ ଖେଳିବା ଠିକ ହେବ। ଦୀପକ ହୁଡ୍ଡାଙ୍କୁ ନେଇ ଖେଳିବା ଏକ ବିକଳ୍ପ ହୋଇ ପାରେ।

ନୂଆ ବଲରେ ହାର୍ଦିକ ପାଣ୍ଡ୍ୟାଙ୍କ ବୋଲିଂରେ ବହୁତ କିଛି ଅଲଗା ମିଶ୍ରଣ ରହିଛି। ସେ ବହୁତ ଭଲ ବୋଲିଂ କରି ପାରିବେ। ସମସ୍ତ ବ୍ୟାଟ୍ସମ୍ୟାନ୍ ବହୁତ ଭଲ ବ୍ୟାଟିଂ କରୁଛନ୍ତି। କିନ୍ତୁ ଦଳକୁ ବୋଲିଂରେ ଦୃଢ଼ କରିବାର ଅଛି।

ଦଳରେ ଜଣେ କିମ୍ବା ଦୁଇ ଜଣ ଅତିରିକ୍ତ ବୋଲିଂ କରୁଥିବା ଅଳରାଉଣ୍ଡର ଖେଲିବା ଆବଶ୍ୟକ। ହାର୍ଦିକ ପାଣ୍ଡ୍ୟା ଭଲ ବୋଲିଂ କରୁଛନ୍ତି। ପିଚରେ ଯଦି ସ୍ୱିଙ୍ଗ ମିଳେ, ତେବେ ସେ ବହୁତ ଭଲ ଗତିରେ ବୋଲିଂ କରି ପାରନ୍ତି।

ଏହା ଦ୍ୱାରା ସେ ନୂଆ ବଲରେ ଅତି ସୁନ୍ଦର ଏବଂ ଆକର୍ଷଣୀୟ ବୋଲିଂ କରି ପାରିବେ। ଏହା ଦ୍ଵାରା ସେ ଟେଷ୍ଟରେ ମଧ୍ୟ ବହୁତ ବୋଲିଂ କରି ପାରିବେ।

ଆର ପି ସିଂଙ୍କ ମତରେ ଦୀପକ ହୁଡ୍ଡା ଏକ ଅଲରାଉଣ୍ଡର ନୁହଁନ୍ତି। ସେ ସପ୍ତମ ବୋଲର ହିସାବରେ ବିକଳ୍ପ ହୋଇ ପାରନ୍ତି। ଅଷ୍ଟ୍ରେଲିଆ ଦଳର ଖେଳାଳିଙ୍କ ଉପରେ ନଜର ପକାଇଲେ ସମସ୍ତଙ୍କ ପ୍ରଦର୍ଶନ ବହୁତ ଭଲ ରହିଛି। ତେବେ ଅଷ୍ଟ୍ରେଲିଆ ଦଳ ନିଜ ଖେଳାଳି ପରିବର୍ତ୍ତନ କରି ନ ପାରନ୍ତି।

କିନ୍ତୁ ଦଳରେ ଆଷ୍ଟନ ଅଗରଙ୍କୁ ସୁଯୋଗ ମିଳିପାରେ। କ୍ୟାମେରନ ଗ୍ରୀନ ବହୁତ ଭଲ ବ୍ୟାଟିଂ କରିଥିଲେ। ତାଙ୍କ ପାଖରେ ମ୍ୟାକ୍ସୱେଲ ଏବଂ ଆଡାମ ଜ୍ୟାମ୍ପାଙ୍କ ଭଳି ଭଲ ସ୍ପିନର ମଧ୍ୟ ଅଛନ୍ତି। ତେବେ ସେ ଯେ କୌଣସି ପରିସ୍ଥିତିରେ ଅତି ଚମତ୍କାର ବୋଲିଂ କରି ପାରିବେ।

ନାଗପୁରରେ ଥିବା ଦ୍ଵିତୀୟ ମ୍ୟାଚ ଅଷ୍ଟ୍ରେଲିଆ ଦଳକୁ କୌଣସି ଅସୁବିଧାରେ ପକାଇବ ନାହିଁ। ସେ ଯେ କୌଣସି ପରିସ୍ଥିତିରେ ମଧ୍ୟ ଭଲ ବ୍ୟାଟିଂ ବୋଲିଂ କରି ପାରିବେ। ତେବେ ଦ୍ଵିତୀୟ ମ୍ୟାଚରେ ଭାରତର ବିଜୟକୁ ଅପେକ୍ଷା କରି ରହିଛନ୍ତି ଭାରତୀୟ ସମର୍ଥକ।

ତେବେ ଭାରତୀୟ ଦଳ ଏହି ମ୍ୟାଚ ଜିତିଲେ ସିରିଜ ୧-୧ ରେ ହୋଇଯିବ ବରାଵର, ହେଲେ ହାରିଲେ ସିରିଜ ଜିତିଯିବାର ସମ୍ଭାବନା ଅଛି ଅଷ୍ଟ୍ରେଲିଆର, ତେବେ ଏହି ମ୍ୟାଚ ରୋମାଂଚକର ହୋଇପାରେ।

Leave a Reply

Your email address will not be published.