IND vs AUS: ଆଜି କିଏ ଜିତିବ? ଦଳରେ ଏଣ୍ଟ୍ରି କରିବେ ବୁମରା? ଜାରି ହେଲା ସମ୍ଭାବ୍ୟ ପ୍ଲେଇଁ ଇଲେଭେନ

ବ୍ୟୁରୋ ରିପୋର୍ଟ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ତିନୋଟି ମ୍ୟାଚର ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ ଶୁକ୍ରବାରକୁ ୨୩ ସେପ୍ଟେମ୍ବରକୁ ନାଗପୁରରେ ଖେଳାଯିବାର ଅଛି। ମୋହାଲିରେ ଖେଳାଯାଇଥିବା ପ୍ରଥମ ଟି-୨୦କୁ ଅଷ୍ଟ୍ରେଲିଆ ୪ ୱିକେଟରେ ଜିତି ସିରିଜରେ ୧-୦ରେ ଆଗୁଆ ହୋଇଯାଇଛି। ରୋହିତ ଶର୍ମାଙ୍କ ଟିମ ପାଇଁ ଆଗାମୀ ଦୁଇଟି ମ୍ୟାଚ ନକ ଆଉଟ ଭଳି ଅଟେ। ଦ୍ୱିତୀୟ ଟି-୨୦ ପାଇଁ ଭାରତୀୟ ଚୂଡାନ୍ତ ଏକାଦଶରେ ଦୁଇଟି ପରିବର୍ତ୍ତନ ହୋଇପାରେ।

ଆଗାମୀ ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଟିମକୁ ମଝଭୂତ ଚୂଡାନ୍ତ ଏକାଦଶ ବାଛିବା ପାଇଁ ଆଉ ୫ ଟି ମ୍ୟାଚ ବାକି ଅଛି। ଦ୍ୱିତୀୟ ଟି-୨୦ ମ୍ୟାଚରେ ଅନୁଭବୀ ଯଶପ୍ରୀତ ବୁମରା ଟିମକୁ ଫେରିବାର ସମ୍ଭାବନା ଅଛି।

ପୁରା ଫିଟ ହୋଇନଥିବାରୁ ବୁମରା ମୋହାଲିରେ ଖେଳାଯାଇଥିବା ପ୍ରଥମ ଟି-୨୦ ଖେଳିନଥିଲେ। ବୁମରା ଫେରିଲେ ଉମେଶ ଯାଦବ ଚୂଡାନ୍ତ ଏକାଦଶରୁ ବାହାରିବା ପ୍ରାୟ ନିଶ୍ଚିତ। ଉମେଶ ଯାଦବ ପ୍ରଥମ ଟି-୨୦ରେ ଖାସ ପ୍ରଦର୍ଶନ କରିପାରିନଥିଲେ। ସେ ୨ ଓଭରରେ ୨୭ ରନ ଦେଇଥିଲେ।

ଅଷ୍ଟ୍ରେଲିଆ ବିରୁଦ୍ଧରେ ପ୍ରଥମ ଟି-୨୦ରେ ଭାରତୀୟ ଟିମକୁ ବୁମରାଙ୍କ କମି ଅନୁଭବ ହେଲା।ସ୍ପିନର ଅକ୍ସର ପଟେଲ ହିଁ ଏକା ସେହି ମ୍ୟାଚରେ ଭଲ ବୋଲିଙ୍ଗ କରିଥିଲେ। ଅନ୍ୟ ସବୁ ବୋଲର ୧୦ ରନ ପ୍ରତି ଓଭର ପିଛା ରନ ଦେଇଥିଲେ।

ବୁମରା ଚୂଡାନ୍ତ ଏକାଦଶକୁ ଯେତେ ଜଲ୍ଦି ଫେରିବେ ଟିମ ପାଇଁ ଭଲ ହେବ। ବୁମରାଙ୍କ ପାଖରେ ଟି-୨୦ ବିଶ୍ୱକପ ପୂର୍ବରୁ ଲୟରେ ଆସିବା ପାଇଁ ସମୟ ଅଛି ଯିଏକି ଆଘାତ ପରେ ଫେରିଛନ୍ତି। ଲେଗ ସ୍ପିନର ୟୁଜବେନ୍ଦ୍ର ଚହଲ ପ୍ରଥମ ଟି-୨୦ ରେ ୩.୨ ଓଭରରେ ୪୨ ରନ ଦେଇଥିଲେ ଓ ଗୋଟେ ୱିକେଟ ଅକ୍ତିଆର କରିଥିଲେ। ଆର ଅଶ୍ୱିନୀଙ୍କୁ ଚାହଲଙ୍କ ଜାଗାରେ ଦ୍ୱିତୀୟ ଟି-୨୦ରେ ମୌକା ମିଳିପାରେ।

ଦ୍ୱିତୀୟ ଟି-୨୦ ପାଇଁ ଭାରତୀୟ ସମ୍ଭାବିତ ଚୂଡାନ୍ତ ଏକାଦଶ:

ରୋହିତ ଶର୍ମା (ଅଧିନାୟକ),କେ ଏଲ ରାହୁଲ(ଉପଅଧିନାୟକ),ବିରାଟ କୋହଲି, ସୂର୍ଯ୍ୟ କୁମାର ଯାଦବ,ଦିନେସ କାର୍ତ୍ତିକ, ହାର୍ଦିକ ପାଣ୍ଡ୍ୟା,ଅକ୍ସର ପଟେଲ, ଆର ଅଶ୍ୱିନୀ,ଭୁବନେଶ୍ୱର କୁମାର, ହର୍ଷଲ ପଟେଲ,ଯଶପ୍ରୀତ ବୁମରା।

Leave a Reply

Your email address will not be published.