ରାଜଧାନୀ ଦିଲ୍ଲୀରେ ଭୂମିକମ୍ପ ମାଗ୍ନିଟିଉଡ଼ ୩.୫ ଛୁଇଁଲା ।
ରାଜଧାନୀ ଦିଲ୍ଲୀରେ ଆଜି (ରବିବାର) ପ୍ରବଳ ଝଡ ତୋଫାନ ସାଙ୍ଗକୁ ଭୂମିକମ୍ପ ଅନୁଭୂତ ହୋଇଥିଲା । ଏହାର ତୀବ୍ରତା ମଧ୍ୟମ-ତୀବ୍ର ରହିଥିଲା ବୋଲି ଜଣା ପଡିଛି । ରିକ୍ଟର୍ ସ୍କେଲରେ ଭୂମିକମ୍ପର ତୀବ୍ରତା ୩.୫ ରହିଥିଲା ବୋଲି ନ୍ୟାସନାଲ ସେଣ୍ଟର ଫର୍ ସେସମୋଲୋଜି (ଏନସିଏସ୍) କହିଛି । ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ଉତ୍ତର-ପୂର୍ବର ୱାଜିରପୁର ନିକଟରେ ଥିଲା । ଭୂମିକମ୍ପ ଦିନ ପ୍ରାୟ ୧ତା ୪୫ ମିନିଟ ରେ ଅନୁଭୂତ ହୋଇଥିଲା । ପ୍ରବଳ ଝଡ ତୋଫାନ ସାଙ୍ଗକୁ ଭୂମିକମ୍ପ ଯୋଗୁ ରାଜଧାନୀରେ ସାମାନ୍ୟ ଭୟ ଦେଖାଯାଇଥିଲା ।

ଆଜି କୌଣସି କ୍ଷତି ହୋଇନଥିବାର ଜଣା ପଡିଛି । ଭୂମିକମ୍ପ ଯୋଗୁ ଲୋକମାନେ ଭୟରେ ଘରୁ ବାହାରକୁ ପଳେଇଆସିଥିଲେ ।
ଏପ୍ରିଲ ମାସରେ ମଧ୍ୟ୍ୟ ଦିଲ୍ଲୀରେ ୨ ଥର ଭୂମିକମ୍ପ ଅନୁଭୂତ ହୋଇଥିଲା । ଭୂମିକମ୍ପର କେନ୍ଦ୍ରସ୍ଥଳ ସମାନ ଅବସ୍ଥାନ ଏବଂ ନିକଟବର୍ତ୍ତୀ ଥିଲା । ଏପ୍ରିଲ ମାସ ୧୨ ଏବଂ ୧୩ ତାରିଖରେ ୩.୫ ଓ ୨.୭ ତୀବ୍ରତାରେ ଭୂମିକମ୍ପ ଅନୁଭୂତ ହୋଇଥିଲା ।