ଭାରତରେ ପ୍ରଥମ ଫେଜରେ ୩୧ କୋଟି ଲୋକଙ୍କୁ ଦିଆଯିବ କରୋନା ଭାକ୍ସିନ, ବ୍ଲୁପ୍ରିଣ୍ଟ ପ୍ରସ୍ତୁତ । ଜାଣନ୍ତୁ କିଏ ପାଇବେ କରୋନା ଭାକ୍ସିନ ।

31 crore people to get corona vaccine in first phase in India, blueprint ready

କରୋନା ଭାକ୍ସିନ ଆସିବା ପୂର୍ବରୁ ଭାରତର ପ୍ରାୟରିଟି ଗ୍ରୁପ ପ୍ରସ୍ତୁତ ସରିଲାଣି। ପ୍ରଥମ ଫେଜରେ ୩୧ କୋଟି ଲୋକଙ୍କୁ ଦିଆଯିବ କରୋନା ଭାକ୍ସିନ। ଏଥିରେ ସ୍ୱାସ୍ଥ୍ୟ କର୍ମୀ, ପୋଲିସ, ୫୦ ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତି ଓ କମ ବୟସର ପିଲା ସାମିଲ ଅଛନ୍ତି। ସରକାର ଏହାବି କହିଛନ୍ତି ଅକ୍ସପୋର୍ଡ ଅଷ୍ଟରାଜେନିକର ଭାକ୍ସିନର ଦୁଇ ଡୋଜର ଟ୍ରାଏଲରେ ଯେଉଁ ରୋଗୀ ଆସିବେ ତାଙ୍କ ଉପରେ ହିଁ ବିଚାର କରାଯିବ।

Google
ଭାକ୍ସିନ ଲଗାଇବା ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ:

ପ୍ରିନ୍ସିପାଲ ସାଇଣ୍ଟିଫିକ ଆଡ଼ଭାଇଜର କେ. ବିଜୟରାଘବନଙ୍କ ଅନୁସାରେ ଡାକ୍ତର ବି କେ ପୋଲଙ୍କ ନେତୃତ୍ୱରେ ଥିବା ନେସନାଲ ଭ୍ୟାକ୍ସିନ କମିଟି ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିସାରିଲାଣିକି କାହାକୁ ପ୍ରଥମେ ଭାକ୍ସିନ ଲଗାଯିବ। ସେ ବିଜ୍ଞାନ ମନ୍ତ୍ରାଳୟ ଓ ଦ କଫେଡ଼ରେସନ ଅଫ ଇଣ୍ଡିଆନ ଇଣ୍ଡଷ୍ଟ୍ରିର ଏକ ମିଟିଙ୍ଗରେ କହିଲେ କି ୩୧ କୋଟି ଲୋକଙ୍କୁ ବଛାଯାଇଛି ଯାହାଙ୍କୁ ମାର୍ଚ୍ଚରୁ ମେ ଭିତରେ ଭାକ୍ସିନ ଦିଆଯିବ।

ବିଜୟରାଘବନଙ୍କ କହିଲେ,”ଆମ ଦେଶରେ ୧ କୋଟି ସ୍ୱାସ୍ଥ୍ୟ କର୍ମୀ ,ରାଜ୍ୟ ଓ କେନ୍ଦ୍ରୀୟ ପୋଲିସ,ଆମଡ଼ ଫୋର୍ସସେସ , ହୋମଗାର୍ଡ, ସିଭିଲ ଡ଼ିଫେନ୍ସର ୨ କୋଟି , ୫୦ ବୟସରୁ ଅଧିକ ୨୬ କୋଟି ମେମ୍ବର ଓ ୫୦ ବୟସରୁ କମ ରିସ୍କ ଗ୍ରୁପର ୧ କୋଟି ଲୋକ ସର୍ଵ ପ୍ରଥମେ ଭାକ୍ସିନ ଦିଆଯିବ। ଏହା ପୂର୍ବରୁ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷଵଧନ କହିଥିଲେ କି ୨୦୨୧ ଆରମ୍ଭରେ ଭାକ୍ସିନ ଦିଆ ଆରମ୍ଭ ହେବ। ୨୫ କୋଟି ଲୋକଙ୍କୁ ଭାକ୍ସିନ ଦେବାକୁ ପ୍ରସ୍ତୁତି ଅଛି।ଜୁଲାଇ ପର୍ଯ୍ୟନ୍ତ ୪୦-୫୦ କୋଟି ଡୋଜ ଉପଲବ୍ଧ ହୋଇଯିବ।

Google
ଅକ୍ସଫୋର୍ଡର କେଉଁ ଡାଟା ମାନିବ ଭାରତ:

ଅକ୍ସଫୋର୍ଡ ୟୁନିଭରସିଟି ଅସଟ୍ରାଜେନେକାର କରୋନା ଭାକ୍ସିନର ଫେଜ ୩ ବା ଶେଷ ଫେଜର ରିପୋର୍ଟ ଆସିସାରିଛି। ଦୁଇ ଡୋଜ ଫୁଲ ଦେବାପରେ ଏଫିକେସି ୬୨% ରହିଲା ଓ ଯେବେ ଗୋଟେ ହାଫ ଓ ଗୋଟେ ଫୁଲ ଡୋଜ ଦିଆଗଲା ଏଫିକେସି ୯୦% ରହିଲା। ଏହି ଦୁଇ ଫର୍ମୁଲାରୁ ଭାରତରେ କେଉଁ ଫର୍ମୁଲା ଉପରେ ବିଚାର କରାଯିବ ତାହା ବିଷୟରେ ନେସନାଲ ଭ୍ୟାକ୍ସିନ କମିଟିର ପ୍ରମୁଖ ଡାକ୍ତର ବି କେ ପୋଲ କହିଲେ କି ରେଗୁଲେଟର୍ସ ଡାଟାର ଯାଞ୍ଚ କରୁଛି। ଯାହାବି ଫଇସଲା ହେବ ତାହା ବୈଜ୍ଞାନିକ ଆଧାରରେ ହେବ। ଏହି ଡାଟା ଗୋପନୀୟ ଅଟେ । ଏହା ଉପରେ ସାର୍ଵଜନିକ ଟିପ୍ପଣୀ ଦେବା ଠିକ ନୁହେଁ।

ୟୁରୋପୀୟ ସଂଘରେ ଏହି ବର୍ଷ ଲଗାଯିବ ପ୍ରଥମ ଭାକ୍ସିନ:

ୟୁରୋପୀୟ ସଂଘର ନେତାମାନଙ୍କୁ ବିଶ୍ୱାସ ଅଛି କି ପ୍ରଥମ ଭାକ୍ସିନ ଡିସେମ୍ବରରେ ଲଗାଯିବ କିନ୍ତୁ ୟୁରୋପୀୟ ମେଡିସିନ ଏଜେନ୍ସି କୌଣସି କମ୍ପାନୀ ନାମ ନ ନେଇ କହିଛି ଆଉ ଅଳ୍ପ ଦିନରେ କୌଣସି ନା କୌଣସି କମ୍ପାନୀ ଆପ୍ରୋଭାଲ ଆପ୍ଲିକେସନ ଦେଇପାରେ। ଫାଇଜର ଓ ବାୟୋଏନଟେକ ରେଗୁଲେଟରି ଆପ୍ରୋଭାଲ ପ୍ରୋଶେଷରେ ସବୁଠୁ ଆଗରେ ଅଛି।

ଫାଇଜର ଛଡା ଆମେରିକା କମ୍ପାନୀ ମୋର୍ଡନା ଓ ବ୍ରିଟିନ କମ୍ପାନୀ ଏଷ୍ଟରାଜେନିକ ଓ ଅକ୍ସଫୋର୍ଡ ୟୁନିଭରସିଟି ବି ନିଜ ନିଜ ଭାକ୍ସିନର ଫେଜ ୩ ଘୋଷଣା କରିଦେଇଛନ୍ତି।ଫାଇଜର ତ ଆମେରିକାରେ ସହମତି ପାଇଁ ଆପ୍ଲିକେସନ ମଧ୍ୟ ଦେଇଛି।

ଚୀନ ଓ ରୁଷରେ ଫେଜ ୩ର ରିପୋର୍ଟ ଆସିବା ପୂର୍ବରୁ ହାଇ ରିସ୍କ ରୋଗୀଙ୍କୁ ଭାକ୍ସିନ ଦେବା ପ୍ରକ୍ରିୟା ଆରମ୍ଭ ହୋଇଛି।ଏହା ପାଇଁ ଚୀନ ୪ ଓ ରୁଷ ୨ ଭାକ୍ସିନକୁ ଜରୁରୀକାଳୀନ ସହମତି ଦେଇଛି।

Google
ୟୁକେ ରେଗୁଲେଟର କରିବ ଅକ୍ସଫୋର୍ଡ ଭାକ୍ସିନର ଫଳାଫଳର ଯାଞ୍ଚ:

ବ୍ରିଟିସ ସରକାର ଔପଚାରିତ ତରିକାରେ ଦେଶର ଡ୍ରଗ୍ସ ରେଗୁଲେଟରକୁ ଏଷ୍ଟରୋଜେନିକ ଓ ଅକ୍ସଫୋର୍ଡ ୟୁନିଭରସିଟିର ଭାକ୍ସିନ -କୋଭିସିଲ୍ଡର ଫେଜ ୩ ଯାଞ୍ଚ ପାଇଁ କହିଛି। ଟ୍ରାଏଲର ଆରମ୍ଭରେ ଉଠୁଥିବା ପ୍ରଶ୍ନ ସମୟରେ ବ୍ରିଟିସ ସରକାର ଏହି ପଦକ୍ଷେପ ଉଠାଇଛନ୍ତି। ଏହା ପୂର୍ବରୁ ୟୁକେର ସରକାର ମେଡ଼ିକାଲ ରେଗୁଲେଟରକୁ ଫାଇଜର ଭାକ୍ସିନକୁ ଯାଞ୍ଚ ପାଇଁ କହିଥିଲେ। ଡ୍ରଗ୍ସ ରେଗୁଲେଟରର କହିବା ଅଟେ କି ସୁରକ୍ଷା,କ୍ବାଲିଟି ଓ ଏଫିକେସି ସଠିକ ରହିବା ପରେ ଯାଇ କୌଣସି ଭାକ୍ସିନ କୁ ମଜୁରୀ ମିଳିବ।

ଅକ୍ସଫୋର୍ଡ ଭାକ୍ସିନ ସହିତ ରୁଷ ଭାକ୍ସିନ ରହିବ ଇଫେକ୍ଟିଭ:

ରୁଷର ଗାମାଲେୟା ରିସର୍ଚ୍ଚ ଇନଷ୍ଟିଚୁଏଣ୍ଟ ଦାବି କରିଛି କି ତାଙ୍କ ସ୍ପୁଟନିକ ଭି ଭାସ୍କିନ କାରଣରୁ ଏଷ୍ଟରୋଜେନିକ ଓ ଅକ୍ସଫୋର୍ଡର ଏଫିକେସି ବଢ଼ିପାରେ। ଗାମାଲେୟା ରିସର୍ଚ୍ଚ ଇନଷ୍ଟିଚୁଏଣ୍ଟ ସୋସିଆଲ ମିଡିଆରେ କହିଲା-

ଅକ୍ସଫୋର୍ଡର ଦୁଇ ଫୁଲ ଡୋଜର ଏଫିକେସି ୬୨% ରହିଛି।ଯଦି ନୂଆ କ୍ଲିନିକାଲ ଟ୍ରାଏଲ ଆରମ୍ଭ ହେବ ତ ଆମର ମତ କି କୋଭିସିଲ୍ଡ ସହିତ ଆମ ସ୍ପୁଟନିକ ଭି କୁ ଭି ମଣିଷ ମାନଙ୍କ ଉପରେ ପରୀକ୍ଷଣ କରିବା ଉଚିତ। ଏହା ଦ୍ଵାରା ଏଫିକେସି ବଢିବ। ଦୁଇ ଭାକ୍ସିନ ମିଶିବା ଦ୍ଵାରା ଅଧିକ ଫଳ ପ୍ରଦାନ କରିବ।

Google
କନାଡ଼ାରେ ଡିସେମ୍ବରରେ ସହମତି ହୋଇଯିବ ଭାକ୍ସିନ:

କାନାଡ଼ାର ଡ୍ରଗ୍ସ ରେଗୁଲେଟର ଓ ସ୍ୱାସ୍ଥ୍ୟ କନାଡ଼ା କହିଛି କି ଫାଇଜର-ବାୟୋଏନଟେକ କୋଭିଡ଼-୧୯ ଭାକ୍ସିନକୁ ଡିସେମ୍ବର ପାଖାପାଖି ଆପ୍ରୋଭାଲ ଦେଇଦେବ।ସ୍ୱାସ୍ଥ୍ୟ କନାଡ଼ାର ସିନିୟର ଆଡ଼ଭାଇଜର ସୁପ୍ରିୟ ଶର୍ମା କହିଛନ୍ତି ସ୍ୱାସ୍ଥ୍ୟ କନାଡ଼ାର ରିଭ୍ୟୁରେ ଭାକ୍ସିନ ସବୁଠୁ ଆଗରେ ରହିଛି। ଡିସେମ୍ବରରେ କନାଡ଼ାର ପାଖ ଦେଶ ଆମେରିକାରେ ମଧ୍ୟ ଅନ୍ତିମ ଫଇସଲା ହୋଇପାରେ ଓ ଜରୁରୀକାଳୀନ ସହମତି ଦିଆଯାଇପାରେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *