ବଲିଉଡ ର ଲୋକପ୍ରିୟ ସୁଶାନ୍ତ ସିଂହ ରାଜପୁତ ଙ୍କ ମୃତ୍ୟୁ ପରେ ସବୁଠାରୁ ବଡ ପ୍ରଶ୍ନ ଉଠିଛି କି ସୁଶାନ୍ତଙ୍କ ଏକ୍ସମ୍ୟାନେଜର ଦିଶା ସାଲିୟନ ଙ୍କୁ ନେଇ । କହିବାକୁ ଗଲେ ଦିଶା ସାଲିୟନ ସୁଶାନ୍ତ ଙ୍କ ଘରେ ତାଙ୍କ ମ୍ୟାନେଜର ହୋଇ କାମ କରୁଥିଲେ । ପୂର୍ବରୁ ୮ ଜୁନ କୁ ଅଚାନକ ଦିଶାଙ୍କ ମୃତ୍ୟୁ ହୋଇଥିଲା ଏବଂ ଏହାର ୧ ସପ୍ତାହ ପରେ ସୁଶାନ୍ତ ସିଂହ ରାଜପୁତଙ୍କ ନିଧନର ଦୁଃଖଦ ସମାଚାର ମିଳିଥିଲା । ଏଭଳି ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିବା ପରେ ସିବିଆଇ ଟିମକୁ ଯାଞ୍ଚ ପାଇଁ ଆଦେଶ ଦିଆଗଲା ।
ଦିଶା ୮ ଜୁନ ପାର୍ଟି ମଧ୍ୟରେ ଯୁହୂ ରେ ଏକ ପାର୍ଟି ରେ ଯାଇଥିଲେ:
ସିବିଆଇର କଡା ପଦକ୍ଷେପ ଏବଂ ପଚରାଉଚୁରା ପରେ ଜଣା ପଡିଲା କି ଦିଶା ସାଲିୟନଙ୍କ ଆତ୍ମହତ୍ୟା ଦିନ ସେହି ଆପାର୍ଟମେଣ୍ଟରେ ପାର୍ଟି ରଖା ଯାଇଥିଲା । ଯେଉଁଠି ଦିଶାଙ୍କ ଅନେକ ବନ୍ଧୁ ଉପସ୍ଥିତ ରହି ଥିଲେ ଏବଂ ଦିଶାଙ୍କ ଆତ୍ମହତ୍ୟାକୁ ସମସ୍ତେ ହତ୍ୟାର ନଜରିଆ ରେ ଦେଖିବାକୁ ଲାଗିଲେ । ଅନେକ ଆଶ୍ଚର୍ଯ୍ୟଜନକ ଖୋଳତାଡ଼ ମଧ୍ୟରେ ଏବେ ଦିଶାଙ୍କ ସେହି ପାର୍ଟିରେ ଉପସ୍ଥିତ ଜଣେ ବ୍ୟକ୍ତିଙ୍କ ବୟାନ ମଧ୍ୟ ସାମ୍ନାକୁ ଆସିଛି ।

ସେହି ବ୍ୟକ୍ତିଙ୍କ ଅନୁସାରେ, ” ସୁଶାନ୍ତ ଙ୍କ ଏକ୍ସ ମ୍ୟାନେଜର ଦିଶା ପାର୍ଟି ସମୟରେ ଜୁହୂ ରେ ଏକ ପାର୍ଟି କୁ ଚାଲି ଯାଇଥିଲେ । ସେଠାରେ ତାଙ୍କ ସହିତ ଉପସ୍ଥିତ ପାର୍ଟିରେ ଚାରିଜଣ ମିଶି ଦିଶାଙ୍କ ସହିତ ଗେଙ୍ଗ ରେପ କରିଥିଲେ । ଖାଲି ଏହା ନୁହେଁ, ରେପ ସମୟରେ ପାର୍ଟି ରେ ବାଜୁଥିବା ଗୀତର ସାଉଣ୍ଡ ମଧ୍ୟ ବଢାଇ ଦେଇଥିଲେ । ପୀଡ଼ିତା ଦିଶାଙ୍କ ଚିତ୍କାର କାହାକୁ ଶୁଣା ଯାଇନଥିଲା । ଏହି ଭୟଙ୍କର ମାମଲା ସାମ୍ନାକୁ ଆଣି ପ୍ରତ୍ୟକ୍ଷଦର୍ଶୀ ଜଣକ କହିଲେ କି ପାର୍ଟିରେ ଅଧିକ ନୁହେଁ କେବଳ ୬ ଜଣ ଲୋକ ଉପସ୍ଥିତ ଥିଲେ । ଏହି ସମୟରେ ଏଭଳି ଭୟଙ୍କର ଘଟଣା ଘଟିଗଲା ।
ଖବର ମୁତାବକ ସେହି ପାର୍ଟିରେ ଦିଶାଙ୍କ ବୟଫ୍ରେଣ୍ଡ ରୋହନ ରାୟ ମଧ୍ୟ ସାମିଲ ହୋଇଥିଲେ, କୁହାଯାଉଛି କି ଦିଶା ସୁଶାନ୍ତ ଙ୍କୁ ଏହି ଘଟଣା ପାର୍ଟି ସମୟରେ କହି ଦେଇଥିଲେ ।
ଦିଶାଙ୍କ ବାନ୍ଧବୀ ତଥା ଟିଭି ଅଭିନେତ୍ରୀ ରଶ୍ମି ଦେଶାଇ ନିଜ ବୟାନରେ ଏହି କଥା କହିଥିଲେ କି, ” ଦିଶାଙ୍କ ସହିତ ମୋର ଶେଷ କଥା ଚାର୍ଟିଂ ରେ ହୋଇଥିଲା, ଯେଉଁଥିରେ ଆମେ ଦୁଇଜଣ ଶିମଲା ଭ୍ରମଣରେ ଯିବା ପାଇଁ ଯୋଜନା କରିଥିଲୁ । ଅଚାନକ ମୋତେ ତାଙ୍କ ମୃତ୍ୟୁ ସମାଚାର ମିଳିଥିଲା । ଏସବୁ ଶୁଣି ମୁଁ ଚିନ୍ତାରେ ପଡ଼ିଗଲି । ମୁଁ ତାଙ୍କ ସହିତ ଅଧିକ ସମୟ ଅତିବାହିତ କରି ପାରୁ ନଥିଲି । ଯେଉଁଥିପାଇଁ ଆମେ ବାହାରକୁ ଭ୍ରମଣରେ ଯାଇଥାନ୍ତୁ । ମୁଁ କେବେ ଚିନ୍ତା କରି ନଥିଲି କି ଆମେ ଶେଷଥର ପାଇଁ ଦେଖା କରି ପାରିବୁ ନାହିଁ ଏବଂ ଦୁଃଖଦ ସମାଚାର ମିଳିଲା ।

ଦିଶାଙ୍କ ବୟଫ୍ରେଣ୍ଡ ରୋହନ ମଧ୍ୟ ଫେରାର ଅଛନ୍ତି:
ଦିଶାଙ୍କ ବୟଫ୍ରେଣ୍ଡ ରୋହନ ରାୟ ମଧ୍ୟ ସେହି ପାର୍ଟି ପରଠାରୁ ଫେରାର ଅଛନ୍ତି । ସେ ସିବିଆଇ ଟିମ ପାଖରୁ ଲୁଚି ରହିଛନ୍ତି । ଭାଜପାର ଜଣେ ବିଧାୟକଙ୍କ ମତ ଅନୁସାରେ ” ରୋହନକୁ ପଚରାଉଚୁରା କରାଗଲେ ସେ ଅନେକ ଗୋପନୀୟ କଥା ଖୋଲି ପାରେ, ସେ ଭୟରେ ନିଜ ମୁହଁ ବନ୍ଦ କରି ରହିଛି, ରୋହନ ଜୀବନକୁ ସଙ୍କଟ ମଧ୍ୟ ରହିଛି ।

ଆମେ ଆପଣଙ୍କୁ କହି ରଖୁଛୁ କି ” ଭାଜପା ବିଧାୟକ ନୀତିଶ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ପତ୍ର ଲେଖି ରୋହନ ରାୟର ସୁରକ୍ଷାର ବନ୍ଦୋବସ୍ତ ପାଇଁ ଅନୁରୋଧ କରିଛନ୍ତି”।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।