ରାଜ୍ୟରେ ଆଉ ୪୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ । ସୁସ୍ଥଙ୍କ ସଂଖ୍ୟା ୪୩୬ ରେ ପହଞ୍ଚିଲା ।

ରାଜ୍ୟରେ ଆଉ ୪୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ । ସୁସ୍ଥଙ୍କ ସଂଖ୍ୟା ୪୩୬ ରେ ପହଞ୍ଚିଲା, Nitidina, Odisha, News, Real Story, Health Tips, Life style, Daily Living, Tips, Job Updates, Yoga, Meditation, Stay Healthy, Save Tree, Save Life, Extended Lockdown

ରାଜ୍ୟରେ ମୋଟ୍ ୪୩୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବାର ଜଣାପଡ଼ିଛି । ସୁସ୍ଥ ହୋଇଥିବା ୪୩ ଜଣଙ୍କ କରୋନା ଆକ୍ରାନ୍ତ ମଧ୍ୟ୍ୟରୁ ଅନୁଗୁଳ ଜିଲ୍ଲାରୁ ୧୫ ଜଣ । ଗଞ୍ଜାମ, ରାଉରକେଲା ଏବଂ ଯାଜପୁରରୁ ୮ଜଣ ଲେଖାଏଁ ସୁସ୍ଥ ହୋଇଥିବା ବେଳେ ପୁରୀ, କଟକ, ବୌଦ୍ଧ ଓ କେନ୍ଦ୍ରାପଡ଼ା ଜିଲ୍ଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥିପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ୪୩ ଜଣଙ୍କୁ ଚିକିତ୍ସା ପରେ କୋଭିଡ୍ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିବା ଜଣାପଡିଛି ।

ସୂଚନା ଅନୁଯାଇ ଆଜି ସକାଳେ ରାଜ୍ୟରେ ୮୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଯାହା ପରେ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୮୯ କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମଧ୍ୟ୍ୟ ଦିଆଯାଇଥିଲା । ଏମାନଙ୍କ ଭିତରୁ ୮୦ ଜଣ ସଙ୍ଗରୋଧରେ ଥିବା ବେଳେ ଜଣେ କଣ୍ଟେନମେଣ୍ଟ ଜୋନର ଓ ୫ ଜଣ ସ୍ଥାନୀୟ ଲୋକ ଥିବା ଜଣାପଡିଛି ।

ରାଜ୍ୟରେ ଆଉ ୪୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ । ସୁସ୍ଥଙ୍କ ସଂଖ୍ୟା ୪୩୬ ରେ ପହଞ୍ଚିଲା, Nitidina, Odisha, News, Real Story, Health Tips, Life style, Daily Living, Tips, Job Updates, Yoga, Meditation, Stay Healthy, Save Tree, Save Life, Extended Lockdown
ରାଜ୍ୟରେ ଆଉ ୪୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ।

ତେବେ ନୂତନ ରିପୋର୍ଟକୁ ଦେଖିଲେ, ବର୍ତମାନ ରାଜ୍ୟରେ ମୋଟ  କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୮୯ ଥିବା ବେଳେ ୭୪୬ ଟି ସକ୍ରିୟ ମାମଲା ରହିଛି । ଏହା ସହ ରାଜ୍ୟରେ କରୋନା ଆକ୍ରାନ୍ତ ରେ ମୋଟ୍ ୭ ଜଣ ମୃତ୍ୟୁବରଣ କରିଛନ୍ତି ।

ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା କାଲି ଲକ୍ଷେ କୁ ଟପିଲା ।  ଭାରତରେ ମୋଟ୍ କରୋନା ଅଙ୍କ୍ରାନ୍ତଙ୍କ ସଂଖ୍ୟା ୧,୧୮,୨୩୫ ରେ ପହଁଚିଛି । ୬୬,୦୯୧ ଜଣ ଚିକିତ୍ସାଧୀନରେ ଅଛନ୍ତି ଏବଂ ୪୮,୫୫୩ ଜଣ ଭଲ ହୋଇ ଘରକୁ ଫେରିଥିବା ବେଳେ ୩,୫୮୪ ଜଣଙ୍କର ମୃତ୍ୟୁ ହୋଇଛି । ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପଢିବା ପାଇଁ ତଳେ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏହି ପୋଷ୍ଟକୁ ଅଧିକ ଅଧିକ ସେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *