ରାଜ୍ୟରେ ଆଜି ୪୫୬ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ଓ ଆଉ ୦୨ ଜଣଙ୍କର ମୁଣ୍ଡ ନେଲା କରୋନା ।

ରାଜ୍ୟରେ ଆଜି ୪୫୬ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ଓ ଆଉ ୦୨ ଜଣଙ୍କର ମୁଣ୍ଡ ନେଲା କରୋନା, 456 corona positive & 02 death in odisha, Nitidina, Odisha, News, Real Story, Health Tips, Life style, Daily Living, Tips, Job Updates, Yoga, Meditation, Stay Healthy, Save Tree, Save Life, Extended Lockdown, Unlock 2.0

ରାଜ୍ୟରେ ଆଜି ଆଉ ୦୨ ଜଣଙ୍କର ମୁଣ୍ଡ ନେଲା କରୋନା । ରାଜ୍ୟରେ ଆଜି ୪୫୬ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି । ଆଜି ୨୪ ଟି ଜିଲ୍ଲାରୁ ୪୬୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୩୮ କୁ ବୃଦ୍ଧି ହୋଇଛି ।

୪୫୬ ନୂଆ କରୋନା ପଜିଟିଭ ମଧ୍ୟରୁ ୩୦୯ କ୍ଵାରେଣ୍ଟାଇନ୍‌ ସେଣ୍ଟରରୁ ଓ ୧୪୭ ଜଣ ଲୋକାଲ ଚିହ୍ନଟ ହୋଇଥିବା ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି । ଆଜିର ନୂଆ ୪୫୬ କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯,୫୨୬ କୁ ବୃଦ୍ଧି ହୋଇଛି । ରାଜ୍ୟରେ ମୋଟ ଆକ୍ଟିଭ କେସ ୩,୨୫୪, ସୁସ୍ଥ ହୋଇଛନ୍ତି ୬,୨୨୪ ଓ ମୃତ ସଂଖ୍ୟା ୩୮ କୁ ପହଁଚିଛି ।

କେଉଁ ଜିଲାରୁ କେତେ ଚିହ୍ନଟ:

ଆଜି ୪୫୬ ନୂଆ କରୋନା ଆକ୍ରାନ୍ତ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୧୬୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ଯାଜପୁର ଜିଲ୍ଲାରୁ ୫୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ବରଗଡ ଜିଲ୍ଲାରୁ ୩୩ ଜଣ କରୋନା ପଜିଟିଭ ଚିହ୍ନଟ । ନବରଙ୍ଗପୁର ଜିଲ୍ଲାରୁ ୨୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜଗତସିଂହପୁର ଜିଲ୍ଲାରୁ ୨୩ ଜଣ ଓ ଖୋର୍ଦ୍ଧାରୁ ୨୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ।

ସୁନ୍ଦରଗଡ ଜିଲ୍ଲାରୁ ୨୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସମ୍ବଲପୁର ଜିଲ୍ଲାରୁ ୧୫ ଜଣ ଓ ବାଲେଶ୍ୱର ଜିଲ୍ଲାରୁ ୧୪ ଜଣ କରୋନା ପଜିଟିଭ ଚିହ୍ନଟ । କଟକ ଓ ରାୟଗଡା ଜିଲ୍ଲାରୁ ୧୩ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ । ଭଦ୍ରକ ଜିଲ୍ଲାରୁ ୧୨ ଜଣ କରୋନା ପଜିଟିଭ ଚିହ୍ନଟ ।

କୋରାପୁଟ ଜିଲ୍ଲାରୁ ୧୦ ଓ ମୟୁରଭଞ୍ଜ ଜିଲ୍ଲାରୁ ୦୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ବଲାଙ୍ଗିର ଜିଲ୍ଲାରୁ ୦୬ ଜଣ ଓ କେନ୍ଦ୍ରାପଡା ଜିଲ୍ଲାରୁ ୦୫ ଜଣ କରୋନା ପଜିଟିଭ ଚିହ୍ନଟ । ନୟାଗଡରୁ ୦୪ ଜଣ, ପୁରୀ ଓ କନ୍ଧମାଳ ଜିଲ୍ଲାରୁ ୦୩ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ । କେନ୍ଦୁଝରରୁ ୦୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଅନୁଗୁଳ, ଢେଙ୍କାନାଳ, ଗଜପତି ଓ କଳାହାଣ୍ଡି ଜିଲ୍ଲାରୁ ଜଣେ ଲେଖାଏଁ କରନା ପଜିଟିଭ ଚିହ୍ନଟ ।

ଦେଶର କରୋନା ଖବର:

ଦେଶରେ ୨୪ ଘଣ୍ଟା ମଧ୍ୟରେ ୨୨,୨୩୬ କରନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଭାରତରେ ମୋଟ୍ କରୋନା ଅଙ୍କ୍ରାନ୍ତଙ୍କ ସଂଖ୍ୟା ୬,୯୮,୧୩୪ କୁ ବୃଦ୍ଧି ହେଇଛି । ଦେଶରେ ମୋଟ ଆକ୍ଟିଭ କେସ ୨,୫୩,୪୬୦, ସୁସ୍ଥ ହୋଇଛନ୍ତି ୪,୨୪,୮୯୧ ଓ ୧୯,୭୦୦ ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ କରୋନା ମୃତ୍ୟୁ ହାର ୦.୧୯ ପ୍ରତିଶତ କୁ ବୃଦ୍ଧି ହୋଇଛି ।

ବନ୍ଧୁଗଣ ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପାଇବା ପାଇଁ ଆମର ଏହି ପୋର୍ଟାଲ କୁ ଫୋଲୋ କରନ୍ତୁ । ଯଦି ଏହି ଖବର ଟି ଆପଣଙ୍କ ମନକୁ ପସନ୍ଦ ଆସିଲା ତେବେ ଏହାକୁ ଲାଇକ କରନ୍ତୁ ଓ ସାଙ୍ଗ ମାନଙ୍କୁ ଶେୟର କରନ୍ତୁ ।

About admin

Blog sharing Information & Tips about Travelling Tips, Health Tips, Daily Living Life, Life Style, Trends and more to help people to Enjoy the beautiful Life.

View all posts by admin →

Leave a Reply

Your email address will not be published.