ପୋଷାକ ତତ୍ୱରେ ଭରପୁର ହୋଇଥିବା ମୂଳା କିଡ୍ନୀକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ଆମ ଶରୀରରୁ ଏହା ବିଷାକ୍ତ ପଦାର୍ଥ ନିଷ୍ମାସନ କରିବାରେ ସାହଯ୍ୟ କରିଥାଏ । ଏଥିପାଇଁ ଏହାକୁ ନ୍ୟାଚୁରାଲ କ୍ଲିନଜର କୁହାଯାଏ ।

ଶୀତଦିନେ ମୂଳା ସମସ୍ତଙ୍କ ରୋଷେଇ ଘରେ ଏକ ବିଶେଷ ପରିବା ରୂପରେ ରହିଥାଏ। କାହାକୁ ମୂଳା ପରଟା ପସନ୍ଦ ତ କାହାକୁ ମୂଳା ତରକାରୀ ପସନ୍ଦ। କିଛି ଲୋକତ ମୂଳାକୁ ସାଲାଡ଼ କରି ଖାଇଥାନ୍ତି । ଅନେକ ଲୋକଙ୍କୁ ତ ମୂଳା ଆଚାର ମଧ୍ୟ ବହୁତ ପସନ୍ଦ ହୋଇଥାଏ। ସେହିପରି କିଛି ଲୋକ ଏପରି ମଧ୍ୟ ଅଛନ୍ତି ଯେଉଁମାନେ ଖାଇବା ତ ଦୂରର କଥା ମୂଳା ଦେଖିବା ମଧ୍ୟ ଭଲ ପାଆନ୍ତି ନାହିଁ। ଯଦି ଆପଣ ମଧ୍ୟ ସେହି ଲୋକ ମାନଙ୍କ ମଧ୍ୟରୁ ଅଟନ୍ତି ତେବେ ଏହା ଦ୍ଵାରା ହେଉଥିବା ଫାଇଦା ବିଷୟରେ ଜାଣିରଖନ୍ତୁ। ଯଦି ଥରେ ଆପଣ ଏହା ଦ୍ଵାରା ହେଉଥିବା ଫାଇଦା ଜାଣିଯିବେ ଆପଣ ନିଜେ ନିଜେ ଏହାକୁ ନିଜ ଖାଇବାରେ ସାମିଲ କରିବେ।
କିଡ୍ନୀକୁ ରଖିଥାଏ ସୁସ୍ଥ:
ପୋଷାକ ତତ୍ୱରେ ଭରପୁର ହୋଇଥିବା ମୂଳା କିଡ୍ନୀକୁ ସୁସ୍ଥ ରଖିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ଆମ ଶରୀରରୁ ବିଷାକ୍ତ ପଦାର୍ଥ ନିଷ୍କାସନ କରିବାରେ ଏହା ବହୁତ ସାହଯ୍ୟ କରିଥାଏ। ଏଥିପାଇଁ ଏହାକୁ ନ୍ୟାଚୁରାଲ କ୍ଲିନଜର କୁହାଯାଏ। ଏହା ଆମ ଅନ୍ତକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ। ଏଥିରେ ଭରପୁର ମାତ୍ରାରେ ଫାଇବର ଥାଏ ଯାହା କୋଷ୍ଟ କାଠିନ୍ୟ ପାଇଁ ରାମବାଣ ଔଷଧ ଅଟେ।
ଯଦି କାହାକୁ ଭୋକ ହେଉନାହିଁ ତ ଆପଣ ମୂଳାର ରସରେ ଅଦାରସ ମିଶାଇ ପିଅନ୍ତୁ। ଏହା ଦ୍ଵାରା ଆପଣଙ୍କ ଭୋକ ବଢିବ ଓ ପେଟ ଜନିତ ସମସ୍ତ ସମସ୍ୟା ଦୂର ହେବ।

ଲିଭର ସମସ୍ୟା ହେବ ଦୂର:
ଯଦି ଆପଣଙ୍କ ପେଟ ଭାରି ହେବାଭଳି ଲାଗୁଛି ଆପଣ ମୂଳା ରସରେ ଲୁଣ ମିଶାଇ ପିଅନ୍ତୁ। ଏହା ଦ୍ଵାରା ଆପଣଙ୍କୁ ଆରମ ଲାଗିବ। ଯାହାକୁବି ଲିଭରର ସମସ୍ୟା ଅଛି ସେ ନିଶ୍ଚିତ ରୂପରେ ନିଜ ଖାଦ୍ୟରେ ମୂଳା ସାମିଲ କରନ୍ତୁ ଯାହା ଦ୍ୱାରା ଏହା ଆପଣଙ୍କ ଲିଭରକୁ ସୁସ୍ଥ ରଖିବ।
ହାଇ ବିପିକୁ କଣ୍ଟ୍ରୋଲ କରିବାରେ ହୋଇଥାଏ ସହାୟକ:
ହାଇ ବିପିଥିବା ଲୋକଙ୍କ ପାଇଁ ମୂଳା ବହୁତ ଫାଇଦା ଦେଇଥାଏ। ଏଣ୍ଟି ହାଇପରରେଟିଭରେ ଭରପୁର ମୂଳା ଉଚ୍ଚ ରକ୍ତଚାପକୁ କଣ୍ଟ୍ରୋଲ କରିବାରେ ସାହଯ୍ୟ କରେ। ଏହା ସହ ଏଥିରେ ଭରପୁର ମାତ୍ରାରେ ପୋଟାସିୟମ ରହିଥାଏ ଯାହା ଆମ ଶରୀରରେ ସୋଡିୟମ-ପୋଟେସିୟମର ଅନୁପାତକୁ ବାଲାନ୍ସ ରଖିଥାଏ। ଯାହା ଦ୍ୱାରା ବ୍ଲଡ଼ପ୍ରେସର କଣ୍ଟ୍ରୋଲ ରହିଥାଏ।
/GettyImages-90258016-588a207f3df78caebcc6f9cc.jpg)
ପିଲିଆ ରୋଗ ପାଇଁ ବହୁତ ଉପକାରୀ:
ପିଲିଆ ରୋଗୀଙ୍କ ପାଇଁ ଏହା ରାମବାଣ କାମ କରିଥାଏ। ଏହି ରୋଗ ଥିବା ଲୋକଙ୍କୁ ନିଜ ଖାଦ୍ୟରେ ତାଜା ମୂଳା ସାମିଲ କରିବା ଆବଶ୍ୟକ। ପ୍ରତିଦିନ ସକାଳେ କଞ୍ଚା ମୂଳା ଖାଇବା ଦ୍ଵାରା ପିଲିଆ ରୋଗ ଠିକ ହୋଇଯାଇଥାଏ।ଡାଇବେଟିସ ରୋଗୀଙ୍କ ପାଇଁ ମଧ୍ୟ ଏହା ବହୁତ ଉପକାରୀ ଅଟେ। ଏଥିରେ ଥିବା ତତ୍ୱ ଇନ୍ସୁଲିନକୁ କଣ୍ଟ୍ରୋଲ କରିବାରେ ସାହଯ୍ୟ କରେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।