ରାଜ୍ୟରେ ଆଜି ଆଉ ୦୬ ଜଣଙ୍କର ମୁଣ୍ଡ ନେଲା କରୋନା । ରାଜ୍ୟରେ ଆଜି ୫୨୭ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି । ରାଜ୍ୟରେ ଏବେ ହୁ ହୁ ହୋଇ ବଢୁଛି କରୋନା ସଂକ୍ରମଣ । ଆଜି ପୁଣି ୫ ଶହରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ।
ଆଜି ୨୬ ଟି ଜିଲ୍ଲାରୁ ୫୨୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୪୮ କୁ ବୃଦ୍ଧି ହୋଇଛି । ୫୨୭ ନୂଆ କରୋନା ପଜିଟିଭ ମଧ୍ୟରୁ ୩୩୮ କ୍ଵାରେଣ୍ଟାଇନ୍ ସେଣ୍ଟରରୁ ଓ ୧୮୯ ଜଣ ଲୋକାଲ ଚିହ୍ନଟ ହୋଇଥିବା ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି । ରାଜ୍ୟରେ ଏବେ ଲୋକାଲ କେସ୍ ଚିହ୍ନଟ ବଢିବା ଅଧିକ ଚିନ୍ତାର କାରଣ ହୋଇଛି ।
7. Dhenkanal: 1
8. Gajapati: 3
9. Ganjam: 215
10. Jagatsinghpur: 4
11. Jajpur: 25
12. Jharsuguda: 4
13. Kendrapada: 5
14. Keonjhar: 7
15. Khorda: 50
16. Koraput: 6
17. Malkangiri: 3
18. Mayurbhanj: 10
19. Nawarangpur: 3
20. Nayagarh: 18
21. Nuapada: 4
22. Puri: 16
23. Rayagada: 1— I & PR Department, Odisha (@IPR_Odisha) July 8, 2020
ଆଜିର ନୂଆ ୫୨୭ କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୬୨୪ କୁ ବୃଦ୍ଧି ହୋଇଛି । ରାଜ୍ୟରେ ମୋଟ ଆକ୍ଟିଭ କେସ ୩,୮୬୦, ସୁସ୍ଥ ହୋଇଛନ୍ତି ୬,୭୦୩ ଓ ମୃତ ସଂଖ୍ୟା ୪୮ କୁ ପହଁଚିଛି ।
କେଉଁ ଜିଲାରୁ କେତେ ଚିହ୍ନଟ:
ଆଜି ୫୨୭ ନୂଆ କରୋନା ଆକ୍ରାନ୍ତ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୧୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ସୁନ୍ଦରଗଡ ଜିଲ୍ଲାରୁ ୭୮ ଜଣ କରୋନା ପଜିଟିଭ ଚିହ୍ନଟ । ଖୋର୍ଦ୍ଧା ଜିଲ୍ଲାରୁ ୫୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବାଲେଶ୍ୱର ଜିଲ୍ଲାରୁ ୨୬ ଜଣ ଓ ଯାଜପୁର ୨୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ।
ବଲାଙ୍ଗିର ଜିଲ୍ଲାରୁ ୨୧ ଜଣ ଓ ନୟାଗଡ ୧୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକ ଜିଲ୍ଲାରୁ ୧୭ ଜଣ ଓ ପୁରୀ ଜିଲ୍ଲାରୁ ୧୬ ଜଣ କରୋନା ପଜିଟିଭ ଚିହ୍ନଟ । ମୟୁରଭଞ୍ଜ ଜିଲ୍ଲାରୁ ୧୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । କେନ୍ଦୁଝର ଜିଲ୍ଲାରୁ ୦୭ ଜଣ ଓ କୋରାପୁଟ ଜିଲ୍ଲାରୁ ୦୬ ଜଣ କରୋନା ପଜିଟିଭ ଚିହ୍ନଟ ।
24. Sambalpur: 1
25. Sonepur: 5
26. Sundargarh: 78New Recoveries: 217
Cumulative Tested: 308698
Positive: 10624
Recovered: 6703
Active Cases: 3860— I & PR Department, Odisha (@IPR_Odisha) July 8, 2020
କେନ୍ଦ୍ରାପଡା ଓ ସୋନପୁର ଜିଲ୍ଲାରୁ ୦୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ଜଗତସିଂହପୁର, ଝାରସୁଗୁଡା ଓ ନୂଆପଡା ଜିଲ୍ଲାରୁ ୦୪ ଜଣ ଲେଖାଏଁ କରୋନା ପଜିଟିଭ ଚିହ୍ନଟ । ଗଜପତି, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାରୁ ୦୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ଭଦ୍ରକରୁ ୦୨ ଜଣ କରନା ପଜିଟିଭ ଚିହ୍ନଟ । ଅନୁଗୁଳ, ବରଗଡ, ଢେଙ୍କାନାଳ, ରାୟଗଡା ଓ ସମ୍ବଲପୁର ଜିଲ୍ଲାରୁ ଜଣେ ଲେଖାଏଁ କରୋନା ଅଙ୍କ୍ରାନ୍ତ ଚିହ୍ନଟ ।
ଦେଶର କରୋନା ଖବର:
ଦେଶରେ ୨୪ ଘଣ୍ଟା ମଧ୍ୟରେ ୨୦,୨୯୩ କରନା ପଜିଟିଭ ଚିହ୍ନଟ ହୋଇଛନ୍ତି ଏବଂ ୪୫୪ ଜଣଙ୍କର ମୃତ୍ୟୁ ହୋଇଛି । ଭାରତରେ ମୋଟ୍ କରୋନା ଅଙ୍କ୍ରାନ୍ତଙ୍କ ସଂଖ୍ୟା ୭,୪୩,୪୭୯ କୁ ବୃଦ୍ଧି ହେଇଛି । ଦେଶରେ ମୋଟ ଆକ୍ଟିଭ କେସ ୨,୬୫,୬୬୮, ସୁସ୍ଥ ହୋଇଛନ୍ତି ୪,୫୭,୦୫୮ ଓ ୨୦,୬୫୩ ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ କରୋନା ମୃତ୍ୟୁ ହାର ୦.୨୩ ପ୍ରତିଶତ କୁ ବୃଦ୍ଧି ହୋଇଛି ।
ବନ୍ଧୁଗଣ ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପାଇବା ପାଇଁ ଆମର ଏହି ପୋର୍ଟାଲ କୁ ଫୋଲୋ କରନ୍ତୁ । ଯଦି ଏହି ଖବର ଟି ଆପଣଙ୍କ ମନକୁ ପସନ୍ଦ ଆସିଲା ତେବେ ଏହାକୁ ଲାଇକ କରନ୍ତୁ ଓ ସାଙ୍ଗ ମାନଙ୍କୁ ଶେୟର କରନ୍ତୁ ।