ରାଜ୍ୟରେ ଆଜି ଆଉ ୬୫ ଜଣ କରୋନା ପଜିଟିଭ ଚିହ୍ନଟ ।
ଆଜି ନୂଆ ୬୫ ଜଣ ଆକ୍ରନ୍ତଙ୍କ ମଧ୍ୟ୍ୟ ରୁ ଯାଜପୁର ଜିଲ୍ଲାରୁ ୩୧ ଜଣ, ଗଞ୍ଜାମ ଜିଲ୍ଲାରୁ ୧୩, କଟକ ଜିଲ୍ଲାରୁ ୬, ପୁରୀ ଜିଲ୍ଲାରୁ ୪, କେନ୍ଦ୍ରାପଡା କିଲ୍ଲାରୁ ୪, ଖୋର୍ଦ୍ଧା ଜିଲ୍ଲାରୁ ୩ ଜଣ ଚିହ୍ନଟ ହୋଇ ଥିବାଳେବେ ନୟାଗଡ ରୁ ୨ ଓ ମୟୁରଭଞ୍ଜ ଜିଲ୍ଲାରୁ ୨ ଜଣ ବୋଲି ଜଣ ପଡିଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା । ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୩୭ ରେ ପହଁଚିଲା ।
Total Positive Cases till 9 am today: 737
Active Cases: 568
New Cases: 6504 cases in Kendrapara
( All in quarantine centres, Surat returnees)13 cases in Ganjam
( 12 in quarantine centres, Surat returnees. 1 in home quarantine)— I & PR Department, Odisha (@IPR_Odisha) May 16, 2020
ରାଜ୍ୟରେ ଆଜି ପୁଣି ୬୫ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଦ୍ରୁତଗତିରେ ବଢିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ରାଜ୍ୟରେ ସବୁଠାରୁ ଅଧିକ କରୋନା ଆକ୍ରାନ୍ତ ଗଞ୍ଜାମ ଜିଲ୍ଲାରୁ । ଗଞ୍ଜାମ ଜିଲ୍ଲାରେ କରୋନା ପଜିଟିଭ ସଂଖ୍ୟା ୨୭୭ ରେ ପହଞ୍ଚିସାରିଛି । ଯାଜପୁର ଜିଲ୍ଲାରେ ଆଜି ପୁଣି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତ କୁ ମିଶାଇ ଯାଜପୁର ଜିଲ୍ଲାରେ ୧୨୧ କୁ ପହଁଚିଛି କରୋନା ପଜିଟିଭ ସଂଖ୍ୟା । ତା ପଛକୁ ଅଛି ବାଲେଶ୍ୱର ଜିଲ୍ଲା ୧୦୨ ରେ ପହଞ୍ଚିସାରିଲାଣି ଆକ୍ରାନ୍ତଙ୍କ ସଂଖ୍ୟା ।
ଖୋର୍ଦ୍ଧା ଜିଲ୍ଲାରେ ୫୬ ରେ ପହଞ୍ଚିସାରିଛି କରୋନା ଅଙ୍କ୍ରାନ୍ତଙ୍କ ସଂଖ୍ୟା । କେନ୍ଦ୍ରାପଡା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ହୋଇ ୨୬ ରେ ପହଞ୍ଚିସାରିଲାଣି । ପୁରୀ ଜିଲ୍ଲାରେ ୧୮ ରେ ପହଁଚିଲା ଆକ୍ରାନ୍ତଙ୍କ ସଂଖ୍ୟା । ନୟାଗଡ ଜିଲ୍ଲାରେ ୬ ରେ ପହଁଚିଲା ଆକ୍ରାନ୍ତଙ୍କ ସଂଖ୍ୟା । କଟକ ରୁ ପୁଣି ଚିହ୍ନଟ କରୋନା ଆକ୍ରାନ୍ତ, ଏବେ କଟକ ରେ ୧୦ କୁ ବୃଦ୍ଧି । ମୟୁରଭଞ୍ଜ ରେ ଆଉ ୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ଆଜି, ଏବେ ଜିଲ୍ଲାରେ ମୋଟ କରୋନା ଆକ୍ରାନ୍ତ ସଂଖ୍ୟା ୧୧ ହୋଇଛି ।
୬୫ ଜଣ କରୋନା ଅଙ୍କ୍ରାନ୍ତଙ୍କ ମଧ୍ୟ୍ୟରୁ ୬୨ ଜଣ ସରକାରୀ କ୍ଵାରେଣ୍ଟାଇନ୍ରେ ଥିବା ବେଳେ ୩ ଜଣ ହୋମ୍ କ୍ଵାରେଣ୍ଟାଇନ୍ରେ ଥିଲେ ବୋଲି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ତେବେ ଏବେ ଯେତେ କରୋନା ପଜିଟିଭ ଚିହ୍ନଟ ହେଉଛନ୍ତି ସମସ୍ତେ କ୍ଵାରେଣ୍ଟାଇନ୍ ଥିବା ଲୋକ । ଏ ପର୍ଯ୍ୟନ୍ତ ଗୋଷ୍ଟି ସଂକ୍ରମଣରୁ ହୋଇନି ଯାହା ରାଜ୍ୟ ପାଇଁ ଏକ ଖୁସିର କଥା । ବାହାର ରାଜ୍ୟ ରୁ ଆସୁଥିବା ପ୍ରବାସୀ ଓଡ଼ିଆ ମାନଙ୍କ ଠାରୁ ଏବେ କରୋନା ପଜିଟିଭ ଚିହ୍ନଟ ହେଉଛନ୍ତି । ରାଜ୍ୟରେ ଲୋକାଲ ଲୋକଙ୍କ ଠୁ ବେଶୀ ଆକ୍ରାନ୍ତ ଚିହ୍ନଟ ହୋଇନାହିଁ ।

ଓଡିଶାର କରୋନା ଖବର:
ବର୍ତମାନ ରାଜ୍ୟ ଷ୍ଟେଜ ୨ ଏବଂ ଷ୍ଟେଜ ୩ ମଝିରେ ଅଛି । ରାଜ୍ୟ କିଛି ଟା ନିୟନ୍ତ୍ରଣ ଅଛି ବୋଲି କୁହ ଯାଉଛି । ଅଲଗା ରାଜ୍ୟ ଅପେକ୍ଷା ଓଡିଶାର ସ୍ଥିତି କିଛି ମାତ୍ର ଭଲ ଅଛି । ଏବେ ଓଡିଶା ଷ୍ଟେଜ ୩ ର ପାଦଦେଶରେ ପହଞ୍ଚି ସାରିଛି ।
କରୋନା ଆତଙ୍କ ଗଂଜାମ ଜିଲ୍ଲା ସମତେ ଅଲଗା ଜିଲ୍ଲାକୁ ମଧ୍ୟ୍ୟ ମାଡିଚାଲିଛି । ରାଜ୍ୟରେ ସବୁଠୁ ଅଧିକ ଗଂଜାମ ଜିଲ୍ଲାରେ କରୋନା ଆକ୍ରାନ୍ତ ଚିହ୍ନଟ । ଆହୁରି ବହୁତ ପ୍ରବାସୀ ଓଡ଼ିଆ ଓଡିଶା ଆସୁଥିବା ବେଳେ ଆଗକୁ ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ବୋଲି ପ୍ରଶ୍ନ ଉଠିଛି ।
ରାଜ୍ୟରେ ମୋଟ୍ କରୋନା ଅଙ୍କ୍ରାନ୍ତଙ୍କ ସଂଖ୍ୟା ୭୩୭ ରେ ପହଁଚିଛି । ୫୬୮ ଜଣ ଚିକିତ୍ସାଧୀନରେ ଅଛନ୍ତି ଏବଂ ୧୬୬ ଜଣ ଭଲ ହୋଇ ଘରକୁ ଫେରିଛନ୍ତି ଆଉ ୩ ଜଣଙ୍କର ମୃତ୍ୟୁ ହୋଇଛି ।
ଭାରତରେ ମୋଟ୍ କରୋନା ଅଙ୍କ୍ରାନ୍ତଙ୍କ ସଂଖ୍ୟା ୮୫,୭୯୦ ରେ ପହଁଚିଛି । ୫୨,୭୭୪ ଜଣ ଚିକିତ୍ସାଧୀନରେ ଅଛନ୍ତି ଏବଂ ୩୦,୨୫୮ ଜଣ ଭଲ ହୋଇ ଘରକୁ ଫେରିଥିବା ବେଳେ ୨,୭୫୩ ଜଣଙ୍କର ମୃତ୍ୟୁ ହୋଇଛି । ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପଢିବା ପାଇଁ ତଳେ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏହି ପୋଷ୍ଟକୁ ଅଧିକ ଅଧିକ ସେୟାର କରନ୍ତୁ ।