ରାଜ୍ୟରେ ଆଉ ୬୭ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ।
ନୂଆ ଜିଲ୍ଲା ଭାବରେ ବରଗଡ଼ ଓ ନୂଆପଡା ଜିଲ୍ଲାକୁ କରୋନା ଛୁଇଁଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛନ୍ତି । ବରଗଡ଼ ଜିଲ୍ଲାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତ ଜିଲ୍ଲା ସଂଖ୍ୟା ୨୮ କୁ ବୃଦ୍ଧି । କରୋନା ଆତଙ୍କ ରାଜ୍ୟରେ ଧୀରେ ଧୀରେ ସବୁ ଜିଲ୍ଲାକୁ ମାଡି ଚାଲିଛି ।
ନୂଆ ୬୭ ଜଣ ଆକ୍ରନ୍ତଙ୍କ ମଧ୍ୟ୍ୟରୁ ପୁରୀ ଜିଲ୍ଲାରୁ ସର୍ବାଧିକ ୧୬ ଜଣ କରୋନା ପଜିଟିଭ ଚିହ୍ନଟ ବୋଲି ଜଣା ପଡିଛି । ନୟାଗଡରୁ ୧୩ ଆକ୍ରାନ୍ତ ଚିହ୍ନଟ ନେଇ ସୂଚନା ମିଳିଛି । ଗଞ୍ଜାମ ଓ ବଲାଙ୍ଗରି ଜିଲ୍ଲାରୁ ୭ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ । ଅନୁଗୁଳରୁ ୬ ଜଣ, ସୁନ୍ଦରଗଡ ଓ କଳାହାଣ୍ଡି ଜିଲ୍ଲାରୁ ୪ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ । ଖୋର୍ଦ୍ଧା ରୁ ୩ ଜଣ, କଟକ ଓ ମାଲକାନଗିରିରୁ ୨ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ । ଜଗତସିଂହପୁର, ଢେଙ୍କାନାଳ ଓ ନୂଆପଡା ଜିଲ୍ଲାରୁ ଜଣେ ଲେଖାଏଁ ଚିହ୍ନଟ ।
ନୂଆପଡା ଜିଲ୍ଲାରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ବରଗଡ଼ ଜିଲ୍ଲାରୁ ଜଣେ ଚିହ୍ନଟ ହୋଇଛନ୍ତି । ପ୍ରଥମ ଥର ପାଇଁ ବରଗଡ଼ ଜିଲ୍ଲାରେ କରୋନା ପଜିଟିଭ ଚିହ୍ନଟ । ଜିଲ୍ଲା ଲୋକ ସଂପର୍କ ଅଧିକାରୀ କଲ୍ୟାଣୀ ଦାସ ସୂଚନା ଦେଇଛନ୍ତି । ଆକ୍ରାନ୍ତ କ୍ଵାରେଣ୍ଟାଇନ୍ କେନ୍ଦ୍ରରେ ଥିଲେ ।

ଓଡିଶାର କରୋନା ଖବର:
ଆଜି ନୂଆ ୬୭ କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩୩୬ ରେ ପହଁଚିଲା । ରାଜ୍ୟରେ ମୋଟ ଆକ୍ଟିଭ କେସ ୮୩୨ ସୁସ୍ଥ ହୋଇଛନ୍ତି ୪୯୭ ଓ ମୃତ ସଂଖ୍ୟା ୭ ।
୬୭ ନୂଆ କରୋନା ପଜିଟିଭ ମଧ୍ୟ୍ୟରୁ ୬୦ ଜଣ କ୍ଵାରେଣ୍ଟାଇନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୪ ଜଣ ହୋମ କ୍ଵାରେଣ୍ଟାଇନ୍ ଓ 3 ଜଣ ଲୋକାଲ ବୋଲି ସୂଚନା ମିଳିଛି ।
ପୁରୀ ଜିଲ୍ଲାରେ ମୋଟ ୮୧ କୁ କରୋନା ପଜିଟିଭ ପହଂଚି ଥିବାବେଳେ ନୟାଗଡରେ ୪୫ ରେ ଆକ୍ରାନ୍ତଙ୍କ ସଂଖ୍ୟା ପହଂଚି ଲାଣି । ଗଞ୍ଜାମ ଜିଲ୍ଲାରେ ୩୪୮ ଓ ବଲାଙ୍ଗରି ଜିଲ୍ଲାରେ ୧୬ କୁ ବୃଦ୍ଧି ହୋଇଛି । ଆଜି ଅନୁଗୁଳରେ ପୁଣି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ଏବେ ମୋଟ କରୋନା ପଜିଟିଭ ସଂଖ୍ୟା ୨୫ କୁ ବୃଦ୍ଧି ।
ସୁନ୍ଦରଗଡ ଜିଲ୍ଲାରେ ୩୭ କୁ ବୃଦ୍ଧି ହୋଇଥିବା ବେଳେ କଳାହାଣ୍ଡି ଜିଲ୍ଲାରେ ୧୭ କୁ ବୃଦ୍ଧି ହୋଇଛି ଆକ୍ରାନ୍ତଙ୍କ ସଂଖ୍ୟା । ଖୋର୍ଦ୍ଧା ରେ ୭୭ କୁ ବଢିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । କଟକ ଜିଲ୍ଲର ମୋଟ କରୋନା ଆକ୍ରାନ୍ତ ୫୯ ରେ ପହଁଚିଲା । ମାଲକାନଗିରି ଜିଲ୍ଲାରେ ମୋଟ ଆକ୍ରାନ୍ତ ସଂଖ୍ୟା ୧୦ କୁ ବୃଦ୍ଧି । ଜଗତସିଂହପୁର ରେ ୩୧, ଢେଙ୍କାନାଳ ଜିଲ୍ଲାରେ ୩ ଓ ନୂଆପଡା ଜିଲ୍ଲାରେ ଜଣେ କରୋନା ଆକ୍ରାନ୍ତ ବୋଲି ସୂଚନା ମିଳିଛି ।
ରାଜ୍ୟରେ ସବୁଠୁ ଅଧିକ ଗଂଜାମ ଜିଲ୍ଲାରେ କରୋନା ଆକ୍ରାନ୍ତ ଚିହ୍ନଟ । ତା ପଛକୁ ଯାଜପୁର ଜିଲ୍ଲା ଓ ବାଲେଶ୍ୱର ଜିଲ୍ଲା ଅଛନ୍ତି । ଆଗକୁ ଆହୁରି ବହୁତ ପ୍ରବାସୀ ଓଡ଼ିଆ ଓଡିଶା ଆସୁଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ବୋଲି କୁହା ଯାଉଛି । ଅଧିକ ପରୀକ୍ଷା କରାଗଲେ ଅଧିକ କରୋନା ପଜିଟିଭ ବାହାରିବେ ସେଥିପାଇଁ କୌଣସି ଚିନ୍ତା କରିବା ଦରକାର ନାହିଁ ବୋଲି କହିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ।
ଦେଶର କରୋନା ଖବର:
ଭାରତରେ ମୋଟ୍ କରୋନା ଅଙ୍କ୍ରାନ୍ତଙ୍କ ସଂଖ୍ୟା ୧,୩୧,୯୨୯ ରେ ପହଁଚିଛି । ୭୩,୬୪୪ ଜଣ ଚିକିତ୍ସାଧୀନରେ ଅଛନ୍ତି ଏବଂ ୫୪,୪୦୯ ଜଣ ଭଲ ହୋଇ ଘରକୁ ଫେରିଥିବା ବେଳେ ୩,୮୬୮ ଜଣଙ୍କର ମୃତ୍ୟୁ ହୋଇଛି । ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପଢିବା ପାଇଁ ତଳେ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏହି ପୋଷ୍ଟକୁ ଅଧିକ ଅଧିକ ସେୟାର କରନ୍ତୁ ।