ରାଜ୍ୟରେ ଆଜି ୭୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।
୭୩ ଜଣ ସୁସ୍ଥ ହେବ ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ରାଜ୍ୟରେ ସୁସ୍ଥ ହୋଇଥିବା ୭୩ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ବୌଦ୍ଧ ଜିଲ୍ଲାରୁ ସର୍ବାଧିକ ୨୮ ଜଣ ସୁସ୍ଥ ହୋଇଛନ୍ତି । ପୁରୀ ଜିଲ୍ଲାରୁ ୧୧ ଜଣ ସୁସ୍ଥ ହୋଇଛନ୍ତି । କେନ୍ଦ୍ରାପଡାରୁ ୧୦, କଟକରୁ ୦୯ ଜଣ ସୁସ୍ଥ ହୋଇ ଘରକୁ ଫେରିଲେ ।
ଖୋର୍ଦ୍ଧା ଜିଲ୍ଲାରୁ ୦୭ ଜଣ ସୁସ୍ଥ ହୋଇଛନ୍ତି । ମଲଲକାନଗିର ଓ ଅନୁଗୁଳରୁ ୨ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି । ଗଞ୍ଜାମ, ବାଲେଶ୍ୱର, ଯାଜପୁର ଓ କନ୍ଧମାଳ ଜିଲ୍ଲାରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି ।

ଆଜି ୭୩ କୁ ମିଶାଇ ରାଜ୍ୟରେ କରୋନା ସୁସ୍ଥଙ୍କ ସଂଖ୍ୟା ୧୦୫୦ କୁ ବୃଦ୍ଧି ହୋଇଛି । ସକାଳେ ୯୬ ଜଣ ନୂଆ ପଜିଟିଭ ଚିହ୍ନଟ ହେଇଥିଲେ । ଆଜି ନୂଆ ୯୬ କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୮୧୯ ରେ ପଂହଁଚିଥିଲା । ରାଜ୍ୟରେ ମୋଟ୍ ଆକ୍ଟିଭ କେସ୍ ୭୬୦ ସୁସ୍ଥ ହୋଇଛନ୍ତି ୧୦୫୦ ଓ ମୃତ ସଂଖ୍ୟା ୭ । ରାଜ୍ୟରେ ଏବେ ଆକ୍ଟିଭ କେସ୍ ଅପେକ୍ଷା ସୁସ୍ଥ ସଂଖ୍ୟା ଅଧିକ ଅଛି । ରାଜ୍ୟରେ ସୁସ୍ଥ ହାର ଏବେ ବଢିଛି । ଏବେ ଅଧିକ ଲୋକ ସୁସ୍ଥ ହୋଇ ଘରକୁ ଫେରୁଛନ୍ତି ।
ଦେଶର କରୋନା ଖବର:
ଭାରତରେ ମୋଟ୍ କରୋନା ଅଙ୍କ୍ରାନ୍ତଙ୍କ ସଂଖ୍ୟା ୧,୭୪,୩୫୫ କୁ ବୃଦ୍ଧି ହୋଇଛି । ୮୬,୫୫୮ ଜଣ ଚିକିତ୍ସାଧୀନରେ ଅଛନ୍ତି ଏବଂ ୮୨,୮୦୪ ଜଣ ଭଲ ହୋଇ ଘରକୁ ଫେରିଥିବା ବେଳେ ୪,୯୮୨ ଜଣଙ୍କର ମୃତ୍ୟୁ ହୋଇଛି । ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପଢିବା ପାଇଁ ତଳେ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ, ଏହି ପୋଷ୍ଟକୁ ଅଧିକ ଅଧିକ ସେୟାର କରନ୍ତୁ ।