ରାଜ୍ୟରେ ଆଉ ୭୩ ଜଣ କରୋନା ପଜିଟିଭ ଚିହ୍ନଟ ।

ରାଜ୍ୟରେ ଆଉ ୭୩ ଜଣ କରୋନା ପଜିଟିଭ ଚିହ୍ନଟ ।
ରାଜ୍ୟରେ ପୁଣି ୭୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା । ରାଜ୍ୟରେ ହୁ ହୁ ହୋଇ ବଢିଚାଲିଛି କରୋନା ପଜିଟିଭ ।  ନୂଆ ୭୩ ଆକ୍ରାନ୍ତଙ୍କ ମଧ୍ୟ୍ୟରୁ ଗଞ୍ଜାମ ଜିଲ୍ଲାରୁ ୪୩ ଜଣ ଚିହ୍ନଟ ହୋଇଛନ୍ତି । ଗଞ୍ଜାମ ଜିଲ୍ଲାରେ ମୋଟ୍ କରୋନା ପଜିଟିଭ ସଂଖ୍ୟା ୨୫୨ ରେ ପାହହିଁଛି । ଯାଜପୁର ଜିଲ୍ଲାରୁ ୧୭ ଜଣ, ଭଦ୍ରକ ଜିଲ୍ଲାରୁ ୦୯ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୦୩ ଜଣ ଓ ସୁନ୍ଦରଗଡ ଜିଲ୍ଲାରୁ ୦୨ ଜଣ କରୋନା ପଜିଟିଭ ଚିହ୍ନଟ ।

ନୂଆ ୭୩ କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୧୧ ରେ ପହଁଚିଲା ।

ଗଞ୍ଜାମ ଜିଲ୍ଲାର ଆକ୍ରାନ୍ତ ସୁରତ ଫେରନ୍ତା ଓ ସମସ୍ତେ କ୍ଵାରେଣ୍ଟାଇନ୍‌ରେ ଅଛନ୍ତି । ଯାଜପୁର ଜିଲ୍ଲାର ସମସ୍ତ ଆକ୍ରାନ୍ତ ପଶ୍ଚିମବଙ୍ଗ ଫେରନ୍ତା ଓ ସମସ୍ତେ କ୍ଵାରେଣ୍ଟାଇନ୍‌ରେ ଅଛନ୍ତି । ଭଦ୍ରକ ଜିଲ୍ଲାର ଆକ୍ରାନ୍ତଙ୍କ ମଧ୍ୟ୍ୟରୁ ୫ ଜଣ ସୁରତ ଫେରନ୍ତା, ୩ ଜଣ ପଶ୍ଚିମବଙ୍ଗ ଫେରନ୍ତା ଓ ଜଣେ କର୍ଣ୍ଣାଟକ ଫେରନ୍ତା ଆଉ ସମସ୍ତେ କ୍ଵାରେଣ୍ଟାଇନ୍‌ରେ ଅଛନ୍ତି ।

ଖୋର୍ଦ୍ଧା ଜିଲ୍ଲାର ସମତେ ସୁରତ ଫେରନ୍ତା ସମସ୍ତେ କ୍ଵାରେଣ୍ଟାଇନ୍‌ରେ ଅଛନ୍ତି । ଆଉ ସୁନ୍ଦରଗଡ ଜିଲ୍ଲାର ୨ ଜଣ କଣ୍ଟନମେଣ୍ଟ ଜୋନ୍ରୁ ବୋଲି ଜଣା ପଡିଛି ।

କ୍ଵାରେଣ୍ଟାଇନ୍‌ରେ ଯେଉଁମାନେ ରହୁଛନ୍ତି ଏବେ ସେମାନଙ୍କ ଠାରୁ ଅଧିକ ପଜିଟିଭ ଚହ୍ନଟ ସୂଚନା । ପାଖାପାଖି ୭୫,୦୦୦ ପ୍ରବାସୀ ଓଡ଼ିଆ ଶ୍ରମିକ ଓଡିଶାକୁ ଆସିଛନ୍ତି । ଆହୁରି ଟ୍ରେନ୍ ରେ ବାହାର ରାଜ୍ୟରୁ ଓଡିଶାକୁ ପ୍ରବାସୀ ଓଡ଼ିଆ ଆସୁଛନ୍ତି ଆଗକୁ କଣ ହେବ କହିବା ମୁସ୍କିଲ । ବହୁତ ପ୍ରବାସୀ ଓଡ଼ିଆ ଆସିବା ପାଇଁ ରେଜିଷ୍ଟ୍ରସନ କରିଛନ୍ତି । ପୁଣି ଏବେ ଟ୍ରେନ୍ ସେବା ଆରମ୍ଭ ହୋଇଥିଲା ବେଳେ କରୋନା ପଜିଟିଭ ସଂଖ୍ୟା ବହୁତ ବଢିବା ବୋଲି କୁହାଯାଉଛି ।

ଓଡିଶାର କରୋନା ଖବର:

ରାଜ୍ୟରେ ଆଉ ୭୩ ଜଣ କରୋନା ପଜିଟିଭ ଚିହ୍ନଟ, Nitidina, Odisha, News, Real Story, Health Tips, Life style, Daily Living, Tips, Job Updates, Yoga, Meditation, Stay Healthy, Lockdown may extend after 3 may, lockdown extend, Odisha corona news 73 new corona positive found today morning
ରାଜ୍ୟରେ ଆଉ ୭୩ ଜଣ କରୋନା ପଜିଟିଭ ଚିହ୍ନଟ

ରାଜ୍ୟ ସରକାରଙ୍କର ଚିନ୍ତା ବଢ଼ିଲେ ପ୍ରବାସୀ ଓଡ଼ିଆ, ସୁରତ ଫେରନ୍ତା କରୋନା ଆକ୍ରାନ୍ତ ସଂଖ୍ୟା କୁ ହୁ ହୁ ବଢ଼େଇ ଚାଲିଛନ୍ତି । ସେଥିପାଇଁ ରାଜ୍ୟରେ ହୁ ହୁ ହୋଇ ବଢୁଛି କରୋନା ଆକ୍ରାନ୍ତ ସଂଖ୍ୟା, କମିବାର ନା ନେଉନି । ଆଜି ସକାଳୁ ସକାଳୁ ଆଉ ୭୩ ଜଣ ହୋଇସାରିଲେ କରୋନା ପଜିଟିଭ । ଗତ କଲି ଗୋଟିଏ ଦିନରେ ୧୦୧ ଜଣ ପଜିଟିଭ ଚିହ୍ନଟ ହୋଇଥିଲେ ।

କରୋନା ଆତଙ୍କ ଗଂଜାମ ଜିଲ୍ଲା ସମତେ ଅଲଗା ଜିଲ୍ଲାକୁ ମଧ୍ୟ୍ୟ ମାଡିଚାଲିଛି । ରାଜ୍ୟରେ ସବୁଠୁ ଅଧିକ ଗଂଜାମ ଜିଲ୍ଲାରେ କରୋନା ଆକ୍ରାନ୍ତ ଚିହ୍ନଟ । ଆହୁରି ବହୁତ ପ୍ରବାସୀ ଓଡ଼ିଆ ଓଡିଶା ଆସୁଥିବା ବେଳେ ଆଗକୁ ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ବୋଲି ପ୍ରଶ୍ନ ଉଠିଛି । ଏବେ ଓଡିଶା ୩ୟ ଷ୍ଟେଜ ଆଡକୁ ଗତି କରୁଥିବା ଆଲୋଚନା ହଉଛି ।

ରାଜ୍ୟରେ ମୋଟ୍ କରୋନା ଅଙ୍କ୍ରାନ୍ତଙ୍କ ସଂଖ୍ୟା ୬୧୧ ରେ ପହଁଚିଛି । ୪୬୫ ଜଣ ଚିକିତ୍ସାଧୀନରେ ଅଛନ୍ତି ଏବଂ ୧୪୩ ଜଣ ଭଲ ହୋଇ ଘରକୁ ଫେରିଛନ୍ତି ଆଉ ୩ ଜଣଙ୍କର ମୃତ୍ୟୁ ହୋଇଛି ।

ଭାରତରେ ମୋଟ୍ କରୋନା ଅଙ୍କ୍ରାନ୍ତଙ୍କ ସଂଖ୍ୟା ୭୮,୦୫୫ ରେ ପହଁଚିଛି । ୪୯,୦୯୯ ଜଣ ଚିକିତ୍ସାଧୀନରେ ଅଛନ୍ତି ଏବଂ ୨୬,୪୦୦ ଜଣ ଭଲ ହୋଇ ଘରକୁ ଫେରିଥିବା ବେଳେ ୨୫୫୧ ଜଣଙ୍କର ମୃତ୍ୟୁ ହୋଇଛି ।

About admin

Blog sharing Information & Tips about Travelling Tips, Health Tips, Daily Living Life, Life Style, Trends and more to help people to Enjoy the beautiful Life.

View all posts by admin →

Leave a Reply

Your email address will not be published. Required fields are marked *