ରାଜ୍ୟରେ ଆଉ ୮୬ ଜଣ କରୋନା ପଜିଟିଭ ଚିହ୍ନଟ ।
ଆଜି ରାଜ୍ୟରେ ନୂଆ ୫୧ ଜଣ ଆକ୍ରନ୍ତଙ୍କ ମଧ୍ୟ୍ୟରୁ ଯାଜପୁର ଜିଲ୍ଲାରୁ ସର୍ବାଧିକ ୪୬ କରୋନା ପଜିଟିଭ ଚିହ୍ନଟ ବୋଲି ଜଣା ପଡିଛି । କଟକ ଜିଲ୍ଲାରୁ ୧୧ ଜଣ, ନୟାଗଡ ଜିଲ୍ଲାରୁ ୦୬ ଜଣ, ଗଞ୍ଜାମ ଜିଲ୍ଲାରୁ ୦୫ ଜଣ ଆକ୍ରାନ୍ତ ଚିହ୍ନଟ । ବାଲେଶ୍ୱର ଜିଲ୍ଲା, ପୁରୀ, କେନ୍ଦୁଝର ଓ ଭଦ୍ରକ ଜିଲ୍ଲାରୁ ୦୩ ଜଣ ଲେଖାଏଁ କରୋନା ପଜିଟିଭ ଚିହ୍ନଟ ବୋଲି ଜଣା ପଡିଛି । ବଲାଙ୍ଗୀର ଜିଲ୍ଲାରୁ ୦୨ ଜଣ କରୋନା ପଜିଟିଭ ପଜିଟିଭ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ ଜିଲ୍ଲାରୁ ଜଣେ କରୋନା ପଜିଟିଭ ଚିହ୍ନଟ ବୋଲି ଜଣା ପଡିଛି । ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।
ଆଜି ନୂଆ ୮୬ କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୮୯ ରେ ପହଁଚିଲା । ରାଜ୍ୟରେ ଆକ୍ଟିଭ୍ କେସ୍ ୭୮୯ ହୋଇଥିବା ବେଳେ, ସୁସ୍ଥ ହୋଇଛନ୍ତି ୩୯୩ ଏବଂ ମୃତ ସଂଖ୍ୟା ୭ ରେ ପହଁଚିଲା ।
୮୬ ନୂଆ କରୋନା ପଜିଟିଭ ମଧ୍ୟ୍ୟରୁ ୮୦ ଜଣ କ୍ଵାରେଣ୍ଟାଇନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବା ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଜଣେ କଣ୍ଟନମେଣ୍ଟ ଜୋନ୍ରୁ ଏବଂ ଅନ୍ୟ ୫ ଜଣ ଲୋକାଲ୍ କେସ୍ ।

ଓଡିଶାର କରୋନା ଖବର:
ରାଜ୍ୟରେ ଏବେ ଯାଜପୁର ଜିଲ୍ଲାରେ ତୀବ୍ର ମାତ୍ରାରେ ବଢୁଛି କରୋନା ଅଙ୍କ୍ରାନ୍ତଙ୍କ ସଂଖ୍ୟା । ଯାଜପୁର ଜିଲ୍ଲାରେ ଆଜି ପୁଣି ୪୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତ କୁ ମିଶାଇ ଯାଜପୁର ଜିଲ୍ଲାରେ ୨୨୫ କୁ ପହଁଚିଛି କରୋନା ପଜିଟିଭ ସଂଖ୍ୟା ।
ଗଞ୍ଜାମ ଜିଲ୍ଲାରୁ କରୋନା ଆତଙ୍କ କମିବାର ନାମ ନେଉନି, ଆଜି ପୁଣି ପଜିଟିଭ ଚିହ୍ନଟ ହୋଇଛନ୍ତି । ଏବେ ଗଞ୍ଜାମ ଜିଲ୍ଲାରେ ମୋଟ୍ ଅଙ୍କ୍ରାନ୍ତ ସଂଖ୍ୟା ୩୨୨ ରେ ପହଁଚାଲିଲାଣି । ବାଲେଶ୍ୱର ଜିଲ୍ଲାରୁ ମଧ୍ୟ୍ୟ ଆଜି ଚିହ୍ନଟ ହୋଇଛନ୍ତି କରୋନା ଆକ୍ରାନ୍ତ, ଏବେ ମୋଟ୍ ଅଙ୍କ୍ରାନ୍ତ ସଂଖ୍ୟା ୧୨୫ କୁ ବୃଦ୍ଧି ।
ପୁରୀ ଜିଲ୍ଲାରେ ୪୮ କୁ ପହଁଚିଲା ଆକ୍ରାନ୍ତଙ୍କ ସଂଖ୍ୟା । କଟକରୁ ପୁଣି କରୋନା ଆକ୍ରାନ୍ତ ଚିହ୍ନଟ, ଏବେ କଟକରେ କରୋନା ପଜିଟିଭ ସଂଖ୍ୟା ୫୬ କୁ ବୃଦ୍ଧି । ଭଦ୍ରକ ଜିଲ୍ଲାରେ ୩ ବଢି ଆକ୍ରାନ୍ତ ସଂଖ୍ୟା ୯୮ କୁ ବଢ଼ିଲା ।
ନୟାଗଡ ଜିଲ୍ଲାରେ କରୋନା ଅଙ୍କ୍ରାନ୍ତ ସଂଖ୍ୟା ବଢି ୨୭ କୁ ଛୁଇଁଲା ।
କେନ୍ଦୁଝର ଜିଲ୍ଲାରେ ୩ ବଢି ମୋଟ୍ କରୋନା ଆକ୍ରାନ୍ତ ସଂଖ୍ୟା ୧୧ ହେଲା । ବଲାଙ୍ଗୀରି ଜିଲ୍ଲାରେ ୮ କୁ ବୃଦ୍ଧି ହେଲା କରୋନା ପଜିଟିଭ ଓ ସୁନ୍ଦରଗଡ ଜିଲ୍ଲାରେ କରୋନା ଆକ୍ରାନ୍ତ ୨୮ କୁ ଛୁଇଁଲା ।
ରାଜ୍ୟରେ ସବୁଠୁ ଅଧିକ ଗଂଜାମ ଜିଲ୍ଲାରେ କରୋନା ଆକ୍ରାନ୍ତ ଚିହ୍ନଟ । ତା ପଛକୁ ଯାଜପୁର ଜିଲ୍ଲା ଓ ବାଲେଶ୍ୱର ଜିଲ୍ଲା ଅଛନ୍ତି । ଆଗକୁ ଆହୁରି ବହୁତ ପ୍ରବାସୀ ଓଡ଼ିଆ ଓଡିଶା ଆସୁଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ବୋଲି କୁହା ଯାଉଛି । ଅଧିକ ପରୀକ୍ଷା କରାଗଲେ ଅଧିକ କରୋନା ପଜିଟିଭ ବାହାରିବେ ସେଥିପାଇଁ କୌଣସି ଚିନ୍ତା କରିବା ଦରକାର ନାହିଁ ବୋଲି କହିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ।
ଦେଶର କରୋନା ଖବର:
ରାଜ୍ୟରେ ମୋଟ୍ କରୋନା ଅଙ୍କ୍ରାନ୍ତଙ୍କ ସଂଖ୍ୟା ୧୧୮୯ ରେ ପହଁଚିଛି । ୭୮୯ ଜଣ ଚିକିତ୍ସାଧୀନରେ ଅଛନ୍ତି ଏବଂ ୩୯୩ ଜଣ ଭଲ ହୋଇ ଘରକୁ ଫେରିଛନ୍ତି ଆଉ ୭ ଜଣଙ୍କର ମୃତ୍ୟୁ ହୋଇଛି ।
ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା କାଲି ଲକ୍ଷେ କୁ ଟପିଲା । ଭାରତରେ ମୋଟ୍ କରୋନା ଅଙ୍କ୍ରାନ୍ତଙ୍କ ସଂଖ୍ୟା ୧,୧୮,୨୩୫ ରେ ପହଁଚିଛି । ୬୬,୦୯୧ ଜଣ ଚିକିତ୍ସାଧୀନରେ ଅଛନ୍ତି ଏବଂ ୪୮,୫୫୩ ଜଣ ଭଲ ହୋଇ ଘରକୁ ଫେରିଥିବା ବେଳେ ୩,୫୮୪ ଜଣଙ୍କର ମୃତ୍ୟୁ ହୋଇଛି । ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପଢିବା ପାଇଁ ତଳେ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏହି ପୋଷ୍ଟକୁ ଅଧିକ ଅଧିକ ସେୟାର କରନ୍ତୁ ।