ରାଜ୍ୟରେ ଆଉ ୯୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ରାଜ୍ୟରେ ଆଉ ୯୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ରାଜ୍ୟରେ ଆଉ ୯୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ଆସିଲା ପୁଣି ଖୁସି ଖବର । ରାଜ୍ୟରେ ଆଉ ୯୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ରାଜ୍ୟରେ ସୁସ୍ଥ ହୋଇଥିବା ୯୯ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ବାଲେଶ୍ୱର ଜିଲ୍ଲାରୁ ୩୪ ଜଣ,ଗଂଜାମ ଜିଲ୍ଲାରୁ ୧୫ ଜଣ,କେନ୍ଦ୍ରାପଡା ଓ ଯାଜପୁର ଜିଲ୍ଲାରୁ ୧୩ ଜଣ,ପୁରୀ ଜିଲ୍ଲାରୁ ୧୦ ଜଣ,ଭଦ୍ରକରୁ ୯,ନୟାଗଡ଼ରୁ ୩,ଦେବଗଡ ଓ ସୁନ୍ଦରଗଡ ରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି ।

ବତ୍ତମାନ ରାଜ୍ୟରେ କରୋନା ସୁସ୍ଥଙ୍କ ସଂଖ୍ୟା ୬୪୯ କୁ ବୃଦ୍ଧି ଘଟିଛି ।

ଆଜି ନୂଆ ୧୦୩ କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪୩୮ ରେ ପହଁଚିଲା । ରାଜ୍ୟରେ ମୋଟ ଆକ୍ଟିଭ କେସ ୮୮୨ ସୁସ୍ଥ ହୋଇଛନ୍ତି ୬୪୯ ଓ ମୃତ ସଂଖ୍ୟା ୭ ।

୧୦୩ ନୂଆ କରୋନା ପଜିଟିଭ ମଧ୍ୟ୍ୟରୁ ୯୬ ଜଣ କ୍ଵାରେଣ୍ଟାଇନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ସୂଚନା ମିଳିଛି ।

ଆଜି ସକାଳେ ରାଜ୍ୟରେ ମୋଟା ସର୍ବାଧିକ ୧୦୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଆକ୍ରାନ୍ତଙ୍କ ମଧ୍ୟରେ ସବୁଠାରୁ ଅଧିକ ଦେବଗଡ଼ ଜିଲ୍ଲାର ୨୨ ଜଣ ଥିଲାବେଳେ କେନ୍ଦ୍ରାପଡ଼ାରୁ ୧୫, ଜଗତସିଂହପୁରରୁ ୧୦ ଓ ମାଲକାନଗିରିରୁ ୯ ଜଣ ଅଟନ୍ତି । ଭଦ୍ରକ ଓ ବଲାଙ୍ଗୀରରୁ ୮ ଲେଖାଏଁ ଚିହ୍ନଟ ହୋଇଛି । କୋରାପୁଟ ଓ ଗଜପତିରୁ ୬ ଜଣ ଲେଖାଏଁ ପୋଜେଟିଭ ମିଳିଥିବା ବେଳେ , ଖୋର୍ଦ୍ଧା ଓ ବାଲେଶ୍ଵରରୁ ୫ ଜଣ ଲେଖାଏଁ ଚିହ୍ନଟ ହୋଇଥିଲେ । ଗଞ୍ଜାମରୁ ୪ ଜଣ ଅଟନ୍ତି ଏବଂ ଅବଶିଷ୍ଟ ଢେଙ୍କାନାଳ, କନ୍ଧମାଳ, କେନ୍ଦୁଝର, ମୟୁରଭଞ୍ଜ ଓ ଯାଜପୁର ଜଣେ ଜଣେ ଥିଲେ । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୪୩୮ ରେ ପହଂଚିଛି । ତା ସହିତ ୭ ଜଣ ମୃତ୍ୟୁବରଣ କରିଛନ୍ତି ।

ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପଢିବା ପାଇଁ ତଳେ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ, ଏହି ପୋଷ୍ଟକୁ ଅଧିକ ଅଧିକ ସେୟାର କରନ୍ତୁ ।

About admin

Blog sharing Information & Tips about Travelling Tips, Health Tips, Daily Living Life, Life Style, Trends and more to help people to Enjoy the beautiful Life.

View all posts by admin →

Leave a Reply

Your email address will not be published. Required fields are marked *