ଛୋଟବେଳେ ଯେତେବେଳେ ଆମ ପେଟ ଭିତରକୁ କେଉଁ ଫଳର ମଞ୍ଜି ଚାଲିଯାଏ ତ ଆମକୁ ବହୁତ ଲୋକ ଏହା କହିକି ଡରାନ୍ତି କି ଆମ ପେଟରେ ଗଛ ଉଠିଯିବ। ଏହା ଶୁଣିକି ଛୋଟ ପିଲା ମାନଙ୍କୁ ଡର ବି ଲାଗୁଥିଲା। ଏହି କଥା ହୁଏତ ଅନ୍ଧ ବିଶ୍ୱାସ ଭଳି ଲାଗୁଥାଇ ପାରେ ମାତ୍ର ଏହି କଥା କୁ ଜଣେ ବ୍ୟକ୍ତି ସତ୍ୟ କରିକି ଦେଖେଇଛନ୍ତି। ମାତ୍ର ତାଙ୍କର ଏହି କାର୍ଯ୍ୟକଳାପ ତାଙ୍କୁ ଏତେ ଚିନ୍ତାରେ ପକେଇ ଦେଇଛି କି ତାଙ୍କୁ ଏବେ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡିଛି।
ଆମେରିକାର ନେବ୍ରାସ୍କା ସହରର ଜଣେ ୩୦ ବର୍ଷର ବ୍ୟକ୍ତି ମଶ୍ରୁମ ଭିତରୁ ତାର ରସ ବାହାର କରିକି ସିରିଞ୍ଚରେ ରଖିଲେ। ତା ପରେ ତାଙ୍କର ଏହି ରସକୁ ସେ ନିଜର ରକ୍ତ ନାଳୀ ମାନଙ୍କରେ ଇଂଜେକ୍ଟ କଲେ। ଆପଣଙ୍କୁ ବିଶ୍ୱାସ ହେଉ ବା ନ ହେଉ ମାତ୍ର କିଛି ସମୟ ପରେ ତାଙ୍କ ଶରୀର ଉପରେ ମଶ୍ରୁମ ଉଥିବାକୁ ଲାଗିଲା। ମଶ୍ରୁମ ବାହାରିବା ଯୋଗୁ ତାର ଶରୀରର ବହୁତ ସାରା ଅଙ୍ଗ କାମ କରିବା ବନ୍ଦ କରିଦେଲା। ଏହାପରେ ବହୁତ ସମୟ ପରେ ଡକ୍ଟର ତାଙ୍କୁ ବଞ୍ଚେଇ ଦେଲେ ମାତ୍ର ତାଙ୍କୁ ଏବେ ବହୁତ ବର୍ଷ ଯାଏ ଆଣ୍ଟି ଫଙ୍ଗାଲ ଔଷଧ ଖାଇବାକୁ ହେବ।
ଆମେରିକାର ଏହି ବ୍ୟକ୍ତି ଜଣକ ମାନସିକ ରୋଗୀ ଅଟେ ଆଉ ସେ ନିଜର ଡିପ୍ରେସନର ଚିକିତ୍ସା କରୁଥିବା ସମୟରେ ଡାକ୍ତର ତାଙ୍କୁ ସାଇକେଦେଲିକ ମଶ୍ରୁମ ଖାଇବା ପାଇଁ କହିଥିଲେ। ଆପଣଙ୍କୁ କହି ରଖୁଛୁ କି ମଶ୍ରୁମ ଭିତରେ ସାଇଲ ସାଇବିନ ନାମକ ଏକ ବସ୍ତୁ ଥାଏ ଯାହା ଆମ ମସ୍ତିଷ୍କକୁ ଶାନ୍ତ ରଖେ। ମାତ୍ର ଏହି ବ୍ୟକ୍ତି ଜଣକ ଭାବିଲେ କି ମଶ୍ରୁମ କାହିଁକି ଖାଇବେ ତାଙ୍କୁ ପୁରା ପୁରି ନିଜ ଶରୀରର ନାଡି ଯାଏ ପହଞ୍ଚାଇ ଦେବେ। ତ ସେ ମଶ୍ରୁମକୁ ଶିଝେଇଲେ ଆଉ ତାର ପାଣି ବାହାର କରିକି ଏକ କପଡାରେ ଛାଣିକି ସିରିଞ୍ଚରେ ରଖିକି ନିଜର ନାଦିରେ ଇଂଜେକ୍ଟ କଲେ। କିଛି ଦିନ ପରେ ତାଙ୍କୁ ଥକା ଥକା ଅନୁଭବ ହେବାକୁ ଲାଗିଲା।

ଡାକ୍ତର ମାନେ କହିଲେ କି ଏହି ବ୍ୟକ୍ତି କିଛି ସମୟ ପରେ ରକ୍ତ ବାନ୍ତି କରିବାକୁ ଲାଗିଲା ଆଉ ବହୁତ ଥକା ଅନୁଭବ କଲା। ଡକ୍ଟର ମାନେ ତାଙ୍କର ଯାଞ୍ଚ କରିବା ପରେ କହିଲେ କି ଯେଉଁ ସାଇକେଡେଲିକ ମଶ୍ରୁମ ତାଙ୍କୁ ଖାଇବାକୁ କହିଥିଲେ ତାର ବୀଜ ଏହାର ନାଡି ମାନଙ୍କରେ ମଶ୍ରୁମ ସୃଷ୍ଟି କରିବାକୁ ଲାଗିଥିଲା। ଏହି ମଶ୍ରୁମ ତାର ରକ୍ତରେ ଜନ୍ମ ନେବାକୁ ଲାଗିଥିଲା ଆଉ ତାହା ତାଙ୍କ ଲିଭରରେ ଘା କରିଦେଲା। ଏହା ଯୋଗୁ ତାର ବହୁତ ଅଙ୍ଗ କାମ କରିବା ବନ୍ଦ କରି ଦେଇଥିଲା।
ଡକ୍ଟର ତାଙ୍କର ଚିକିତ୍ସା ପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କଲେ ଆଉ ତାର ଶରୀରରୁ ସମସ୍ତ ରକ୍ତ ବାହାର କରାଗଲା। ରକ୍ତରୁ ଟାକ୍ସିନ ବାହାର କରିବା ପରେ ତାଙ୍କୁ ଏବେ ସୁସ୍ଥ ବୋଲି କୁହା ଯାଉଛି। ତାଙ୍କୁ ହୁଏତ ଏବେ ଘରକୁ ଯିବା ପାଇଁ ଅନୁମତି ଦିଆ ଯାଇଛି ମାତ୍ର ତାଙ୍କୁ ଏବେ ବହୁତ ଦିନ ଯାଏ ଆଣ୍ଟି ଫଙ୍ଗାଲ ଆଉ ଆଣ୍ଟି ବୟୋଟିକ ଔଷଧ ସେବନ କରିବାକୁ ହେବ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।