ରାଜସ୍ଥାନର ଏମିତି ଏକ ମନ୍ଦିର ଯେଉଁଠି ଏକ ବାଇକକୁ କରାଯାଉଛି ପୂଜା, ଜାଣନ୍ତୁ କଣ ରହିଛି ଏହା ପଛରେ କାରଣ, ଦେଖନ୍ତୁ ଭିଡ଼ିଓ

ଆପଣ ମଣିଷଙ୍କୁ ଭଗବାନଙ୍କ ପୂଜା କରୁଥିବାର ଦେଖିଥିବେ କଣ ଆପଣ ଜାଣନ୍ତି ଯୋଧ୍ୟପୁରର ଏକ ମନ୍ଦିରରେ ଏକ ବାଇକର ପୂଜା କରାଯାଏ। ଏଠାରେ ଏକ ୩୫୦ ସିସି ରୟାଲ ଇନଫିଲ୍ଡ ବୁଲେଟ ବାଇକ ଅଛି ଯାହାକୁ ଏଠିକି ଆସୁଥିବା ଭକ୍ତ ଭଗବାନଙ୍କ ପରି ପୂଜା କରିଥାନ୍ତି। ଆଜି ଆମେ ଏହି ମନ୍ଦିର ବିଷୟରେ ଜାଣିବା ଯାହାକୁ ବୁଲେଟ ବାବା ମନ୍ଦିର ନାମରେ ଜଣାଯାଇଥାଏ।

Story Of Om Banna Temple In Rajasthan Also Known As Bullet Baba Mandir  Where People Worship Royal Enfield Bullet 350
Google

ଏହି ମନ୍ଦିର ରାଜସ୍ଥାନର ଏନଏଚ-୬୨ ସ୍ଥିତ ଯୋଧ୍ୟପୁର-ପାଲି ହାଇୱେ ପାଖରେ ଛୋଟୀଲା ଗ୍ରାମ ପାଖରେ ଅଛି। ଏହି ମନ୍ଦିର କିପରି ସ୍ଥାପିତ ହେଲା ଏହା ପଛରେ ଏକ ରୋମାଞ୍ଚକର କାହାଣୀ ଅଛି। ଆଜିଠୁ ପ୍ରାୟ ୩୦ ବର୍ଷ ପୂର୍ବେ ଓମ ସିଂହ ରାଠୋର ନାମକ ଜଣେ ବ୍ୟକ୍ତି ଏହି ବାଇକରେ ନିଜ ଗ୍ରାମ ଛୋଟୀଲା ଯାଉଥିଲେ। ଅଚାନକ ବାଇକରେ ସନ୍ତୁଳନ ନରଖିପାରିବା ଦ୍ଵାରା ସେ ଏକ ଗଛରେ ପିଟି ହୋଇଗଲେ ଓ ଘଟଣା ସ୍ଥଳରେ ହିଁ ଓମ ସିଂହଙ୍କର ମୃତ୍ୟୁ ହୋଇଗଲା। ଏହା ପରେ ପୋଲିସ ସେହି ବାଇକକୁ ଜବତ କରି ଥାନା ନେଇଗଲା କିନ୍ତୁ ଆଶ୍ଚର୍ଯ୍ୟକର କଥାକି ପର ଦିନ ସେହି ବାଇକ ସେଠାରୁ ଗାଏବ ହୋଇଗଲା।

ଯେବେ ବାଇକକୁ ଖୋଜାଗଲା ବାଇକ ସେହି ଦୃଘଟଣା ପାଖରେ ମିଳିଲା। ଏହା ପରେ ପୋଲିସ ପୁଣି ବାଇକକୁ ଥାନା ନେଇଗଲା ଓ ବାଇକକୁ ଜଞ୍ଜିରରେ ବାନ୍ଧିଦେଲା ଓ ବାଇକରୁ ସବୁ ପେଟ୍ରୋଲ ଖାଲି କରିଦେଲା କିନ୍ତୁ ପର ଦିନ ସକାଳେ ବାଇକ ପୁଣି ଗାଏବ ଥିଲା ଓ ସେହି ଦୃଘଟଣା ପାଖରେ ଥିଲା।ପୋଲିସର ଏହିପରି ସବୁ ପ୍ରୟାସ ଅସଫଳ ରହିଲା ଓ ବାଇକ ସବୁ ଦିନ ସେହି ଦୃଘଟଣା ପାଖରେ ମିଳିଥାଏ। ଏହି ଖବର ଚାରିଆଡ଼େ ବ୍ୟାପିଗଲା। ଏହା ପରେ ସବୁ ଗ୍ରାମ ବାସୀ ମିଶି ସେହି ଦୃଘଟଣା ସ୍ଥଳରେ ସେହି ବାଇକକୁ ରଖି ଏକ ମନ୍ଦିର କରିଦେଲେ ଏହାକୁ ଓମ ବନା ମନ୍ଦିର ମଧ୍ୟ କୁହାଯାଏ। କୁହାଯାଇଛି ଏହି ବାଟ ଦେଇ ଗଲାବେଳେ ଜିଏବି ଏହାକୁ ମୁଁଣ୍ଡିଆ ମାରିଯାଏ ଓମ ବନା ତାର ଯାତ୍ରାକୁ ସଫଳ କରିଥାନ୍ତି।

ଅନ୍ୟ ପଟେ ଏହା ମଧ୍ୟ ମାନାଯାଇଛି ଯଦି ଆପଣ ଏହି ମନ୍ଦିର ନିକଟରେ ନରହି ଯାଇଥାନ୍ତି ତେବେ ଆପଣଙ୍କୁ ଦୃଘଟଣା ନିଶ୍ଚୟ ହେବ। ଏହି କାରଣ ଅଟେକି ପ୍ରତ୍ୟେକ ଦିନ ହଜାର ହଜାର ଲୋକ ଏହି ମନ୍ଦିରକୁ ଦର୍ଶନ କରିବାପାଇଁ ଆସିଥାନ୍ତି। ଗ୍ରାମବାସୀ ଏହା ମଧ୍ୟ ମାନିଛନ୍ତି ଯେ କୌଣସି ଭକ୍ତ ଏଠାରେ ସ୍ୱଚ୍ଛ ମନରେ କିଛି ମାନିଥାଏ ତେବେ ଓମ ବନା ତାର ଇଚ୍ଛା ପୁରଣ କରିଥାନ୍ତି। ଏଠାରେ ଅନେକ ଲୋକ ମଦ ମଧ୍ୟ ଚଢାଇଥାନ୍ତି କିନ୍ତୁ ଏହା କରିବା ବାଧ୍ୟତାମୂଳକ ନୁହେଁ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *