ଭାରତର ଏକମାତ୍ର ସ୍ଥାନ ଯେଉଁଠି ଏପର୍ଯ୍ୟନ୍ତ କରୋନା ଭାଇରସ ନିଜର କାୟା ଦେଖେଇବାରେ ହୋଇଛି ବିଫଳ । ଜାଣନ୍ତୁ କେଉଁଠି ସେ ଜାଗା ।

ପ୍ରଥମ ଲହରୀ ପରେ ଏବେ କୋଭିଡ-୧୯ ଭାଇରସର ଦ୍ୱିତୀୟ ଲହରୀ ଆସିଛି ଯାହା ବେସି ସଂକ୍ରମଣ କରିବା ସହ ନେଉଛି ଅନେକ ଜୀବନ। ଆମ ଭାରତ କଥା ନକହିବା ଭଲ ନିର୍ବାଚନ ଓ କୁମ୍ଭମେଳା ଦ୍ଵାରା ସଂକ୍ରମଣ ହାର ବଢିଚାଲିଛି।କଣ ଆପଣ ଜାଣିଛନ୍ତି ଏବେ ବିପର୍ଯ୍ୟନ୍ତ ଆମ ଭାରତରେ ଏକ ଏପରି ସ୍ଥାନ ଅଛି ଯେଉଁଠି ଏବେ ପର୍ଯ୍ୟନ୍ତ ଗୋଟେ ମଧ୍ୟ ଲୋକ କରୋନାରେ ସଂକ୍ରମଣ ହୋଇନାହାନ୍ତି। କହିବାକୁ ଗଲେ ଏହି ସ୍ଥାନକୁ ଛୁଇଁ ପାରିନାହିଁ ମହାମାରି କିନ୍ତୁ କେମିତି ଆସନ୍ତୁ ଜାଣିବା।

Restrictions in Andamans to prevent covid-19 spread among vulnerable tribes
Google

ଚୀନରୁ କରୋନାର ଉତ୍ପତି ଓ ଏହା ପରେ ଦେଶ ପରେ ଦେଶ ବ୍ୟାପି ଚାଲିଲା କରୋନା। ପୂର୍ଵରୁ ପଶ୍ଚିମ ଓ ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତସବୁଠି ବ୍ୟାପୁଛି କରୋନା।କିନ୍ତୁ ଭାରତରେ ଏହି ଗୋଟିଏ ସ୍ଥାନରେ କରୋନା ଆସିପାରିନାହିଁ। ଏହା ଆଣ୍ଡାମାନ ନିକୋବର ଦ୍ୱୀପ ପୁଞ୍ଜରେ ଥିବା ଏକ ସ୍ଥାନ। ଯାହାର ନାମ ହେଉଛି ନର୍ଥ ସେଣ୍ଟିନଲ ଆଇଲ୍ୟାଣ୍ଡ। ଏଠାରେ କେତେ ଲୋକ ଅଛନ୍ତି ଏହା ସଠିକ ଜଣାପଡିନାହିଁ କିନ୍ତୁ ଲୋକ ୫୦-୪୦୦ ମଧ୍ୟରେ ଥିବା ଅନୁମାନ କରାଯାଉଛି।

କିନ୍ତୁ କଣ ପାଇଁ ନର୍ଥ ସେଣ୍ଟିନଲକୁ ପହଁଚିପାରିନାହିଁ କରୋନା? କେମିତି ମହାମାରିରୁ ଦୂରରେ ଅଛନ୍ତି ଏଠାକାର ଅଧିବାସୀ? ବର୍ଷ ବର୍ଷ ହେବ ଏମାନେ ଏକାକୀ ରହୁଛନ୍ତି।ଚନ୍ଦ୍ରରେ ଘର କରିବାକୁ ଭାବୁଥିବା ଲୋକଙ୍କ ସହ ଏମାନଙ୍କର କୌଣସି ସମ୍ପର୍କ ନାହିଁ। ଏମାନେ ପ୍ରାଚୀନ ଶୈଳୀ ଜୀବନ ଅତିବାହିତ କରୁଛନ୍ତି। ସମୁଦ୍ରକୁ ମାଛଧରି ଓ ଜଙ୍ଗଲରୁ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ଏମାନେ ଜୀବନ ଅତିବାହିତ କରିଥାନ୍ତି। ବାହାରକୁ ବହୁତ ଶାନ୍ତ ଲାଗେ ଏଠାକାର ପରିବେଶ ଧଳାବାଲିର ଏହି ସ୍ଥାନ ବେଶ ସୁନ୍ଦର।

Restrictions in Andamans to prevent covid-19 spread among vulnerable tribes
Google

ହେଲେ ଆପଣ ଏଠାକୁ ଯିବାକୁ ଚେଷ୍ଟା କରିବେନି କାରଣ ଯିଏବି ଏଠାକୁ ଯାଇଛି ସେ ଆଉ ଜୀବନ ବଞ୍ଚାଇ ଫେରିନାହିଁ। କାରଣ ଏଠାରେ ରୁହନ୍ତି ସବୁଠୁ ଦୃଦାନ୍ତ ଆଦିବାସୀ। ଆଣ୍ଡାମାନର ପୋର୍ଟବ୍ଲେୟରର ଏହି ଦ୍ୱୀପ ।ପ୍ରାୟ ୬୦ କିଲୋମିଟରର ଏହି ଦୀପରେ ୩୧ କିଲୋମିଟରର ବେଳାଭୂମି ରହିଛି। ଅତୀତରେ ଅନେକ ଥର ଏମାନଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଛି କିନ୍ତୁ ବିଫଳ ହୋଇଛନ୍ତି ସମସ୍ତେ। ୧୮୬୭ରେ ପ୍ରଥମ ଥର ଜଣେ ବ୍ରିଟିସ ଲୋକ ସେଠାକୁ ଯାଇଥିଲେ। ସେହିବର୍ଷ ଏକ ଜାହାଜ ଝଡ଼ ଦ୍ଵାରା ଆସି ସସେହି ଦ୍ୱୀପ ପାଖରେ ପହଁଚିଥିଲା ଏହା ପରେ ଦ୍ୱୀପକୁ ଦେଖି ସମସ୍ତେ ଖୁସି ହୋଇଯାଇଥିଲେ କିନ୍ତୁ ଜାଣିନଥିଲେ କି ମୃତ୍ୟୁ ସହ ସେମାନଙ୍କ ସାକ୍ଷାତ ହେବାକୁ ଯାଉଛି। ସେମାନେ ଦ୍ୱୀପ ପାଖକୁ ଯିବା କ୍ଷଣି ସେମାନଙ୍କ ଉପରକୁ ଆଦିବାସୀ ମାନେ ତୀର ମାଡ଼ କରିଥିଲେ ଏହା ପରେ ବହୁ କଷ୍ଟରେ ସେମାନେ ନିଜ ଜୀବନ ବଞ୍ଚାଇଥିଲେ।

୧୯୯୧ରେ ଏହି ଆଇଲ୍ୟାଣ୍ଡ ଉପରେ ଫିଲ୍ମ କରିବାକୁ ଯାଇଥିବା ତ୍ରିଲୋକନାଥ ପଣ୍ଡିତ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ। ତାଙ୍କ ଗୋଡରେ ତୀର ବାଜିଥିଲା। ସେହିପରି ୨୦୦୬ ରେ ଦୁଇଜଣ ମାଛଧରାଳି ଭୁଲରେ ସେଠାକୁ ପଳାଇଥିଲେ ଯାହା ପରେ ଆଉ ଫେରିନଥିଲେ। ସେମାନେ ବାହାର ଦୁନିଆ ସହ କୌଣସି ସମ୍ପର୍କ ରଖିବାକୁ ଚାହାନ୍ତିନି। ଭାରତ ସରକାର ମଧ୍ୟ ଯେପରି ତାଙ୍କ ଜୀବନଶୈଳୀ ଉପରେ କୌଣସି ପ୍ରଭାବ ନପଡୁ ସେଥିପାଇଁ ଦୃଷ୍ଟି ଦେଇଛନ୍ତି। ଏହି ଆଇଲ୍ୟାଣ୍ଡକୁ ପର୍ଯ୍ୟାଟକଙ୍କୁ ଯିବା ନିଷେଧ କରାଯାଇଛି। ଏହି ଦ୍ୱୀପରୁ ୩କିଲୋମିଟର ଦୂରରେ ଭାରତୀୟ ନୌବାହିନୀ ପେଟ୍ରୋଲିଙ୍ଗ ମଧ୍ୟ କରୁଛନ୍ତି।

Restrictions in Andamans to prevent covid-19 spread among vulnerable tribes
Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *