ରାସ୍ତା କଡରେ ଓ ଗଳିରେ ଭିକାରୀ ମାନଙ୍କୁ ଦେଖି ସଭିଏଁ ମୁହଁ ମୋଡି ଚାଲିଯାଆନ୍ତି। ହେଲେ ଆଜି ଆମେ ଆପଣଙ୍କୁ ଏପରି ଏକ ମହାନ ଲୋକଙ୍କ ବିଷୟରେ କହିବୁ ଯିଏ ବହୁତ ଭିକାରୀଙ୍କ ଜୀବନ ସୁଧାରିଛନ୍ତି। ତାମିଲନାଡୁର ତିରୁଚିଲାପଲ୍ଲୀ ଜିଲ୍ଲାର ମୁସିରିର ଇଂଜିନିୟରିଂ ପଢ଼ିଛନ୍ତି ଓ ସଂସ୍ଥାନର ଶ୍ରେଷ୍ଠ ଛାତ୍ର ଅଟନ୍ତି। ହେଲେ ସେ ୬ ବର୍ଷ ହେବ କେବଳ ଭିକାରୀ ମାନଙ୍କ ଜୀବନ ସୁଧାରିବାରେ ଲାଗିଛନ୍ତି।

ସ୍ଥାପିତ କଲେ ଅତଚୟମ ଟ୍ରଷ୍ଟ:
ନବୀନ ତିନି ଲୋକଙ୍କ ସହ ୨୦୧୪ ରେ ଅଣସରକାରୀ ସଙ୍ଗଠନ”ଅଚତୟମ ଟ୍ରଷ୍ଟର ସ୍ଥାପନା କରିଥିଲେ। “ତାଙ୍କର ଏହି ଟ୍ରଷ୍ଟ ତାମିଲନାଡୁର ୧୮ ଟି ଜିଲ୍ଲାରେ ପହଞ୍ଚି ଗଲାଣି।୪୩୦୦ ଭିକାରୀଙ୍କ କାଉନ୍ସିଲିଂ କରିବା ସହିତ ୪୨୪ ଜଣଙ୍କୁ ନୂଆ ଜୀବନ ଦେଇ ତାଙ୍କର ପୁନର୍ବାସ କରିଛନ୍ତି। ନବୀନଙ୍କ କାର୍ଯ୍ୟରେ ଏବେ ୪୦୦ ରୁ ଅଧିକ ସୋୟଂ ସେବକ ସଙ୍ଘ ଜଡ଼ିତ ହୋଇଛନ୍ତି।
୨୦୧୯ ରେ ମୁଖ୍ୟମନ୍ତ୍ରୀ ରାଜ୍ୟ ଯୁବା ପୁରସ୍କାର ପାଇଁ ନବୀନଙ୍କୁ ବଛା ଯାଇଥିଲା। ନିଜ କାମ ପାଇଁ ୪୦ ରୁ ଅଧିକ ପୁରସ୍କାର ପ୍ରାପ୍ତ କରିଥିବା ନବୀନ କୁହନ୍ତି କି କେତେଥର ନିଜର ଭଲ ଜୀବନ ପାଇଁ ନୁହେଁ ବରଂ ଏକ ସମ୍ମାନିତ ମୃତ୍ୟୁ ପାଇଁ ମଧ୍ୟ ଲୋକ ୟାଙ୍କ କଥା ମାନି ଭିକ୍ଷାବୃତ୍ତି ଛାଡି ଦିଅନ୍ତି।
କହିଲେ ଏକ କାହାଣୀ:
ଏମିତି ଏକ ଘଟଣା କହିଲେ ଯେ ଏକ ଭିକାରୀର ପୁନର୍ବାସ କରି ତାକୁ ଆଶ୍ରମରେ ପହଞ୍ଚାଗଲା। ସେ କିଛିଦିନ ଆଶ୍ରମରେ ରହିଲା ମାତ୍ର ପୁଣି ସେ ଭିକ୍ଷା କରିବାକୁ ଚାଲିଗଲା। ହେଲେ ୧ ବର୍ଷ ପରେ ଯେବେ ନବୀନ ତାଙ୍କ ସହ ଭେଟିଲେ ତ ସେ ବୁଦ୍ଧାଶ୍ରମ ଯିବାକୁ ରାଜି ହୋଇଗଲେ।

ପଚାରିବାରୁ କହିଲେ କି ତାର ଏକ ଭିକାରୀ ସାଙ୍ଗ ରୋଗରେ ରାସ୍ତା କଡରେ ପଡି ମରିଗଲା ଓ ତାର ଶବକୁ ନେବାକୁ କେହି ନ ଥିଲେ। ସେ ନିଜେ ଏହି ପ୍ରକାରର ମୃତ୍ୟୁ ଚାହୁଁ ନଥିଲା। ତ ସେ ରାଜି ହେଇଗଲା।
ଲୋକଙ୍କ ଦୁଃଖକୁ ଦେଖିପାରୁ ନଥିଲେ:
ନବୀନ କହିଲେ କି “ଯେବେ ଏହି କାମ ମୁଁ ଆରମ୍ଭ କଲି ସେତେବେଳେ ମୁଁ ଇଂଜିନିୟରିଂ କରୁଥିଲି। ମୋ ପାଖରେ ରାତିରେ ଖାଇବା ପର୍ଯ୍ୟନ୍ତ ମାତ୍ର ୧୦ ଟଙ୍କା ହିଁ ଥାଏ। ମୁଁ ଖାଦ୍ୟ ଖାଇବା ପାଇଁ ସଡକ ପାଖରେ ଏକ ଇଷ୍ଟର୍ଲ ଦେଖିଲି।ସେହି ସମୟରେ ମୋର ଭିକାରୀ ମାନଙ୍କ ସହ ମଧ୍ୟ ଦେଖା ହେଇଯାଉଥିଲା। କେତେଥର ସେ ମୋତେ ପଇସା ମାଗନ୍ତି ମୁଁ ତାଙ୍କୁ ଖାଇବାକୁ ଦିଏ ଓ ନିଜେ ଓପାସ ଶୋଇଯାଏ।”

ପ୍ରଫେସର ନିଜ ସାଙ୍ଗ ସହ ମିଶି ଆଚାର୍ଯ୍ୟମ ସ୍ଥାପନା କଲେ ଓ ନିଜର ବେତନ ,ଛୋଟ ଦାନ ଓ ଟ୍ରଷ୍ଟ ମାଧ୍ୟମରେ ୧୮ ଜିଲ୍ଲାରେ ୪୦୦ ସ୍ୱଂୟ ସେବକଙ୍କ ଏକ ଟିମ ସହ ୫୭୨ ଭିକାରୀଙ୍କୁ ପୁଣିସ୍ଥାପନା କଲେ। ସେ ତାଙ୍କ ଦୁଃଖକୁ ଦେଖିପାରୁ ନଥିଲେ,ସେଥିପାଇଁ ସେ ଏପରି କରୁଛନ୍ତି। ସେ ଚାହୁଁଥିଲେ କି ଏହି ଭିକାରୀ ମାନଙ୍କ ପାଇଁ କିଛି କରନ୍ତୁ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।