ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଦାଢ଼ି କାଟିବାକୁ ୧୦୦ ଟଙ୍କା ପଠାଇଲେ ଚାହା ବିକାଳୀ, ଚାରିଆଡେ ଭାଇରଲ

ଏବେ କରୋନା ହୁ ହୁ ହୋଇ ବଢୁଛି। ଦେଶରେ ପ୍ରାୟତଃ କେତେକ ଜାଗାରେ ଲକଡାଉନ ଚାଲୁଛି। ଏହି ସମୟରେ ଜଣେ ମହାରାଷ୍ଟ୍ରର ଚାହା ବିକାଳୀ ମୋଦିଙ୍କୁ ଦାଢ଼ି କାଟିବା ପାଇଁ ୧୦୦ ଟଙ୍କା ପଠାଇଛନ୍ତି ବୋଲି ତଥ୍ୟରୁ ଜଣା ଯାଇଛି। କହିରଖିବୁ ଏହି ଚା ବିକାଳୀଙ୍କ ନାମ ଅନୀଲ ମୋର ଅଟେ ବୋଲି ଜଣା ଯାଇଛି। ସେ କହିଛନ୍ତି ମୋଦି ଦାଢ଼ି ବଢ଼ାଇବା ଅପେକ୍ଷା ଦେଶରେ ଇନକମର ସୁଯୋଗ ତଥା ଭାକ୍ସିନେସନ ସୁବିଧାକୁ ବଢ଼ାଇବା ଦରକାର।

Google

ଶେଷରେ ସେ ଏହା ବି କହୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ମୋ ମନରେ ବହୁତ ସମ୍ମାନ ରହିଛି। ମୋର ସଞ୍ଚୟ କରିଥିବା ଟଙ୍କାରୁ ୧୦୦ ଟଙ୍କା ସେଣ୍ଡ କରୁଛି ଯାହା ଫଳରେ ସେ ଦାଢ଼ି କାଟିପାରିବେ। ସେ ଦେଶର ଅଗ୍ରଣୀ ନେତା ଅଟନ୍ତି ତାଙ୍କୁ କୌଣସି ପ୍ରକାର ଆଘାତ ଦେବା ମୋର ମକସଦ ନୁହେଁ। ଏହି କରୋନା ଭାଇରସ ଯୋଗୁ ଦେଶରେ ଗରିବିର ମାତ୍ରା ବଢିଛି। ଏହା ପ୍ରତି ସେ ଧ୍ୟାନ ଦେବା ଆବଶ୍ୟକ।

ସମସ୍ତ ଦେଶବାସୀଙ୍କୁ ମାଗଣାରେ ଟିକା ଦେବାକୁ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ୧୮ ବର୍ଷରୁ ଅଧିକ ସମସ୍ତଙ୍କୁ ମାଗଣାରେ ଟିକା ଦେବାକୁ ଘୋଷଣା କରାଯାଇଛି । ଏନେଇ ରାଜ୍ୟ ସରକାରଙ୍କୁ ମାଗଣାରେ ଟିକା ଯୋଗାଇବ କେନ୍ଦ୍ର । ଜୁନ୍ ୨୧ ସୋମବାର ଠାରୁ ସମସ୍ତଙ୍କୁ ମାଗଣାରେ ଟିକା ଦେବ କେନ୍ଦ୍ର। ଉତ୍ପାଦିତ ଟିକାର ୭୫% ରାଜ୍ୟମାନଙ୍କୁ ଯୋଗାଇବ କେନ୍ଦ୍ର। ଯେଉଁମାନେ ଚାହିଁବେ ଟଙ୍କା ଦେଇ ଟିକା ନେଇପାରିବେ। ଟଙ୍କା ଦେଇ ଘରୋଇ ହସ୍ପିଟାଲରୁ ଟିକା ଲୋକେ ନେଇପାରିବେ। ଘରୋଇ ହସ୍ପିଟାଲ ୧୫୦ ଟଙ୍କା ସର୍ଭିସ ଚାର୍ଜ ନେଇ ଟିକା ଦେବେ ବୋଲି ମୋଦି କହିଛନ୍ତି।

Google

ମାଗଣା ଟିକା ସହ ମାଗଣା ରାସନ ବି ଘୋଷଣା କଲେ ମୋଦି। କରୋନାରେ ଜୀବିକା ବିପନ୍ନ ହୋଇ ପଡ଼ିଥିବାରୁ ମାଗଣା ରାର୍ସନ ଘୋଷଣା ହୋଇଥିବା କଥା  କହିଛନ୍ତି ମୋଦି। ସୂଚନା ଅନୁସାରେ, ଆସନ୍ତା ନଭେମ୍ବର ମାସ ପର୍ଯ୍ୟନ୍ତ ମାଗଣା ରାସନ ଦିଆଯବା ନେଇ ମୋଦି ଘୋଷଣା କରିଛନ୍ତି। ଏହି ମାଗଣା ରାସନ ଦେଶର ୮୦ କୋଟି ଲୋକ ପାଇବେ ବୋଲି ସୂଚନା ମିଳିଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *