ନିଜର ୧୨ ଟି ବଡ ଜମି ପିଏମ ମୋଦିଙ୍କ ନାମରେ କରେଇବା ପାଇଁ ତହସିଲ ପହଁଞ୍ଚିଲେ ମହିଳା, କହିଲେ ଏହି ବଡ଼ କାରଣ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମରେ ନିଜ ଜମି କରିବାକୁ ଇଚ୍ଛା ରଖିଥିବା ବୟସ୍କ ମହିଳାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି। ଭିଡ଼ିଓରେ ବୟସ୍କ ମହିଳାଙ୍କୁ ଏହା କହୁଥିବାର ଦେଖାଯାଉଛି କି ସେ ଭଲ କାମ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାଙ୍କର ୧୨ ବିଘା ଜମି ଦେବେ।

Video: बहू-बेटे से नाराज 85 साल की महिला की जिद- PM मोदी के नाम करेंगी साढ़े 12 बीघा जमीन
Google

ଖବର ଅନୁସାରେ,୮୫ ବର୍ଷୀୟ ମହିଳାଙ୍କ ନାମ ବିଟନ ଦେବୀ ଅଟେ ଓ ସେ ମେନପୁରୀ, ଉତ୍ତରପ୍ରଦେଶର ବାସିନ୍ଦା ଅଟନ୍ତି। ବିଟନ ଦେବୀ ଆଜି ମେନପୁରୀ ତହସିଲର ମୁଖ୍ୟ ଅଧିକାରୀ କୃଷ୍ଣ ପ୍ରତାପ ସିଂହଙ୍କ ଅଫିସରେ ପହଞ୍ଚି ଥିଲେ।ସମସ୍ତଙ୍କୁ ଚକିତ କରି ବିଟନ ଦେବୀ କହିଲେ କି ସେ ନିଜର ସମସ୍ତ ସମ୍ପତ୍ତି ଗୁଡିକୁ ପିଏମ ମୋଦିଙ୍କୁ ଦେବାକୁ ଇଛା ପ୍ରକାଶ କରିଛନ୍ତି। ବିଟନ ଦେବୀଙ୍କ ସ୍ୱାମୀଙ୍କ ମୃତ୍ୟୁ ହୋଇଗଲା ଓ ଏବେ ସେ ନିଜ ପୁଅ ଓ ବୋହୂଙ୍କ ଉପରେ ନିର୍ଭର ଅଟନ୍ତି, ଯିଏ ତାଙ୍କର ଦେଖାଶୁଣା କରନ୍ତି ନାହିଁ। ସେ ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା ପେନସନରେ ଜୀବିତ ଅଛନ୍ତି।

ଭିଡିଓ ରେକର୍ଡ କରୁଥିବା ବ୍ୟକ୍ତିଙ୍କ ସହ କଥା ହେଉଥିବା ବେଳେ ବିଟନ ଦେବୀ କହିଲେ କି ପିଏମ ମୋଦି ତାଙ୍କୁ ପେନସନ ଦେଉଛନ୍ତି ଯେବେକି ତାଙ୍କ ନିଜ ପୁଅ ତାଙ୍କୁ ମାରନ୍ତି। ଯେତେବେଳେ ତାଙ୍କୁ ପଚରାଗଲା କି ପିଏମ ମୋଦି ତାଙ୍କ ପାଇଁ କଣ କରିଛନ୍ତି, ସେତେବେଳେ ସେ ଜବାବ ଦେଲେ,”ମୋଦି ପଇସା ଦିଅନ୍ତି। ସେ ମତେ ୨୦୦୦ ଟଙ୍କାର ପେନସନ ଦିଅନ୍ତି। ଏଥିପାଇଁ ମୁଁ ନିଜର ୧୨ବିଘା ଜମି ମୋଦିଙ୍କୁ ଦେବି।”

ନିଜ ଦୁଃଖକୁ ଜଣାଇ କରି ବିଟନ ଦେବୀ କହିଲେ କି ତାଙ୍କର ତିନି ପୁଅ,ସାତ ନାତି ଓ ତିନି ନାତୁଣୀ ଅଛନ୍ତି,ତଥାପି ତାଙ୍କ ପାଇଁ କେହି ନଥିଲେ। ସେ କହିଲେ କି ସେ ୧୦୦ ବର୍ଷରୁ ଅଧିକ ଅଟନ୍ତି, କିନ୍ତୁ ସେ ଏବେବି ଜୀବିତ ଅଛନ୍ତି ଓ ଏହା ଠାରୁ ଭଲ ହୋଇଥାନ୍ତା କି ସେ ମରିଯାଇଥାନ୍ତେ । ଯଦିଓ ମହିଳା କହିଲେ କି ସେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ବହୁତ ଖୁସି ଅଛନ୍ତି।

ମୋଦି ସରକାରଙ୍କ ଯୋଜନା ଗୁଡ଼ିକର ପ୍ରଶଂସା କରୁଥିବା ମହିଳାଙ୍କର ଭିଡିଓ ଭାଇରଲ:

ବିହାରର ଏକ ମହିଳାଙ୍କ ଭିଡିଓ ଗତ ମାସରେ ଭାଇରଲ ହୋଇଥିଲା,ଯେଉଁଥିରେ ସେ ମୋଦି ସରକାରଙ୍କ ଦ୍ଵାରା ପ୍ରଦାନ କରାଯାଇଥିବା ଯୋଜନା ଗୁଡିକ ବିଷୟରେ କଥା ହେଉଥିଲେ। ରିପୋର୍ଟରଙ୍କର ଦ୍ୱାରା ମହିଳାଙ୍କୁ ପଚରା ଯାଇଥିଲା କି ଏନଡିଏ ପାଇଁ କଣ କହିବେ ତା ପରେ ସେ କେତେକ ଯୋଜନା ଗୁଡିକୁ ଗଣିଲେ ଯେଉଁଥିରେ ତାଙ୍କୁ ଫାଇଦା ହୋଇଛି। ପିଏମ ମୋଦି ଏକ ଭାଷଣରେ ମହିଳାଙ୍କ ନାମ ଉଲ୍ଲେଖ କରିଥିଲେ,ଯାହା କି ସେ ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଛପରା,ବିହାରରେ ଦେଇଥିଲେ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *