ଭାରତ ଆଉ ଅଷ୍ଟ୍ରେଲିଆ ଭିତରେ ଖେଳା ଯାଉଥିବା ତୃତୀୟ ଟେଷ୍ଟ ମ୍ୟାଚ ଯାହା କି ସିଡ୍ନୀ କ୍ରିକେଟ ଗ୍ରାଉଣ୍ଡରେ ଖେଳା ଯାଉଛି ତାହା ଭିତରେ ୱିକେଟ କିପର ଋଷଭ ପନ୍ତ ମାତ୍ର ୧୦ମିନିଟ ଭିତଟେ ବିଲ ପୁକୋବ୍ସକିଙ୍କର ଦୁଇଟି କ୍ୟାଚ ଡ୍ରପ କଲେ। ପନ୍ତଙ୍କର ଏହି ଖରାପ ଫିଲ୍ଡିଂ ତଥା କ୍ୟାଚ ଡ୍ରପକୁ ନେଇକି ସୋସିଆଲ ମିଡିଆରେ ତାଙ୍କର ସମାଲୋଚନା ହେଉଛି। ମାତ୍ର ତାଙ୍କର ସମାଲୋଚନାକୁ ନେଇକି ଆକାଶ ଚୋପ୍ରା ବିଲକୁଲ ବି ଖୁସି ନାହାନ୍ତି। ସେ ସମାଲୋଚକ ମାନଙ୍କର ଜମିକି କ୍ଳାସ ନେଇଛନ୍ତି।

ନିଜର ପ୍ରଥମ ମ୍ୟାଚ ଖେଳୁଥିବା ବିଲ ପୁକୋବ୍ସକି ପନ୍ତଙ୍କ ଦ୍ଵାରା ମିଳିଥିବା ଦୁଇଟି ଜୀବନ ଦାନର ଅବସର ଉଠେଇ ୬୨ରନର ଇନିଂସ ଖେଳିଲେ। ତାଙ୍କର କ୍ୟାଚ ୨୬ରନରେ ଆଉ ୩୨ରନରେ ଡ୍ରପ ହେଇଥିଲା। ଦୁଇ ଥର ଯାକ ପନ୍ତ ତାଙ୍କର ସହଜ କ୍ୟାଚ ଛାଡିଲେ। ଏହା ବ୍ୟତୀତ ସେ ଥରେ ରନ ଆଉଟ ହେବାରୁ ବି ବଂଚିଗଲେ।
ଋଷଭ ପନ୍ତ ପ୍ରଥମେ ରବି ଅଶ୍ୱିନ ଆଉ ତା ପରେ ମହମ୍ମଦ ସିରାଜଙ୍କର ବୋଲିଂରେ ପୁକୋବ୍ସକିଙ୍କର ଦୁଇଟି କ୍ୟାଚ ଡ୍ରପ କଲେ। ୱିକେଟ କିପିଙ୍ଗରେ ଏପ୍ରକାର ଦାୟିତ୍ତ୍ୱହୀନ କାମ ଦ୍ୱାରା ଭାରତୀୟ ଫ୍ୟାନ ମାନେ ବିଲକୁଲ ବି ଖୁସିରେ ନାହାନ୍ତି। ସେମାନେ ପନ୍ତଙ୍କର ଏହି କାମ ପାଇଁ ତାଙ୍କୁ ସୋସିଆଲ ମିଡିଆରେ ଜମିକି ତ୍ରୋଲ କରିଛନ୍ତି। ଏହା ପରେ କମେଣ୍ଟେଟର ଆକାଶ ଚୋପ୍ରା ଭଡକୀ ଗଲେ।
ଅକାଶ ଚୋପ୍ରା ସୋସିଆଲ ମିଡିଆରେ ଋଷଭ ପନ୍ତଙ୍କର ସମାଲୋଚନା କରୁଥିବା ବ୍ୟକ୍ତି ମାନଙ୍କୁ ଜବାବ ଦେଇକି ଟ୍ୱିଟରରେ ଲେଖିଲେ , ” ଯେତେବେଳେ ପନ୍ତ କ୍ୟାଚ ଡ୍ରପ କରୁଛନ୍ତି ତ ଭାରତୀୟ ଫ୍ୟାନ ମାନେ କହୁଛନ୍ତି କି ସାହା ଜଣେ ବେସି ଭଲ ୱିକେଟ କିପର। ଯେତେବେଳେ ବ୍ୟାଟିଂ କରୁଥିବା ସମୟରେ ସାହା ଜଲଦି ଆଉଟ ହେଇ ଯାଉଛନ୍ତି ତ ସେହି ଲୋକମାନେ କହୁଛନ୍ତି କି ପନ୍ତ ଜଣେ ବେସି ଭଲ ବ୍ୟାଟ୍ସମ୍ୟାନ। ଏହା ବାସ ଗୋଟେ ଧାରଣା ବନା ଯାଇଛି କି ପନ୍ତ ୱିକେଟ କିପିଂ କରି ପାରିବେନି ଆଉ ସାହା ବ୍ୟାଟିଂ କରି ପାରିବେନି।
Indian cricket fans on Social Media
Every time Pant drops a catch—Told you…Saha is a better keeper.
Every time Saha gets out—Told you…Pant is better batsman.
It’s incredible how the perception is made that Pant can’t keep and Saha can’t bat. ?♂️?♂️
— Aakash Chopra (@cricketaakash) January 7, 2021
ଆପଣଙ୍କୁ କହି ରଖୁଛୁ କି ଦିନରେ ବର୍ଷା ଅଧିକ ହେବା ଦ୍ୱାରା ଖେଳକୁ ଯେତେ ଆଗକୁ ନେଇ ମଧ୍ୟ ଖେଳ ପୁରା କରା ଯାଇ ପାରିଲା ନାହିଁ। ଆଉ ପ୍ରାୟ ୫୫ଓଭର ଯାଏ ହିଁ ଖେଳ ହେଇପାରିଲା। ଆହତ ଅବସ୍ଥାରୁ ଫେରୁଥିବା ଡେଭିଡ଼ ୱାରର୍ଣ୍ଣର ଚତୁର୍ଥ ଓଭରରେ ହି ମହମ୍ମଦ ସିରାଜଙ୍କର ଶିକାର ହେଇ ଗଲେ। ଏହାପରେ ପୁକୋବ୍ସକି ଆଉ ଲବୁଶେନ ଙ୍କ ଭିତରେ ୧୦୦ରନର ପାର୍ଟନରସିପ ହେଲା। ପୁକୋବ୍ସକି ଡେବ୍ୟୁଟାଣ୍ଟ ନବଦୀପ ଷୈନିଙ୍କ ବଲରେ ଏଲବିଡବ୍ଲୁ ହେଲା ଆଉ ତା ଆଗରୁ ସେ ପ୍ରାୟ ୧୧୦ବଲ ଖେଳିକି ୪ଟି ଚୌକା ମାରିଥିଲେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।