ସଫଳ ମଡ଼ଲିଙ୍ଗ କ୍ୟାରିୟର ପରେ ଦୀପିକା ପାଦୁକୋନ ବର୍ଷ ୨୦୦୬ରେ କନ୍ନଡ଼ ଚଳଚ୍ଚିତ୍ର ଐଶ୍ୱର୍ଯ୍ୟାରୁ ଚଳଚ୍ଚିତ୍ର ଦୁନିଆରେ ପାଦ ରଖିଥିଲେ। ବର୍ଷ ୨୦୦୭ରେ ସେ ଫରାହ ଖାନଙ୍କ ‘ଓଁ ଶାନ୍ତି ଓଁ’ ରୁ ସଫଳତା ପୂର୍ବକ ବଲିଉଡରେ ପଦାର୍ପଣ କରିବାର ନଜର ଆସିଥିଲେ।
ପାଖାପାଖି ୧୧ ବର୍ଷ ପୂର୍ବେ ଦୀପିକା ପାଦୁକୋନଙ୍କୁ ମିଷ୍ଟର ପେରଫେକ୍ସ ନିଷ୍ଟ ଅଥବା ଅମରି ଖାନଙ୍କ ଠାରୁ ହାର ସହିବାକୁ ପଡିଥିଲା। ନା,ନା,ଏହି ଯୁଦ୍ଧ ବକ୍ସ ଅଫିସ କିମ୍ବା ବାକଯୁଦ୍ଧ ନୁହେଁ,ଵଂର ଏକ ରାଷ୍ଟ୍ରୀୟ ବ୍ୟାଡ଼ମିଣ୍ଟନ ସମୟରେ ହୋଇଥିଲା। ଜୁଲାଇ ୨୦୦୯ରେ ମୁମ୍ବାଇର କ୍ରିକେଟ କ୍ଲବ ଅଫ ଇଣ୍ଡିଆ(ସିସିଆଇ)ରେ ଟାଟା ଓପନ ସର୍ବ ଭାରତୀୟ ବ୍ୟାଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଖେଳା ଯାଇଥିଲା। ସେଥିରେ ଦୀପିକା ପାଦୁକୋନ ଓ ଅମୀର ଖାନ ଭାଗ ନେଇଥିଲେ।
୫ ଜାନୁଆରୀ ୧୯୮୬ରେ ଡେନମାର୍କର କୋପେନ ହେଗନରେ ଜନ୍ମିତ ଦୀପିକା ପାଦୁକୋନ ସେହି ଟୁର୍ଣ୍ଣାମେଣ୍ଟରେ ମିକ୍ସ ଡବଲସ୍ ବର୍ଗରେ ପାର୍ଟିସିପେଟ କରିଥିଲେ । ବ୍ୟାଡ଼ମିଣ୍ଟନ କୋର୍ଟରେ ଦୀପିକା ପାଦୁକୋନଙ୍କ ସାଥି ତାଙ୍କ ପିତା ପ୍ରକାଶ ପାଦୁକୋନ ଥିଲେ। ପ୍ରକାଶ ପାଦୁକୋନ ୧୯୮୦ରେ ବିଶ୍ୱ ବ୍ୟାଡ଼ମିଣ୍ଟନ ପାହ୍ୟାରେ ପ୍ରଥମ ସ୍ଥାନରେ ଥିଲେ। ସେ ସର୍ବଇଂଲଣ୍ଡ ଓପନ ବ୍ୟାଡ଼ମିଣ୍ଟନ ଚମ୍ପିୟାନଶିପ ଜିତିଥିବା ପ୍ରଥମ ଭାରତୀୟ ଅଟନ୍ତି। ସେହିପରି ଅମୀର ଖାନଙ୍କ ସାଥି ୧୯୯୮ କମନ ୱେଲଥ ଗେମ୍ସର ରଜତ ପଦକ ବିଜେତା ଅର୍ପଣା ପୋପଟ ଥିଲେ। ଅର୍ପଣା ପୋପଟ ରେକର୍ଡ ୯ ଥର ଜାତୀୟ ଚମ୍ପିୟାନ ରହିଛନ୍ତି। ସେ ୧୯୯୭ ରୁ ୨୦୦୬ ପର୍ଯ୍ୟନ୍ତ ସମସ୍ତ ବରିଷ୍ଠ ଜାତୀୟ ଚମ୍ପିୟାନଶିପ ନିଜ ନାମରେ କରିଥିଲେ।
ଦୀପିକା-ପ୍ରକାଶ ଓ ଅମୀର- ଅର୍ପଣାଙ୍କରଏହି ମ୍ୟାଚ ଏକ ପ୍ରଦର୍ଶନୀ ମୁକାବିଲା ଥିଲା ଓ ଟୁର୍ଣ୍ଣାମେଣ୍ଟର ଫାଇନାଲ ପୂର୍ବରୁ ଅନୁଷ୍ଠିତ ହୋଇଥିଲା। ଦୀପିକା ଯଦିଓ ଏହି ମୁକାବିଲା ହାରିଯାଇଥିଲେ,କିନ୍ତୁ ତାଙ୍କୁ ମାତ ପାଇବାର ଟିକେ ହେଲେବି ଅଫସୋସ ନଥିଲା। ବଲିଉଡ ଅଭିନେତ୍ରୀଙ୍କ ଅନୁସାରେ ସଫଳତା ଓ ବିଫଳତା ସବୁ କ୍ରୀଡ଼ାର ଅଂଶ ଅଟେ। ଏତେ ବଡ ଦିଗଜ ଖେଳାଳିଙ୍କ ଝିଅ ଦୀପିକାଙ୍କୁ ଲାଗେକି ତାଙ୍କର ପୃଷ୍ଠଭୂମି ତାଙ୍କୁ ଚଳଚିତ୍ର ଉଦ୍ୟୋଗର ଉପର-ତଳ ସହିବା ପାଇଁ ପୁରାପୁରି ତୟାରି କରିଛି।
ମ୍ୟାଚ ପରେ ଦୀପିକା କହିଥିଲେ,’ମତେ ଜଣାଅଛି କି ସଫଳତା ଓ ବିଫଳତା ସହ କିପରି ଲଢ଼ିବାର ଅଛି। ‘ଓଁ ଶାନ୍ତି ଓଁ’ର ସଫଳତା ମତେ ପ୍ରଭାବିତ କରିନଥିଲା ଓ ନା ହିଁ ‘ଚାନ୍ଦିନୀ ଚୌକ ଟୁ ଚାଇନା’ର ବିଫଳତା। ମୁଁ ଏହାକୁ ଏକ କ୍ରୀଡ଼ାବିତ ରୂପରେ ନିଜେ ଓ ନିଜ ପିତାଙ୍କ ଠାରୁ ଶିଖିଛି।’ ଦୀପିକା କହିଥିଲେ,’ମୋର ଦୁଇବର୍ଷ ଭିତରେ ହିଁ ବଲିଉଡରେ ଭଲ ସ୍ଥାନ ହୋଇଯାଇଛି। ଏହା ଏକ ଭଲ ଅନୁଭୂତି ଅଟେ। ମୁଁ ଏବେ ବହୁତ କିଛି ଶିଖୁଅଛି।’

କହିଦେଉଛୁ କି ଦୀପିକା ପାଦୁକୋନ ଅଭିନୟ ସହ ନିଜ ବ୍ୟକ୍ତିଗତ ଜୀବନୀକୁ ନେଇ ମଧ୍ୟ ବହୁତ ଚର୍ଚ୍ଚାରେ ରହିଛନ୍ତି। ମଡେଲିଙ୍ଗରେ ସଫଳତା ହାସଲ କରିବା ପରେ ଦୀପିକା ୨୦୦୬ରେ କନ୍ନଡ଼ ଚଳଚିତ୍ର ଐଶ୍ୱର୍ଯ୍ୟାରୁ ଚଳଚ୍ଚିତ୍ର ଦୁନିଆରେ ପାଦ ରଖିଥିଲେ। ବର୍ଷ ୨୦୦୭ରେ ସେ ଫରାହ ଖାନଙ୍କ ‘ଓଁ ଶାନ୍ତି ଓଁ’ ରୁ ସଫଳତା ପୂର୍ବକ ବଲିଉଡରେ ପଦାର୍ପଣ କରିଥିଲେ। ଏହି ଫିଲ୍ମରେ ତାଙ୍କ ବିପକ୍ଷରେ ଶାହରୁଖ ଖାନ ରହିଥିଲେ। ଏହି ଫିଲ୍ମ ଭାରତ ଓ ବିଦେଶ ଦୁହିଁଟି ସ୍ଥାନରେ ସେହି ବର୍ଷର ସବୁଠୁ ବଡ଼ ହିଟ ଫିଲ୍ମ ଭାବେ ଉଭା ହୋଇଥିଲା।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।