ଅମୀର ଖାନଙ୍କ ଝିଅ ଇରା ଖାନ ଗୋଟିଏ ଭିଡ଼ିଓରେ କହିଛନ୍ତି କି ଯେତେବେଳେ ୧୪ ବର୍ଷର ଥିଲି ସେତେବେଳେ ମୋର ଯୌନ ଉତ୍ପୀଡ଼ନ କରାଯାଇଥିଲା।

ଅଭିନେତା ଅମୀର ଖାନଙ୍କ ଝିଅ ଇରା ଖାନ ଖୁଲାସା କରିଛନ୍ତି କି ଯେତେବେଳେ ସେ ନାବାଳିକା ସେତେବେଳେ ତାଙ୍କର ଏକ ବ୍ୟକ୍ତିଙ୍କ ଦ୍ୱାରା ଯୌନ ଉତ୍ପୀଡ଼ନ କରାଯାଇଥିଲା। ଏହି ଖୁଲାସା ଇରା ଖାନଙ୍କ କରିବାର ୧ ମାସ ପରେ ଆସିଛି କି ତାଙ୍କର ୪ ବର୍ଷରୁ ଅଧିକ ସମୟ ପର୍ଯ୍ୟନ୍ତ ଅବସାଦର ଚିକିତ୍ସା ଚାଲୁଛି।
ଇନଷ୍ଟାଗ୍ରାମରେ ପୋଷ୍ଟ କରାଯାଇଥିବା ୧୦ ମିନିଟର ଏକ ଭିଡିଓରେ କହିଛନ୍ତି ,”ଯେତେବେଳେ ମୁଁ ୧୪ ବର୍ଷର ଥିଲି ସେତେବେଳେ ମୋର ଯୌନ ଉତ୍ପୀଡ଼ନ ହୋଇଥିଲା। ସେ ଏହି ଅର୍ଥରେ ଅଳ୍ପ ଅଜିବ ସ୍ଥିତିରେ ଥିଲେ କି ମତେ ଜଣା ନଥିଲା କି ସେ କଣ କରୁଛି ,ଗୋଟେ ପଟେ ମୁଁ ତାକୁ ଜାଣିଥିଲି ,ସେ ସବୁବେଳେ ହେଉନଥିଲା।”
ଇରା ଖାନ ଏକ ଭିଡିଓ କ୍ଲିପରେ ରବିବାର ଦିନ କହିଛନ୍ତି ଯେ ,”ମତେ ଏହା ସବୁକୁ ବୁଝିବାରେ ପାଖାପାଖି ୧ ବର୍ଷ ଲାଗିଗଲା ,ପୁଣି ମୁଁ ତୁରନ୍ତ ମୋ ବାପା ମାଆଙ୍କୁ ଏକ ଇମେଲ ଲେଖିଲି ଏବଂ ନିଜକୁ ଏହି ସ୍ଥିତିରୁ ବାହାର କଲି।”
୨୩ ବର୍ଷର ଇରା କହିଛନ୍ତି ଯେତେବେଳେ ସେ ଏହି ସ୍ଥିତିରୁ ବାହାରକୁ ଆସିଯାଇଛନ୍ତି ,ତେବେ ତାଙ୍କୁ ଏବେ ଖରାପ ଲାଗୁନାହିଁ। ସେ କହିଛନ୍ତି ଯଦିଓ, ତାଙ୍କୁ ଏହା ଭାବିକି ରାଗ ଆସିଥିଲା ସେ କିପରି ଏହା କରିବାକୁ ଦେଲେ।

ସେ କହିଛନ୍ତି,”ମୁଁ ଡରି ନାହିଁ,ମତେ ଏପରି ଲାଗୁଥିଲା କି ତାହା ଏବେ ମୋ ସହ ହେଉନାହିଁ ଏବଂ ତାହା ଏବେ ସରିଯାଇଛି । ମୁଁ ଆଗକୁ ବଢ଼ିଗଲାଣି କିନ୍ତୁ ଏହା ଏପରି କିଛି ନଥିଲା ଯାହା ମତେ ଜୀବନସାରା ଡ଼ରେଇଛି ଏବଂ ଏହା କିଛି ବି ନାହିଁ ଯାହାଦ୍ୱାରା ମତେ ସେପରି ଅନୁଭବ ହେଇଥିଲା ଯେତେବେଳେ ମୁଁ ୧୮ ରୁ ୨୦ ବର୍ଷ ବୟସରେ ଅନୁଭବ କରୁଥିଲି।”
ଇରା ଖାନ କହିଛନ୍ତି ଏମିତିକି ତାଙ୍କ ବାପା ମାଆଙ୍କ ଛାଡପତ୍ର ବି ତାଙ୍କୁ “ଆଘାତ”ଦେଇନଥିଲେ କାହିଁକିନା ଏହା ଶାନ୍ତିପୂର୍ଣ୍ଣ ଥିଲା। ଅମୀର ଖାନ ଏବଂ ରୀନା ଦତ୍ତ ନିଜର ବିବାହର ୧୬ ବର୍ଷ ପରେ ୨୦୦୨ରେ ଅଲଗା ହୋଇଗଲେ । ଦୁଇଜଣଙ୍କର ଏକ ପୁଅ ମଧ୍ୟ ଅଛି ଯାହାର ନାମ ଜୁନୌଦ ଖାନ ଅଟେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।