ସୋସିଆଲ ମିଡିଆରେ ଏହି ସମୟରେ ବଲିଉଡ କଳାକାର ମାନଙ୍କର ଛୁଆମାନେ ମଧ୍ୟ ଚର୍ଚ୍ଚାରେ ରହିଥାନ୍ତି। ଏହି କଥା ଉପରେ କୌଣସି ଫରକ ପଡ଼ି ନଥାଏ ଯେ ସେମାନଙ୍କର ଛୁଆ ବଲିଉଡରେ କାମ କରନ୍ତୁ ଅବା ନକରନ୍ତୁ। ସେମାନେ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି। ଏହି ମାନଙ୍କ ମଧ୍ୟରୁ ଅମିର ଖାନଙ୍କର ଝିଅ ଇରା ଖାନ ମଧ୍ୟ ଅନ୍ୟତମ।

ଅମିରଙ୍କର ଝିଅ ଇରା ବଲିଉଡ ସହ ସିଧାସଳଖ ଭାବେ ଜଡ଼ିତ ନୁହେଁ। ମାତ୍ର ସେ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି।କେତେବେଳେ ନିଜର ବ୍ୟକ୍ତିଗତ ଜୀଵନ ପାଇଁ ଚର୍ଚ୍ଚାରେ ରହିଥାନ୍ତି ତ କେତେବେଳେ ସୋସିଆଲ ମିଡ଼ିଆରେ ହେଉଥିବା ପୋଷ୍ଟ ପାଇଁ ସେ ଚର୍ଚ୍ଚାରେ ରହିଥାନ୍ତି। ଇରା ଖାନ ଏହି କିଛିଦିନ ହେବ ଦୁଇଟି ପୋଷ୍ଟ ସେୟାର କରିଛନ୍ତି। ସେହି ପୋଷ୍ଟରେ ସେ ଏକ ଅଜବ ଡ୍ରେସ ପିନ୍ଧିଥିବାର ତାଙ୍କୁ ଦେଖିବାକୁ ମିଳୁଛି।

ଅମିର ଖାନ ଙ୍କର ଝିଅ ଇରା ଖାନ ସୋସିଆଲ ମିଡ଼ିଆରେ ଅନେକ ଚର୍ଚ୍ଚିତ ଷ୍ଟାର କିଡ ମାନଙ୍କ ମଧ୍ୟରୁ ଜଣେ। ସେ ସର୍ବଦା ନିଜର ଫଟୋ ଏବଂ ଭିଡିଓ ସେୟାର କରନ୍ତି। ଏହି ଥର ଯେଉଁ ଫଟୋ ସେ ସେୟାର କରିଛନ୍ତି,ସେଥିରେ ତାଙ୍କୁ ଏକ ଅଲଗା ଅନ୍ଦାଜରେ ଦେଖିବାକୁ ମିଳୁଛି। ଏହି ଫଟୋରେ ଦେଖା ଯାଇହେବ ଯେ ସେ ଏକ ଟ୍ରାନ୍ସପାରେଣ୍ଟ ଡ୍ରେସ ପିନ୍ଧିଛନ୍ତି।
ଇରା ଗୋଲଡେନ୍ ରଙ୍ଗର ଶିମର ସହ ଏକ ଟ୍ରାନ୍ସପାରେଣ୍ଟ ସ୍କଟ ପିନ୍ଧିଛନ୍ତି। ଏହା ସହ କଳା ରଙ୍ଗର ଏକ ଲମ୍ବା ଯୋତା ପିନ୍ଧିଛନ୍ତି। ଏହା ସହ ଚୁଟିରେ ବେଣୀ ମଧ୍ୟ କରିଛନ୍ତି। ଏହି ଡ୍ରେସରେ ସେ ଖୁବ ସୁନ୍ଦର ଦେଖାଯାଉଛନ୍ତି। ବୁଢୀଆଣି ଜାଲପରି ହେଇଥିବା ତାଙ୍କର ଏହି ଡ୍ରେସ ତାଙ୍କୁ ଖୁବ ମାନୁଛି।ସୋସିଆଲ ମିଡ଼ିଆରେ ତାଙ୍କ ଫ୍ୟାନମାନେ ଏହି ଫଟୋରେ ଅନେକ ପ୍ରକାରର କମେଣ୍ଟ କରୁଛନ୍ତି।
https://www.instagram.com/p/B6VGNw_AoWb/?utm_source=ig_embed
ଇରା ଏହି ଫଟୋରେ ସିଙ୍ଗର୍ ସୋନା ମହାପାତ୍ରଙ୍କୁ ମଧ୍ୟ ଟ୍ୟାଗ କରିଛନ୍ତି। ଆପଣଙ୍କୁ ଏହା ଜାଣି ଝଟକା ଲାଗିପାରେ ଯେ ଇରାଙ୍କର ଏହି ଫଟୋ ଗୁଡିକ ପୁରୁଣା ଅଟେ। ମାତ୍ର ସୋସିଆଲ ମିଡ଼ିଆରେ ପୁଣିଥରେ ଏହା ଭାଇରାଲ ହେଇଯାଇଛି,ଏହା ଦ୍ବାରା ଇରା ପୁଣି ଥରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହେଇଯାଇଛନ୍ତି।

ଆପଣଙ୍କୁ କହିଦେଉଛୁ କି ଇରା ନିକଟରେ ତାଙ୍କ ବିକିନୀ ଫଟୋ ସେୟାର କରିଥିଲେ। ଯାହାଦ୍ୱାରା ସେ ଖୁବ ଚର୍ଚ୍ଚାରେ ଥିଲେ। ଫ୍ୟାନମାନେ ଏହି ଫଟୋ କୁ ଅନେକ ପ୍ରଶଂସା କରିଥିଲେ। ଏହା ସହ ବାଥଟଵରେ ଶୋଇ ବହି ପଢୁଥିବାର ପୋଜ ଦେଇଥିବା ଇରା ଖାନ ସୋସିଆଲ ମିଡ଼ିଆରେ ଚର୍ଚ୍ଚାରେ ରହିଥିଲେ।

ଇରା ଖାନ ନିଜର ବ୍ୟକ୍ତିଗତ ଜୀଵନ ପାଇଁ ମଧ୍ୟ ଚର୍ଚ୍ଚାରେ ରହିଥାନ୍ତି। ବିଗତ ଦିନରେ ଅନେକ ମିଡ଼ିଆ ରିପୋର୍ଟରେ ଏହି ଖବର ଚର୍ଚ୍ଚାରେ ରହିଥିଲା ଯେ ଇରା ଅମିରଙ୍କର କୋଚ୍ ଙ୍କୁ ଡେଟ୍ କରୁଛନ୍ତି। ଅମିରଙ୍କର ଫିଟନେସ୍ କୋଚ୍ ନୁପୁର ଶିଖରଙ୍କ ସହ ଇରାଙ୍କର ଫଟୋ ମଧ୍ୟ ସୋସିଆଲ ମିଡ଼ିଆରେ ଭାଇରଲ ହେଇଥିଲା। ଏହା ଶୁଣିବାକୁ ମିଳୁଛି ସେହି ଦୁଇଜଣ ୬ ମାସ ହେଲା ଜଣେ ଆଉ ଜଣଙ୍କୁ ଡେଟ କରୁଛନ୍ତି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।