ଆଇପିଏଲ ୨୦୨୧ ଆରମ୍ଭ ହେବା ପାଇଁ ଆଉ ଏକ ସପ୍ତାହରୁ ମଧ୍ୟ କମ ସମୟ ଅଛି। କ୍ରିକେଟର୍ସ ଦୁନିଆର ଏହି ସବୁଠୁ ଦାମୀ ଟି-୨୦ ଲିଗରେ ନିଜ ଜଲବା ଦେଖାଇବା ପାଇଁ ତୟାରୀରେ ଲାଗିଛନ୍ତି। ଭାରତୀୟ ଅଧିନାୟକ ବିରାଟ କୋହଲି ମଧ୍ୟ ପ୍ରସ୍ତୁତିରେ ଲାଗିଛନ୍ତି। ସେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋରର ଅଧିନାୟକ ଅଟନ୍ତି। ତାଙ୍କ ଟିମର ଟ୍ରେନିଙ୍ଗ କ୍ୟାମ୍ପ ୩୦ ମାର୍ଚ୍ଚରୁ ଚେନ୍ନାଇରେ ହୋଇଛି କିନ୍ତୁ ବିରାଟ କୋହଲି ୧ ଏପ୍ରିଲରୁ ଟିମ ସହ ଯୋଡି ହୋଇଥିଲେ।

ଆଇପିଏଲ ୨୦୨୧ର ଆରମ୍ଭ ମ୍ୟାଚ ରୋହିତ ଶର୍ମାଙ୍କ ଅନୁଗାମୀ ଟିମ ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ ଚାଲେଞ୍ଜର୍ସ ବାଙ୍ଗଲୋର ମଧ୍ୟରେ ହେବ। ବିରାଟ କୋହଲି ଟିମ ସହିତ ୧ ଏପ୍ରିଲକୁ ଯୋଡି ହୋଇଛନ୍ତି ସତ କିନ୍ତୁ ସେ ଇଂଲଣ୍ଡ ସହ ସିରିଜ ସରିବା ପରଠୁ ତୟାରୀଆରମ୍ଭ କରିଦେଇଥିଲେ। ଏହି ବିଷୟରେ ସେ ୨୯ ମାର୍ଚ୍ଚକୁ ଏକ ଭିଡ଼ିଓ ପୋଷ୍ଟ କରିଛନ୍ତି। ଏଥିରେ ସେ ବ୍ୟାୟାମ କରୁଥିବା ଦେଖାଯାଇଅଛି। ତାଙ୍କୁ ଟ୍ରେଡ଼ମିଲରେ ଦୌଡୁଥିବା ଦେଖି ରୟାଲ ଚାଲେଞ୍ଜରସ ବାଙ୍ଗାଲୋରର ତାଙ୍କ ସାଙ୍ଗ ଏବି ଡିଭିଲିୟର୍ସ କମେଣ୍ଟ କରିଛନ୍ତି।
No rest days. From here on its all about speed #IPL pic.twitter.com/ULkpYmO1uI
— Virat Kohli (@imVkohli) March 29, 2021
ଡିଭିଲିୟର୍ସ ଲେଖିଛନ୍ତି,”ତମ ଫର୍ମ ଦେଖି ବହୁତ ଭଲ ଲାଗୁଛି। ଟିମ ସହିତ ଯୋଡି ହେବା ପାଇଁ ମୁଁ ମଧ୍ୟ ପୁରା ତୟାର ରହିଛି”। ଏହା ଉପରେ ବିରାଟ କୋହଲି ଲେଖିଛନ୍ତି,”ଆଶା କରୁଛି ତମେ ୱିକେଟ ମଧ୍ୟରେ ଆଗପରି ତୀଵ୍ର ଥିବ”। ଏବେ ଜବାବ ଦେବାର ପାରି ଡିଭିଲିୟର୍ସଙ୍କର ଥିଲା। ସେ ଲେଖିଲେ,”ଏହା ଜାଣିବା ପାଇଁ ଚାଲ କାଲି ଏକ ରେଶ ଲଗାଇବା”। ଏହି ଦୁହିଁଙ୍କ କଥା ମଧ୍ୟରେ ଆରସିବିର ଓପନର ଦେବଦତ ପଡିକଲ ମଧ୍ୟ ଯୋଗଦେଇଛନ୍ତି।
Let’s race tomorrow to find out
— AB de Villiers (@ABdeVilliers17) March 29, 2021
ଦେବଦତ ପଡିକଲ କୋହଲିଙ୍କ କମେଣ୍ଟରେ ରିଟ୍ୱିଟ କରି ଲେଖିଲେ କି,”ଆପଣ ମାନଙ୍କ ସହ ପୁଣି ଟ୍ରେନିଙ୍ଗ କରିବା ପାଇଁ ଅପେକ୍ଷା କରିପାରିବିନି। ମୋର ଉପସ୍ଥିତ ହୋଇସାରିଛି”।ପଡିକଲଙ୍କ କମେଣ୍ଟ ଉପରେ ଆରସିବି କମେଣ୍ଟ କରି ଲେଖିଛନ୍ତି,”ଠିକ ଅଛି ଆମେ ଆପଣ ସମସ୍ତଙ୍କୁ ଦେଖିବୁ। ଫାଷ୍ଟ ଆଣ୍ଡ ଫୁଇରିୟସ ଆରସିବିର ଟିମ ଅଧିକାରୀକ ରୂପରେ ଷ୍ଟାର୍ଟ ହୋଇସାରିଛି”।
Can’t wait to train with you both again @imVkohli @ABdeVilliers17 . I’m in.
— Devdutt Padikkal (@devdpd07) March 29, 2021
କହିରଖିବୁ ଦେବଦତ ପଡିକଲ ୨୦୧୯ ରେ ଆରସିବି ସହ ଯୋଡି ହୋଇଥିଲେ। ୨୦୧୯ ରେ ତାଙ୍କୁ ଗୋଟେ ମଧ୍ୟ ମ୍ୟାଚ ଖେଳିବାକୁ ମିଳିନଥିଲା। କିନ୍ତୁ ଆଇପିଏଲ ୨୦୨୦ରେ ବିରାଟ କୋହଲି ତାଙ୍କ ଉପରେ ଭରସା କଲେ ଓ ତାଙ୍କୁ ୧୫ ଟି ମ୍ୟାଚରେ ଚୂଡାନ୍ତ ଏକାଦଶରେ ସାମିଲ କଲେ। ପଡିକଲ ମଧ୍ୟ ଅଧିନାୟକଙ୍କ ଭରସା ରଖିଥିଲେ ଓ ୩୧.୫୩ ଔସତରେ ୪୭୩ ରନ ବନେଇବାର ନଜର ଆସିଥିଲେ। ଆଇପିଏଲ ୨୦୨୦ରେ ଦେବଦତ ପାଡିକଲ ୫ ଟି ଅର୍ଦ୍ଧଶତକ ମାରିଥିଲେ।
Alright, we see you. ? Fast and Furious, RCB edition is officially happening!??? #PlayBold
— Royal Challengers Bangalore (@RCBTweets) March 29, 2021
ପଡିକଲ ପ୍ରଥମ ଅନକ୍ୟାପଡ଼ ଖେଳାଳି ଅଟନ୍ତି ଯିଏକି କୌଣସି ଆଇପିଏଲ ସଂସ୍କରଣରେ ୫ ଟି ଅର୍ଦ୍ଧଶତକ ମାରିଛନ୍ତି। କହିରଖିବୁ ଅନକ୍ୟାପଡ଼ ଖେଳାଳି ସେହି ହୋଇଥାଏ ଯିଏକି କୌଣସି ଅନ୍ତରାଷ୍ଟ୍ରୀୟ ମ୍ୟାଚ ଖେଳିନଥାଏ। ସେ ଆଇପିଏଲ ୨୦୨୦ରେ ସବୁଠୁ ଅଧିକ ରନ କରିବା ଲିଷ୍ଟରେ ୮ ନମ୍ବରରେ ରହିବାର ନଜର ଆସିଥିଲେ ଓ ଆରସିବି ପଟୁ ଆଇପିଏଲ ୨୦୨୦ରେ ସବୁଠୁ ଅଧିକ ରନ କରିଥିବା ଖେଳାଳି ରହିଥିଲେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।