ବ୍ୟୁରୋ ରିପୋର୍ଟ: ଭଦ୍ରକ ଜିଲ୍ଲାର ବାସୁଦେବପୂର ଅଞ୍ଚଳର ଅଭିଷେକ ମହାପାତ୍ରଙ୍କୁ ଆପଣ ପ୍ରାୟ ଜାଣିଥିବେ। ଗତ ବର୍ଷ ସେ ବାହାଘରର ମାତ୍ର ଅଳ୍ପ ଦିନ ମଧ୍ୟରେ କରୋନାରେ ସଂକ୍ରମଣ ହୋଇଥିଲେ। ଏହା ପରେ ତାଙ୍କ ଫୁସଫୁସ ସଂକ୍ରମଣ ହୋଇଥିଲା ଓ ଏଥିପାଇଁ ଅନେକ ଟଙ୍କା ଖର୍ଚ୍ଚ ହୋଇଥିଲା। ତାଙ୍କୁ ଅଧିକ ଚିକିତ୍ସାର ଆବଶ୍ୟକତା ଥିଲା। ତାଙ୍କୁ ଇକୋମ ଚିକିତ୍ସା ପାଇଁ ନେବା ପାଇଁ ଏୟାରଲିପଟର ଆବଶ୍ୟ କତା ପଡିଲା। ଏଥିପାଇଁ ଅନେକ ଅର୍ଥ ଖର୍ଚ୍ଚ ହେବ ବୋଲି ଡାକ୍ତର କହିଥିଲେ।
ପରିବାର ପକ୍ଷରେ ଏତେ ଟଙ୍କା ସମ୍ଭବ ହୋଇପାରିନଥିବାରୁ ତାଙ୍କ ପତ୍ନୀ ମୌସୁମୀ ସୋସିଆଲ ମିଡ଼ିଆରେ ଆର୍ଥିକ ସହାୟତା ମାଗିଥିଲେ। ଯାହା ପରେ ଅନେକ ଅଞ୍ଚଳରୁ ସହାୟତା ମିଳିଥିଲା। ଲୋକମାନେ ଲକ୍ଷ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରିଥିଲେ ଓ ତାଙ୍କ ଆରୋଗ୍ୟ କାମନା କରିଥିଲେ। କିନ୍ତୁ ତାଙ୍କ ଭାଗ୍ୟରେ କିଛି ଅଲଗା ଲେଖାଥିଲା। କିନ୍ତୁ ଗତ ସେପ୍ଟେମ୍ବର ୩ରେ ଅଭିଷେକଙ୍କର ମୃତ୍ୟୁ ହୋଇଯାଇଥିଲା। ଡାକ୍ତର ସବୁ ଚେଷ୍ଟା କରି ମଧ୍ୟ ଅଭିଷେକଙ୍କୁ ବଞ୍ଚାଇପାରିନଥିଲେ।

ଏହା ପରେ ତାଙ୍କ ପତ୍ନୀ ମୌସୁମି ଏବେ କିଛି ଏପରି କରି ଦେଖାଇଛନ୍ତି ଯାହା ପରେ ସମସ୍ତେ ତାଙ୍କ ପ୍ରଶଂସା କରୁଛନ୍ତି। କହିରଖିବୁ ମୌସୁମୀ ତାଙ୍କ ସ୍ୱାମୀ ଅଭିଷେକଙ୍କ ଚିକିତ୍ସା ପାଇଁ ଲୋକ ଯେଉଁ ଅର୍ଥ ଦେଇଥିଲେ ସେଥିରୁ ୪୦ ଲକ୍ଷ ବଳି ପଡିଥିଲା। ସେ ସେହି ୪୦ ଲକ୍ଷକୁ ନେଇ ୩୦ ଲକ୍ଷ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ ଓ ୧୦ ଲକ୍ଷ ଜିଲ୍ଲା ରେଡକ୍ରସ ପାଣ୍ଠିକୁ ଦେଇଦେଇଛନ୍ତି। ସେ କହିଛନ୍ତି ଯଦି ସ୍ୱାମୀ ହିଁ ରହିଲେନି ତେବେ ଟଙ୍କା କଣ ହେବ। ଯଦି ଏହି ପଇସା କାହା କାମରେ ଲାଗିପାରିବ ମୋ ସ୍ୱାମୀଙ୍କ ଆତ୍ମାକୁ ଶାନ୍ତି ମିଳିବ। ଅଭିଷେକଙ୍କ ପତ୍ନୀଙ୍କ ଏହି ମହତ୍ କାର୍ଯ୍ୟ ପାଇଁ ସେ ଏବେ ସମସ୍ତଙ୍କ ପାଇଁ ଏକ ଉଦାହରଣ ପାଲଟି ଯାଇଛନ୍ତି । ଏବେ ମୌସୁମୀଙ୍କୁ ସମସ୍ତେ ବହୁତ୍ ପ୍ରଶଂସା କରୁଛନ୍ତି ।
ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।