ପଶ୍ଚିମ ବଙ୍ଗଳାରେ ଭାଜପା ଏକ ଏପରି ନେତାଙ୍କ କମିରେ ସଂଗ୍ରାମ କରୁଛନ୍ତି,ଯାହାର ସମାଜରେ ପ୍ରତ୍ୟେକ ସ୍ତରର ସ୍ୱୀକୃତି ଅଛି। ଏହି କାରଣ ଅଟେ କି ଭାଜପା ବଙ୍ଗଳାରେ କେତେକ ପ୍ରସିଦ୍ଧ ବ୍ୟକ୍ତିତ୍ୱମାନଙ୍କୁ ନିଜ ସହିତ ଯୋଡିବା ପାଇଁ ସଂଗ୍ରାମ କରୁଛନ୍ତି। ଏହି ସଂଯୋଗରେ ପୂର୍ବ କ୍ରିକେଟର ସୌରଭ ଗାଙ୍ଗୁଲି ଭାଜପା ପାଇଁ ଏକଦମ ବନ୍ଧୁ ସଦୃଶ ପରି ପ୍ରମାଣିତ ହୋଇପାରିବେ କାହିଁକିନା କ୍ରିକେଟର ଭାବରେ ସୌରଭ ଗାଙ୍ଗୁଲି ପଶ୍ଚିମ ବଙ୍ଗଳାରେ ଯେଉଁ କୋକପ୍ରିୟନତା ହାସିଲ କରିଛନ୍ତି,ତାହାର କିଛି ଠିକଣା ନାହିଁ।

ଯଦିଓ ଭାଜପାର ଏହି ଚେଷ୍ଟାକୁ ବଡ଼ ଝଟକା ଲାଗିଛି ।ବାସ୍ତବରେ ସୌରଭ ଗାଙ୍ଗୁଲି ବର୍ତ୍ତମାନ ରାଜନୀତିରେ ପଶିବାପାଇଁ ମନାକରିଦେଇଛନ୍ତି। ଟେଲୋଗ୍ରାଫର ଏକ ରିପୋର୍ଟ ଅନୁସାରେ , ସୌରଭ ଗାଙ୍ଗୁଲି ନିଜ ନିଷ୍ପତ୍ତିରେ ଭାଜପା ନେତୃତ୍ୱକୁ ବି ଅବଗତ କରେଇଦେଇଛନ୍ତି। ଗାଙ୍ଗୁଲି କହିଛନ୍ତି କି ସେ ତାଙ୍କର କ୍ରିକେଟର ଦାୟିତ୍ୱଭାର ସମ୍ଭାଳିବାରେ ବ୍ୟସ୍ତ ଅଛନ୍ତି ଏବଂ ଏଥିରେ ଖୁସି ଅଛନ୍ତି।କୁହାଯାଉଅଛି କି ସୌରଭ ଗାଙ୍ଗୁଲି ଭାଜପା ପାଇଁ ବିଧାନସଭା ନିର୍ବାଚନରେ ପ୍ରଚାର କରିବାପାଇଁ ବି ମନା କରିଦେଇଛନ୍ତି।
କହିଦେଉଛୁ କି ଗତ ୨ ବର୍ଷରେ ଭାଜପା ପଶ୍ଚିମ ବଙ୍ଗଳାରେ ବହୁତ ମଜଭୂତ ହୋଇଅଛି। ଏହାର ସୂଚନା ଏହି କଥାରୁ ଜାଣିପାରିବା କି ପାର୍ଟି ୨୦୧୯ର ଲୋକସଭା ନିର୍ବାଚନରେ ୪୨ରୁ ୧୮ ସିଟରେ ଜିତିଥିଲା। ଏହା ସହିତ ଭୋଟ ଶେୟାର କରିବା ମାମଲାରେ ସତାଧାରୀ ଟିଏମସିରୁ କେବଳ ୩ ପ୍ରତିଶତ ଭୋଟ ପଛରେ ରହିଯାଇଥିଲେ।
ଯଦିଓ ପଶ୍ଚିମ ବଙ୍ଗଳାର ରାଜନୀତିରେ ଏବେ ବି ସବୁଠୁ ବଡ ନେତା ଟିଏମସି ଚିକ ମମତା ବାନାର୍ଜୀ ଅଟନ୍ତି। ମମତା ବାନାର୍ଜୀଙ୍କର ମାସ ଅପିଲ ହେବା ସହିତ ଅଳ୍ପ ସଂଖ୍ୟକ ମତ ଦାତାଙ୍କ ଉପରେ ତାଙ୍କ ସମର୍ଥନ ଭଲ ରହିଅଛି। ଏହିପରି ବିଧାନସଭା ନିର୍ବାଚନରେ ମମତା ବାନାର୍ଜୀଙ୍କୁ ଟକ୍କର ଦେବା ପାଇଁ ଭାଜପାକୁ ବି କୌଣସି ମାସ ଅପିଲ କରିବାର ନେତାର ଆବଶ୍ୟକତା ଅଛି।

ବଙ୍ଗଳାରେ ଭାଜପା ନେତୃତ୍ୱର କଥା କହିବା ତେବେ ଏବେ ୨ଜଣ ନେତା ସବୁଠାରୁ ଆଗରେ ଅଛନ୍ତି। ଯେଉଁଥିରୁ ଦିଲୀପ ଘୋଷ ଏବଂ ମୁକୁଲ ରାୟଙ୍କର ନାମ ଆସୁଛି। ଦିଲୀପ ଘୋଷଙ୍କୁ ଆରଏସଏସର ସମର୍ଥନ ବି ଅଛି କିନ୍ତୁ ଦିଲୀପ ଘୋଷଙ୍କୁ ବଙ୍ଗାଳର ମଧ୍ୟମ ଏବଂ ଭଲ ବର୍ଗିୟ ସମାଜରେ ଅଧିକ ସମର୍ଥନ ମିଳୁନାହିଁ। ସେହିପରି ମୁକୁଲ ରାୟଙ୍କର ଇତିହାସ କଳୁଷିତ ଅଟେ,ଯାହା ତାଙ୍କୁ ମଜଭୂତ ଦାବେଦାର କରିବାରେ ରୋକି ପାରିବ।
ଏହି କାରଣ ଅଟେ କି ଭାଜପା ବିଧାନସଭା ନିର୍ବାଚନର ପୂର୍ବରୁ ଏକ ଏପରି ଲୋକଙ୍କର ତଲାସରେ ଅଛନ୍ତି ,ଯାହାର ସ୍ୱୀକୃତି ରାଜ୍ୟର ସବୁ ବର୍ଗର ଥାଉ ଏବଂ ଯିଏ ଲୋକପ୍ରିୟ ତା ମାମଲାରେ ମମତା ବାନାର୍ଜୀଙ୍କୁ ଟକ୍କର ଦେଇପାରୁଥିବ। ଭାଜପା ଏହା ବି ଜାଣିଛି କି ବିଧାନସଭା ନିର୍ବାଚନରେ ମାନ୍ୟବର ପ୍ରଧାନମନ୍ତ୍ରୀ ମୋଦି ଏତେ ବି ଫଳପ୍ରଦ ରହିବେ ନାହିଁ ଏବଂ ସେହି ନିର୍ବାଚନରେ ଲୋକମାନେ ସ୍ଥାନୀୟ ନେତୃତ୍ୱଙ୍କୁ ଅଧିକ ଗୁରୁତ୍ୱ ଦେଇଥାନ୍ତି। ଯଦିଓ ସୌରଭ ଗାଙ୍ଗୁଲିଙ୍କର ମନା କରିବା ପରେ ଲାଗୁଛି କି ଭାଜପାର ଏହି ଚିନ୍ତା ଏବେ ସୁଧୁରିବ ନାହିଁ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।