ଭାରତରେ ବର୍ତ୍ତମାନ ସମୟରେ ୭୦ କୋଟିରୁ ଅଧିକ ଲୋକ ସ୍ମାର୍ଟ ଫୋନ ବ୍ୟବହାର କରୁଛନ୍ତି । ଏଥିରେ ସାଇବର ସୁରକ୍ଷା ଏକ ମହତ୍ତ୍ୱପୂର୍ଣ୍ଣ ମୁଦା ହୋଇଗଲାଣି । ନିଜ ଫୋନକୁ ଭାଇରସରୁ ବଞ୍ଚେଇବା ବହୁତ ଜରୁରୀ ଅଟେ ।

ବହୁତ ଥର ଉପଦେଶ ମିଳେକି ଯଦି ଆପଣ ନିଜ ଫୋନକୁ ଭାଇରସରୁ ରକ୍ଷା କରିବାକୁ ଚାହୁଁଛନ୍ତି ତ,ଆପ୍ଲିକେସନକୁ ଗୁଗୁଲ ପ୍ଲେ ଷ୍ଟୋରରୁ ହିଁ ଡାଉନଲୋଡ କରିବା ଉଚିତ। କିଛି ବି ଥର୍ଡ ପାର୍ଟି ଆପ୍ଲିକେସନକୁ ଇନଷ୍ଟ୍ରଲ କରନ୍ତୁ ନାହିଁ। ଆପଣ ଏହା ଜାଣି ଆଶ୍ଚର୍ଯ୍ୟ ହେବେ ଯେ ମୋବାଇଲକୁ ଅଧିକ ଭାଇରସ ଗୁଗୁଲ ପ୍ଲେ ଷ୍ଟୋର ମାଧ୍ୟମରେ ଆସିଥାଏ। ଆଜ୍ଞା ହଁ ଏହାର ଖୁଲାସା ଏକ ରିପୋର୍ଟ ଜରିଆରେ ହୋଇଛି। ଏହା ପ୍ରଥମ ଥର ହୋଇନାହିଁ। ଏହା ପୂର୍ବରୁ ମଧ୍ୟ ସାଇବର ସୁରକ୍ଷା ସହ ଜଡିତ ରିପୋର୍ଟରେ ପ୍ଲେ ଷ୍ଟୋର ରେ ଭାଇରସ ଥିବା ଆପର ଖୁଲାସା ହୋଇଥିଲା। ସମୟ ସମୟରେ ପ୍ଲେ ଷ୍ଟୋର ନିଜ ସୁରକ୍ଷାକୁ ମଜଭୁତ କରି ଏମିତି ଆପକୁ ହଟେଇ ମଧ୍ୟ ଦେଇଛି। ଏହା ପରେ ମଧ୍ୟ ଭାଇରସ ଥିବା ଆପର ବିପଦ ପୁରା ହଟି ନାହିଁ।
କଣ ଅଟେ ହାଲିଆ ରିପୋର୍ଟ:-
ଆମେରିକା ସାଫ୍ଟୱେୟାର କମ୍ପାନୀ ନୋର୍ଟନ ଲାଇଫ ଲକ ଓ ସ୍ପେନର ଆଇଏମଡିଇଏ ସଫ୍ଟୱେର ଇନଷ୍ଟିଚ୍ୟୁଟ ଦ୍ୱାରା ପ୍ଲେ ଷ୍ଟୋରରୁ ଫୋନକୁ ଭାଇରସ ଆସିବାର ଏକ ସର୍ଭେ ହୋଇଥିଲା। ଏହି ଦୁଇ ଅର୍ଗାନାଇଜେସନର ମିଳିତ ରିପୋର୍ଟ ରେ ଖୁଲାସା ହୋଇଛି କି ଆପଣଙ୍କ ଫୋନରେ ଭାଇରସ ପଶିବାର ମୁଖ୍ୟ ବାଟ ଗୁଗୁଲ ପ୍ଲେ ଷ୍ଟୋର ଅଟେ।ଏହି ସର୍ଭେର ରିପୋର୍ଟ ମୁତାବକ ଗୁଗୁଲ ପ୍ଲେ ଷ୍ଟୋର ରୁ ପାଖାପାଖି ୬୭%ଆପ ଇନ୍ସଟାଲ ଅଛି ଯେଉଁଥିରେ ମେଲୱେୟର ଅଛି। ଯଦି ସରଳ ଭାଷାରେ କହିବା ତ ଏହି ପ୍ଲାଟଫର୍ମରେ ବହୁତ ଆପ ଏପରି ଅଛି ଯେଉଁଥିରେ ମେଲୱେୟାର ଅଛି।

କେମିତି ତିଆରି ହୋଇଥିଲା ରିପୋର୍ଟ:-
ଏହି ସର୍ଭେରେ ପାଖାପାଖି ୭୦ ଲକ୍ଷ ଆପ ଓ ୧.୨କୋଟି ଆଣ୍ଡ୍ରୋଏଡ଼ ଡିଭାଇସର ଅଧ୍ୟୟନ ଚାରି ମାସ ପର୍ଯ୍ୟନ୍ତ କରାଯାଇଥିଲା। ଏହି ଷ୍ଟଡି ଜୁନ-ସେପ୍ଟେମ୍ବର ୨୦୧୯ ମଧ୍ୟରେ କରାଯାଇଥିଲା। ସର୍ଭେର ରିପୋର୍ଟରେ କୁହାଯାଇଛି କି ଯେଉଁ ଥର୍ଡ ପାର୍ଟି ଆପକୁ ସତର୍କତା ସହ ଦେଖାଯାଏ,ତାହା ଜରିଆରେ ଫୋନକୁ କେବଳ ୧୦.୪% ଆଣ୍ଡ୍ରୋଏଡ଼ ଡିଭାଇସରେ ମେଲୱେୟର ଆସେ। ଏହି ଷ୍ଟଡିରେ ଗୁଗୁଲ ପ୍ଲେ ଷ୍ଟୋର,ଅଲଟରନେଟିଭ ମାର୍କେଟ,ୱେବ ବ୍ରାଉଜର,ପେ ପର ଇନ୍ସଟାଲ ପ୍ରୋଗ୍ରାମ,ମେସେଜ ଓ ଅନ୍ୟ ସୋର୍ସରେ ଡାଉନଲୋଡ ହୋଇଥିବା ଅନ୍ୟ ଆପକୁ ସାମିଲ କରାଯାଇଥିଲା। ଏଥିରେ ଏହି କଥାର ଖୁଲାସା ହୋଇଥିଲା କି ୮୭.୨% ଆଣ୍ଡ୍ରୋଏଡ଼ ଆପ ଗୁଗୁଲ ପ୍ଲେ ଷ୍ଟୋରରୁ ଡାଉନଲୋଡ ହୁଏ,ଯେଉଁଥିରୁ ୬୭.୫%ଆପ ମେଲୱେୟର ଅଟନ୍ତି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।