ଲୋକଙ୍କର ସ୍ୱପ୍ନ ଥାଏ କି ୟୁପିଏସସି ପରୀକ୍ଷାରେ ପାସ ହେଇକି ତାଙ୍କୁ ସରକାରୀ ଚାକିରୀ କରିବାର ସୁଯୋଗ ମିଳୁ। ମାତ୍ର ସରକାର ଏବେ ସିଭିଲ ସର୍ଭିସ ଏଗଜାମ (ସିଏସଇ) ରେ ଦିଆଯିବାକୁ ଥିବା ପଦବୀରେ କମି କରେଇବା ପାଇଁ ଚେଷ୍ଟା ଚଳେଇଛି। ୟୁନିଅନ ପବ୍ଲିକ ସର୍ଭିସ କମିଶନ ପୂର୍ବ ସପ୍ତାହ ୭୧୨ ପଦବୀ ପାଇଁ ନୋଟିଫିକେସନ ଜାରି କରିଛି। ପୂର୍ବ ବର୍ଷ ଏହା ୭୯୬ ପଦବୀ ପାଇଁ ଥିଲା ଅର୍ଥାତ ପୂର୍ବ ବର୍ଷ ଠାରୁ ଏହି ବର୍ଷ ପ୍ରାୟ ୧୦% ପଦବୀର କମି ଘଟିଛି।

ଗୋଟେ ପଟେ ଦେଶରେ ଆଇଏଏସ ତଥା ଆଇପିଏସ ଅଧିକାରୀ ମାନଙ୍କର କମି ଅଛି ଆଉ ଗୋଟେ ପଟେ ସରକାର ପ୍ରତି ବର୍ଷ ଆଇଏଏସ ଆଉ ଆଇପିଏସ ଦ୍ୱାରା ହେବାକୁ ଥିବା ପଦବୀରେ କମି କରିବାରେ ଲାଗିଛି। ଆପଣଙ୍କୁ କହି ରଖୁଛୁ କି ୨୦୧୪ରେ ପ୍ରାୟ ୧୩୧୪ ପଦବୀ ପାଇଁ ପରୀକ୍ଷା କରା ଯାଇଥିଲା ଆଉ ୨୦୨୦ ଆସୁ ଆସୁ ଏଠାରେ ପ୍ରାୟ ୪୭.୮% କମି ଘଟି ଯାଇଛି।
ଏହା କେବଳ ୟୁପିଏସସିରେ ନୁହଁ ବରଂ ଅନ୍ୟ ସମସ୍ତ ପଦ ପଦବୀରେ ଏହି କମି କରାଯାଉଛି। ଏହି ବର୍ଷ ଲୋକସଭାରେ ସରକାର ଙ୍କର ଜବାବ ମୁତାବିକ ପୂର୍ବ ତିନି ବର୍ଷ ଭିତରେ ୟୁପିଏସସିରେ ପ୍ରାୟ ୧୮୦୦ ପଦବୀର କମି କରା ଯାଇଛି। ଆପଣଙ୍କୁ କହି ରଖୁଛୁ କି ସିଏସଇ ବ୍ୟତୀତ ୟୁପିଏସସି ଆହୁରି ଅନେକ ପରୀକ୍ଷାର ଆୟୋଜନ କରି ଥାଏ। ଏହା ଭିତରେ କ୍ବାଇଣ୍ଡ ମେଡ଼ିକାଲ ସର୍ଭିସ ଏଗଜାମ, କ୍ବାଇଣ୍ଡ ଡିଫନ୍ସ ଏଗଜାମ, ଇଂଜିନିଅରିଂ ସର୍ଭିସ ଏଗଜାମ, ଏନଡିଏ, ସେଣ୍ଟ୍ରାଲ ଆର୍ମଡ଼ ପୁଲିସ ଫୋର୍ସ ଏଗଜାମ ଇତ୍ୟାଦି ସାମିଲ ଅଛି।

ଏସେସସି ଦ୍ୱାରା ହେବାକୁ ଥିବା ଭର୍ତ୍ତି ମାନଙ୍କରେ ବି ବହୁତ କମି ହେଇ ଯାଇଛି। ୨୦୧୬-୧୭ ରେ ଏହି ଏଗଜାମ ଦ୍ୱାରା ପ୍ରାୟ ୬୮୮୮୦ ପଦବୀ ରେ ଏଗଜାମ ଦିଆ ଯାଇଥିଲା। ମାତ୍ର ୨୦୨୦-୨୧ ରେ ଏହି ଏଗଜାମ ଦ୍ୱାରା ମାତ୍ର ୨୧୦୬ ଟି ପଦବୀ ରେ ଏଗଜାମ ଦିଆ ଯାଇଛି। ଅର୍ଥାତ ଏଥିରେ ୯୬% ପ୍ରତିଶତ ପଦବୀ କମି ଯାଇଛି। ଆପଣଙ୍କୁ କହି ରଖୁଛୁ କି ଏସେସସି ଦ୍ୱାରା ଗ୍ରୁପ ସି ନନ ଟେକନିକାଲ ତଥା ଗ୍ରେଡ ଡି ଗେଜେଟେଡ଼ ସରକାରୀ ପଦବୀ ମାନନ୍କରେ ଭର୍ତ୍ତି ହେଇଥାଏ। ୧୯୭୫ରେ ଏହାର ଗଠନ ହେଇଥିଲା ଆଉ ଏଥିରେ ଅନେକ ପରିମାଣରେ ପଦବୀ ମିଳିଥାଏ।
ବ୍ୟାଙ୍କିଙ୍ଗ ଆଉ ରେଲୱେ ସେକ୍ଟରରେ ବି ପଦବୀରେ କମି ଅଛି: ଭାରତରେ ସର୍ବାଧିକ ପଦବୀ ରେଲୱେ ଦେଇଥାଏ। ମାତ୍ର ଏବେ ରେଲୱେରେ ବି ବହୁତ କମ ପଦବୀରେ ସିଲେକ୍ସନ ହେଉଛି । ୨୦୧୬-୧୭ରେ ରେଲୱେ ପ୍ରାୟ ୨୭ ହଜାର ରୁ ଅଧିକ ପଦବୀରେ ସିଲେକ୍ସନ ଦେଇଥିଲା ମାତ୍ର ୨୦୨୦-୨୧ରେ ତାହା ମାତ୍ର ୩୮୭୩ ପଦବୀରେ ସିଲେକ୍ସନ ଦେଉଛି। ରେଲୱେ ଅଧିକାରୀ କହିଲେ କି ଭର୍ତ୍ତି କରିବା ସହଜ ନୁହଁ। ଏହିପରି ବ୍ୟାଙ୍କିଙ୍ଗ ରେ ପୂର୍ବ ବର୍ଷ ୧୧୬୮ ପଦବୀ ଖାଲି ଥିଲା। ୨୦୧୯ ତୁଳନାରେ ଏଥିରେ ୬୭% କମି କରି ଦିଆ ଯାଇଥିଲା। ୨୦୧୩ ଠାରୁ ଆରମ୍ଭ କରି ଏଥିରେ ପଦବୀ ୨୧ ହଜାରରୁ ୨ ହଜାର କରିଦିଆଯାଇଛି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।